Search
Close this search box.

ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ବିକଳ ଚିତ୍ର ୨ମାସ ହେଲା ଯୋଗାଣ ହୋଇନି ଔଷଧ

0
SHARES
3
VIEWS

ଆସିକା :-୧୮/୦୬-ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ବିକଳ ଚିତ୍ର ୨ମାସ ହେଲା ଯୋଗାଣ ହୋଇନି ଔଷଧ l ରାଜ୍ୟ ସରକାର ସହରାଞ୍ଚଳରେ ଜନସାଧାରଣ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଆସିକା ପୌରାଞ୍ଚଳରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗତ ୦୨/୧୦/୨୨ ରେ ଖୋଲାଯାଇଥିଲା l ଗତ ୧୮ ମାସ ମଧ୍ୟରେ ଅନେକ ସମସ୍ୟାଘେରରେ ଛନ୍ଦୀ ହୋଇ ରହିଛି ଏହି ସ୍ୱାସ୍ଥ୍ୟ କେନ୍ଦ୍ର l ଏହିଠାରେ କିଛି କକ୍ଷ ରେ ନା ଅଛି ବିଦ୍ୟୁତ ସଂଯୋଗ ନା ଅଛି ଏଠାରେ ଫ୍ରିଜ ର ବ୍ୟବସ୍ତା ଏବଂ ରୋଗୀଙ୍କ ବିଭିନ୍ନ ପରୀକ୍ଷା ପାଇଁ ଆନାଲାଇଜର ମେସିନ ମଧ୍ୟ ନାହିଁ l ଗତ ଦୁଇ ମାସ ହେଲା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରକାର ଔଷଧ ମଧ୍ୟ ଯୋଗାଣ ହୋଇନାହିଁ l ବର୍ତମାନ ଏହି ମେଡିକାଲ ରେ କାଲସିୟମ, ଭିଟାମିନ, ଆଇରନ ବଟିକା, ସାଲାଇନ ସହିତ ଅଣ ସଂକ୍ରମିତ ରୋଗୀ ମାନଙ୍କ ନିମନ୍ତେ ସୁଗାର ପରୀକ୍ଷା ଯନ୍ତ୍ର ମଧ୍ୟ ଉପଲବ୍ଧ ନଥିବା ଶୁଣିବାକୁ ମିଳୁଛି l ପ୍ରକାଶ ଥାଉକି ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉପରେ ଦୈନିକ ୯୦ ରୁ ୧୦୦ ଜଣ ରୋଗୀ ସାଧାରଣ ଚିକିତ୍ସା ନିମନ୍ତେ ନିର୍ଭର କରିଥାନ୍ତି l ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ସକାଳ ୦୮ ଘଣ୍ଟ ରୁ ଆରମ୍ଭ ହୋଇ ୧୧ ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୦୫ ରୁ ଆରମ୍ଭ ହୋଇ ୦୭ ଘଣ୍ଟ ପର୍ଯ୍ୟନ୍ତ ଖୋଲା ରହି ରୋଗୀସେବା କରାଯାଉଛି l ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନଙ୍କୁ ମାଗଣା ଔଷଧ ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ର ନିୟମ ରହିଛି l ବର୍ତ୍ତମାନ କିଛିଦିନ ହେଲା ଔଷଧ ଗଛିତ ନଥିବା ହେତୁ ରୋଗୀ ଙ୍କୁ ଆବଶ୍ୟକ ସଲାଇନ ଏବଂ ଔଷଧ ଦେବା ସମ୍ଭବ ହୋଇ ପାରୁ ନାହିଁ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି l କେବଳ ଏହି ମେଡିକାଲ ରେ ଔଷଧ, ସାଲାଇନ ନାହିଁ ତାହା ନୁହଁ ଆହୁରି ମଧ୍ୟ ବହୁ ସମସ୍ୟା ରହିଥିବା ହେତୁ ରୋଗୀ ସ୍ୱାସ୍ଥ୍ୟ ସେବା ପାଇବାରେ ବିଫଳ ହେଉଛନ୍ତି l ସବୁଠାରୁ ବଡ଼ କଥା ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ସୂଚାନା ବୋର୍ଡ ମଧ୍ୟ ଆଉ ଦେଖିବାକୁ ମିଳୁନାହିଁ l ତୁରନ୍ତ ଏଥି ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରି ଧ୍ୟାନ ଦେବାକୁ ଆସିକା ଅଞ୍ଚଳ ବାସୀ ଦାବୀ କରିଛନ୍ତି lଶୀଘ୍ର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ହେଲେ ମେଡିକାଲ ଆଗରେ ଧାରଣା ଦେବେ ବୋଲି ଦାବୀ ହେଉଛି  l

    Related News

    Follow Us