Search
Close this search box.

ଆନ୍ତର୍ଜାତୀୟ ପ୍ରାକୃତିକ ସଙ୍ଗଠନ ଦିଲ୍ଲୀ ତରଫରୁ ଯୋଗଦିବସ ପାଳିତ

0
SHARES
14
VIEWS

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ବିଭିନ୍ନ ସ୍ଥାନରେ INO International Naturopathy organazation ବା ଆନ୍ତର୍ଜାତୀୟ ପ୍ରାକୃତିକ ସଙ୍ଗଠନ ଦିଲ୍ଲୀ ତରଫରୁ ଯୋଗଦିବସ ପାଳିତ
୨୦୧୫ମସିହାରେ ପ୍ରଥମ କରି ଆମ ଭାରତବର୍ଷରେ ଅନ୍ତର୍ଜାତୀୟ ଯୋଗଦିବସ ପାଳନ କରାଯାଇଥିଲା | ଆଜି ତାହାର ୧୦ତମ ସାରା ଭାରତବର୍ଷ ନୁହେ ପୃଥିବୀରେ କୋଣ ଅନୁକୋଣରେ ଯୋଗଦୀବସ ପାଳନ କରାଯାଉଛି ସେହିପରିପକ୍ଷରେ ଭଦ୍ରକଜିଲ୍ଲା ଚାନ୍ଦବାଲି ବ୍ଲକରେ ବିଉିନ୍ନ ସ୍ଥାନରେ INO International Naturopathy organazation ବା ଆନ୍ତର୍ଜାତୀୟ ପ୍ରାକୃତିକ ସଙ୍ଗଠନ ତରଫରୁ ଯୋଗଦିବସ ପାଳିତ ହୋଇଯାଇଥିଲା |
ମୁଖ୍ଯ ଅତିଥି ଭାବେ ମତୋ ସ୍ବାସ୍ଥ୍ଯକେନ୍ଦ୍ରର ଡକ୍ଟର ସରୋଜିନୀ ପଟ୍ଟନାୟକ ଉପସ୍ଥିତ ରହି ପ୍ରଥମେ ଦୀପପ୍ରଜ୍ଜୋଳନ କରିବା ପରେପରେ ଯୋଗ ଦୀବସର ମହତ୍ତ୍ବ ପୂର୍ଣ୍ଣ ବାର୍ତ୍ତା ବିଷୟରେ ସୂଚନା ଦେଇ କହିଥିଲେ ଯେ କୌଣସି କାଳ୍ପନିକ କାହାଣୀ ନୁହେଁ ଯାହା ଅତୀତର ଅତଳ ଗହ୍ବରରେ ପୋତି ହୋଇ ରହିଯାଇଛି । ଉତ୍ତରାଧୀକାରୀ ସୂତ୍ରରେ ଏଇ ଅମୂଲ୍ୟ ଶାସ୍ତ୍ର ଆଜି ଆମ ପାଖକୁ ଆସିଛି । ଆଜିର ମଣିଷ ପାଇଁ ଏହା ଅତ୍ୟନ୍ତ ଦରକାରୀ ଏବଂ କାଲି ପାଇଁ ଏକ ମହାନ ସଂସ୍କୃତି ଅଟେ । ସଠିକ୍ ଜୀବନଯାତ୍ରା ପାଇଁ ଯୋଗ ଏକ ବୈଜ୍ଞାନିକ ପଦ୍ଧତି ଏବଂ ଦୈନନ୍ଦିନ ଜୀବନରେ ଅନ୍ତର୍ଭୁକ୍ତ ହେବା ଏହାର ଉଦ୍ଦେଶ୍ୟ । ଯୋଗ ମଣିଷର ଦୈହିକ, ମାନସିକ, ଭାବନାତ୍ମକ, ଆମ୍ବିକ ଓ ଆଧ୍ୟାତ୍ମିକ ସ୍ତରରେ କାର୍ଯ୍ୟକ୍ଷମ । ଯୋଗର ଅର୍ଥ ଯୁକ୍ତ ହେବା । ଯୁଜ୍ ଧାତୁରୁ ଏହାର ଉତ୍‌ପତି । ଆଧ୍ୟାମିକ ସ୍ତରରେ ଏହାର ଅର୍ଥ ବ୍ୟକ୍ତିର ଚେତନା ବିଶ୍ଵେଚେତନା ସହ ସଂଯୁକ୍ତ ହେବା । ପ୍ରକୃତ କ୍ଷେତ୍ରରେ ଯୋଗ ଏକ ମାଧ୍ୟମ ଯାହା ଦ୍ଵାରା ମଣିଷର ଶରୀର, ମନ ଓ ଭାବନା ଭିତରେ ସମନ୍ଵୟ ଆସେ । ଏହା ଆସନ, ପ୍ରାଣାୟାମ, ମୁଦ୍ରା, ବନ୍ଧ, ଷଟ୍‌କର୍ମ ଓ ଧ୍ୟାନ ଦ୍ବାରା କରାଯାଏ ଯାହାକି ବ୍ୟକ୍ତିକୁ ତା’ର ଚେତନାର ଉଚ୍ଚତମ ସୋପାନରେ ଯୁକ୍ତ ହେବା ପୂର୍ବରୁ ସଂପନ୍ନ କରିବାକୁ ପଡ଼େ । ଯୋଗାଭ୍ୟାସ କରୁଥିବା ବ୍ୟକ୍ତିର ଶରୀର ପ୍ରଥମେ ଯୋଗଯୁକ୍ତ ହୋଇ ଏହି ମମୟରେ ଶରୀରରେ ଅସାମଞ୍ଜସ୍ୟ ଦେଖାଦେଲେ ବିଭିନ୍ନର ଅଙ୍ଗପ୍ରତ୍ଯେଙ୍ଗ ମଧ୍ୟରେ ସମନ୍ବୟ ଅଭାବ ହୁଏ ଏବଂ ପରପ୍ପର ମଧ୍ୟରେ ବିରୋଧଭାବ ସୃଷ୍ଟିହୁଏ | ଉଦାହରଣ ସ୍ବରୂପ ଅନ୍ତଃସ୍ରାବୀ ଗ୍ରନ୍ଥି ସଠିକ କାର୍ଯ୍ଯ ନକଲେ ସ୍ନାୟୁ ତନ୍ତ୍ର ଦୁର୍ବଳ ହୋଇଯାଏ ଏବଂ ରୋଗସୃଷ୍ଟି ହୁଏ | ଯୋଗର ଲକ୍ଷ୍ଯ ହେଉଛି ଶରୀରର ଭିତର ସମସ୍ତ କ୍ରିୟା ପ୍ରତିକ୍ରିୟାର ସମନ୍ବୟ ଆଣି ଶରୀରକୁ ସୁସ୍ଥ୍ ରଖିବା | ପରେପରେ ସବାଜସେବୀ ତଥା ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ଡକ୍ଟର ଦୀପକ ରଞ୍ଜନ ବେହେରାଙ୍କ ଦ୍ବାରା ଯୋଗ,ପ୍ରାଣାୟମ ଅଭ୍ଯାସ କରାଯାଇଥିଲା | ଶେଷରେ ଶାନ୍ତିପାଠ ସହିତ ଜଳପାନ କରି ଯୋଗଦିବସଟିକୁ ବିରାମ ଦିଆଯାଇଥିଲା |

    Related News

    Follow Us