Search
Close this search box.

ୟୁ.ଏ.ପି.ଏ. ଆଇନ୍‌କୁ ରଦ୍ଦ କରିବା ନିମନ୍ତେ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ

0
SHARES
21
VIEWS

ଆଜି ୟୁ.ଏ.ପି.ଏ. ଆଇନ୍ କୁ ରଦ୍ଦ କରିବା ଏବଂ ଅରୁନ୍ଧତୀ ରାୟ ଓ ସେଖ୍ ସୌକତ ହୁସେନଙ୍କ ବିରୋଧରେ ମକଦ୍ଦମା ରୁଜୁ ବନ୍ଦ କରିବା ବିରୋଧରେ ସିପିଆଇ (ଏମ ଏଲ) ଲିବରେସନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ ଅବସରରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରିବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶରେ ଅତିରିକ୍ତ ଜିଲ୍ଲାପାଳ ଗୁଣୁପୁରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଦୀର୍ଘ ୧୪ବର୍ଷ ପୂର୍ବେ ୨୧ ଅକ୍ଟୋବର ୨୦୧୦ ରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଲେଖିକା ଅରୁନ୍ଧତି ରାୟ ଓ ଅନ୍ତଃରାଷ୍ଟ୍ରୀୟ ଆଇନ୍‌ର ପ୍ରଫେସର ସେଖ୍ ସୌକତ୍ ହୁସେନ୍ କାଶ୍ମିର ପ୍ରସଂଗରେ ଦିଲ୍ଲୀ ଠାରେ ନିଜର ଭାଷଣ ରଖିଥିଲେ । ଉକ୍ତ ଭାଷଣ ବିରୁଦ୍ଧରେ ସୁଶୀଲ୍ ପଣ୍ଡିତ ନାମକ ଜଣେ ସାମାଜିକ କର୍ମୀ ସାତଦିନ ପରେ F.I.R. (ଏତଲା) ଦାଖଲ କରିଥିଲେ । ନିୟମ ଅନୁଯାୟୀ ଉକ୍ତ ଏଫ୍. ଆଇ.ଆର(ଏତଲା)ଉପରେ ତିନିବର୍ଷ ଭିତରେ ବିଚାର କରାଯିବା କଥା । ନଚେତ୍ ଏହା ମନକୁ ମନ ରଦ୍ଦ ହୋଇଯିବ ଓ କୋର୍ଟ ଏହାର ବିଚାର କରି ପାରିବେ ନାହିଁ । ତେଣୁ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣନର ବି.କେ. ସାକସେନା ଅଭିସନ୍ଧିମୂଳକ ଭାବେ ନିଷ୍ଠୁର ଓ ଆକ୍ରୋଶ ମୂଳକ ଭାବେ ୟୁ.ଏ.ପି.ଏ. ଆଇନର ପ୍ରୟୋଗ କରି ଅରୁନ୍ଧତି ରାୟ ଓ ସେଖ୍ ସୌକତ ହୁସେନ୍‌ଙ୍କ ବିରୋଧରେ କେସ୍ ଚାଲୁ କରିବା ପାଇଁ ଅନୁମତି ଦେଇଛନ୍ତି । ଯାହା ଅଗଣତାନ୍ତ୍ରିକ, ଭିନ୍ନମତ ପ୍ରୟାସ କରିବାର ଅଧିକାର ଓ ନାଗରିକ ଅଧିକାର ଉପରେ କୁଠାରଘାତ କରୁଛି । ସିପିଆଇ (ଏମ ଏଲ)ପାର୍ଟି ୟୁ.ଏ.ପି.ଏ. ଭଳି ନିଷ୍ଠୁର ଆଇନ୍‌କୁ ରଦ୍ଦ କରିବାକୁ ଦାବି କରୁଛି ଓ ଏଥିପାଇଁ ସାରା ଦେଶରେ ଆଜି ବିକ୍ଷୋଭ ସମାବେଶ ଅନୁଷ୍ଠିତ କରୁଛି । ସାକସେନା ହେଉଛନ୍ତି ସେହି ଲୋକ ଯିଏ ପ୍ରଖ୍ୟାତ୍ ଆନ୍ଦୋଳନକାରୀ ମେଧାପାଟକରଙ୍କ ବିରୋଧରେ ମିଥ୍ୟା ମାନହାନୀ ମୋକଦ୍ଦମା ପାଇଁ ଅନୁମତି ଦେଇଥିଲେ । ଫାସିଷ୍ଟ ଏନ୍‌ଡିଏ ସରକାର ଭିନ୍ନମତ ପ୍ରକାଶ କରିବାର ଅଧିକାର ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବା ପାଇଁ ଏବେ ଜୁଲାଇ ୧ ତାରିଖରୁ ନୂଆ କ୍ରିମିନାଲ୍ ଆଇନ୍ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଯାହାକୁ ସିପିଆଇ (ଏମ.ଏଲ)ପାର୍ଟି ଘୋର ବିରୋଧ କରୁଛି ଓ ସାରା ଦେଶର ବାମପନ୍ଥୀ ଗଣତାନ୍ତ୍ରିକ ଦଳ ସାମାଜିକ କର୍ମୀ ଏହି ଆଇନ୍‌ର ବିରୋଧ କରିବାକୁ ଆହ୍ବାନ କରୁଛି । ଏହା ସହ ଦେଶର ସମସ୍ତ ରାଜନୈତିକ ବନ୍ଦୀଙ୍କୁ ଖଲାସ ଓ ଯେଉଁ ବନ୍ଦୀମାନେ ଦଣ୍ଡ ଭୋଗି ସାରିଛନ୍ତି ସେମାନଙ୍କୁ ତୁରନ୍ତ ଖଲାସ କରିବା ପାଇଁ ଦାବି କରୁଛି । ଏହି ପରିପ୍ରେକ୍ଷୀରେ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବାସହ ବିଭିନ୍ନ ନାରା ଦେଇ ପ୍ରତିବାଦ କରିଥିଲେ । ଏହି ପ୍ରତିବାଦ ଦିବସ ଅବସରରେ ସିପିଆଇ (ଏମ୍.ଏଲ) ଲିବରେସନ ପାର୍ଟିର ରାୟଗଡ଼ା ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗ,ମୀନ ଶବର, କୈଳାଶ ଶବର – ନିରଞ୍ଜନ ଶବର – ଗୋବିନ୍ଦ ପାତିକା – ଦାସୁରୁ ପାତିକା – ରାଜେନ୍ଦ୍ର ମାଝୀ – ଗାଙ୍ଗାନା ଶବର ସଂଗ୍ରାମ ଶବର – କରୁଣା କର ଲିମା – ଦବୃନ୍ଦାବନ ବିଦିକା – ଦୟନି ଶବର – ପଦ୍ମା ଶବର – ବୃନ୍ଦାବତୀ ଶବର ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ କରିଥିବା ବେଳେ ଶତାଧିକ ମହିଳା ଓ ପୁରୁଷ କର୍ମୀମାନେ ଯୋଗଦେଇଥିଲେ ।

    Related News

    Follow Us