Search
Close this search box.

ପରିବା ଦରକୁ ନେ଼ଇ ଚିନ୍ତା ରେ ଗ୍ରାହକ

0
SHARES
4
VIEWS

ଯୋଡା,୨୦/୦୬()କେନ୍ଦୁଝର ଜିଲ୍ଲା ଉପାନ୍ତ ସହର ତଥା ଖଣି ଉପତ୍ୟକା ଯୋଡ଼ାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ମୂଲ୍ୟ ଅହେତୁକ ବୃଦ୍ଧି ପାଇ ଆକାଶ ଛୁଆଁ ହୋଇଛି ।ଶ୍ରମିକ ଶ୍ରେଣୀ ର ଲୋକ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକ ନାହିଁ ନ ଥିବ। ହଇରାଣ ହେଉଛନ୍ତି ।ଯୋଡା ସହର ରେ ଥିବା ପରିବା ବଜାରରେ ପରିବା ମୂଲ୍ୟ ଘଟଣାସ୍ଥଳରୁ ଜଣାପଡ଼ିଥିଲା ଯେ, କିଗ୍ର। ପ୍ରତି ଅଦା ୨୫୦ ,ପିଆଜ ୪୦,ବିଲାତି ୮୦,ବାଇଗଣ ୬୦,ଭେଣ୍ଡି ୬୦, ପୋଟୋଳ ୮୦,କାକୁଡି ୬୦,କଞ୍ଚା କଦଳୀ ଗୋଟା ୧୫ଟଙ୍କା,କୁନ୍ଦୁରି ୬୦, ସାରୁ ୬୦,ପ୍ରଭୃତି ଥିବା ବେଳେ ବିନ୍ସ ୨୪୦ ଟଙ୍କାରେ ପହଂଚିଛି ।ସେହିପରି ଲେମ୍ବୁ ୩ଟା କୁ ୨୦ ଟଙ୍କା ରହିଛି ।ଯୋଡା ର ଏକ ତେଜରାତି ଦୋକାନ ରୁ ଜଣାପଡ଼ିଥିଲା ଯେ,ଖୋଲା ହରଡ ଡାଲି ୧୮୦,ମୁଗ ଡାଲି ୧୪୦,ବିରି ୧୩୦ ଟଙ୍କା ଥିବା ବେଳେ ଚିନି ୪୪ ଟଙ୍କା ଓ ଖୋଲା ଅଟା ର ମୂଲ୍ୟ କିଲୋ ପ୍ରତି ୩୮ଟଙ୍କା ରେ ପହଂଚିଛି
।ସେହିପରି ଖାଇବା ତେଲ ସୋରିଷ ତେଲ ୧୪୦,ରିଫାଇନ ତେଲ ୧୧୫ ଟଙ୍କା ଯୋଡା ବଜାର ର ମୂଲ୍ୟ ରହିଛି ।ତେଣେ ଯୋଡା ର ପରିବା ବ୍ୟବସାୟୀ ସାନ୍ତୁନୁ ସେଠୀ,ବିଶ୍ୱେଶ୍ୱର୍ ଦ।ଣ୍ଡିଆ, ଜିତେନ୍ ପ୍ରଧାନ ,ନୀଳକଣ୍ଠ ପ୍ରଧାନ,ଚିତ୍ତରଞ୍ଜନ ଦାସ,ନେତ୍ରୀ ମହାନ୍ତ,ନନ୍ଦିନୀ ମହାନ୍ତ, ମାୟ। ଗିରି ପ୍ରମୁଖ କହିଛନ୍ତି ଯେ,ଯୋଡା ଏକ ଖଣି ବହୁଳ ଓ ବନ୍।ଞ୍ଚଳ ।ଏଠାରେ ଚାଷ ନାହିଁ।ସାଧାରଣତଃ ସ୍ଥାନୀୟ ଅଞ୍ଚଳ ଚମ୍ପୁଆ ,ଝୁମ୍ପୁର।, ଭଣ୍ଡା,ଫଗୁ ,ବାସୁଦେବପୁର, କଣ୍ଡର।, ପ୍ରଭୃତି ଅଞ୍ଚଳ ରୁ ଚାଷୀ ମାନେ ପରିବା ଯୋଗାଇ ଥାଆନ୍ତି ।ସ୍ୱଳ୍ପ ବୃଷ୍ଟି ଓ ଗ୍ରୀଷ୍ମ ପାଇଁ ପରିବା ଆମଦାନୀ ଚଳିତ ବର୍ଷ ନିଅଣ୍ଟ ହୋଇଛି ।ଏଣୁ ପରିବା ଭୁବନେଶ୍ୱର ,ରାଉରକେଲା,ସମେତ ଝାଡ଼ଖଣ୍ଡ ରାଜ୍ୟ ର ମନୋହରପୁର ଅଞ୍ଚଳରୁ ଆସୁଚି ।ଗାଡ଼ି ଭଡ଼ା ,ଇନ୍ଧନ ,ଟୋଲ ଟ୍ୟାକ୍ସ ,ଅଧିକ ହେଉଥିବାରୁ ପରିବା ମୂଲ୍ୟ ବୃଦ୍ଧି ହେବ। ସ୍ଵାଭାବିକ ବୋଲି ସେମାନେ କହିଥିଲେ ।ତେଣେ ଖାଉଟି ତାରୀ କାରୂଆ,ଦୁଃଖବନ୍ଧୁ ଦେହୁରୀ,ସୁମନ ପାତ୍ର,ହର ଦେବ ମହାରଣା, ବିମଳ ମଣ୍ଡଳ,ସତ୍ୟ ରଞ୍ଜନ ମହାନ୍ତି,ଶାନ୍ତି ଲତା ମହାନ୍ତି,ଲୋଚନ ଗିରି,ପ୍ରମୁଖ କହିଛନ୍ତି ଯେ,ଚଳିତ ବର୍ଷ ମୂଲ୍ୟ ବୃଦ୍ଧି ବେଶୀ ବ।ଧୁଛି ।ଏହାକୁ ନିୟନ୍ତ୍ରଣ ରେ ରଖାଯାଉ ନାହିଁ ।ସ୍ୱଳ୍ପ ରୋଜଗାର ରେ ପରିବାର ଚଳାଇବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଚି । ମାଛ, ଅଣ୍ଡା,ଶୁଖୁଆ ଠାରୁ ପରିବା ମୂଲ୍ୟ ଅଧିକ ହୋଇଛି ।ତେଣେ ସ୍ଥାନୀୟ ଚାଷୀ ମାନେ ମଧ୍ୟ ବଜାର କୁ ଆସିବା କମି ଯାଇଛି ।ଦିନ ମଜୁରିଆ ଙ୍କ କ୍ଷେତ୍ରରେ ଜୀବନ ଜୀବିକା ଦୁର୍ବିସହ ହୋଇ ପଡ଼ିଲାଣି ।

    Related News

    Follow Us