Search
Close this search box.

ଖେଲୋ ଇଣ୍ଡିଆ ଜୋନାଲ ମହିଳା ଉସୁ ଲିଗ୍ ରେ ଜିନ୍ଦଲ କ୍ରୀଡା ଛାତ୍ରାବାସର ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତା

0
SHARES
59
VIEWS

ଯୋଡ଼ା, ୧୫/୦୬/୨୦୨୪:(ସଂଘର୍ଷ ରମେଶ) ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବଡ଼ବିଲସ୍ଥିତ ଜିନ୍ଦଲ କ୍ରୀଡା ଛାତ୍ରାବାସର ଉଷୁ ଖେଳାଳିମାନେ କର୍ଣ୍ଣାଟକର ବାଗୋଲକୋଟଠାରେ ଆୟୋଜିତ ସମ୍ମାନଜନକ ଖେଲୋ ଇଣ୍ଡିଆ ଜୋନାଲ ମହିଳା ଉସୁ ଲିଗ୍ ରେ ୪ଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ କାଂସ୍ୟ ପଦକ ଜିତି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ତତ୍ତ୍ୱାବଧାନରେ ଏହି ଛାତ୍ରାବାସ ପ୍ରତିଷ୍ଠା କରାଯାଇଛି ।

ଯୋଡ଼ା-ବଡ଼ବିଲ ଅଂଚଳ ଓ ଜେଏସପି ଫାଉଣ୍ଡେସନ ପାଇଁ ଗୌରବ ଆଣିଥିବା ବିଜେତା ଖେଳାଳିଙ୍କ ମଧ୍ୟରେ ଅଛନ୍ତି, ସୁମନ ପାତ୍ର (୩୯ କେଜି ସବ୍-ଜୁନିୟର) – ସ୍ୱର୍ଣ୍ଣ ପଦକ, ସ୍ବେତାରାଣୀ ମହାନ୍ତ (୪୮ କେଜି ଜୁନିୟର) –  ସ୍ୱର୍ଣ୍ଣ ପଦକ, ସବିତା ମୁଣ୍ଡା (୫୬ କେଜି ଜୁନିୟର) – ସ୍ୱର୍ଣ୍ଣ ପଦକ, ମଞ୍ଜୁ ମୁଣ୍ଡା (୪୫ କେଜି ସିନିଅର) ଓ ଲକ୍ଷ୍ମୀ ମୁଣ୍ଡା (୪୫ କେଜି ଜୁନିୟର) – ବ୍ରୋଞ୍ଜ ପଦକ ।

ଏହି ଉଲ୍ଲେଖନୀୟ ସଫଳତା ଅବହେଳିତ ଅଂଚଳର ପ୍ରତିଭାବାନ ଯୁବକମାନଙ୍କୁ ସଶକ୍ତ କରିବା ଦିଗରେ ଜେଏସପି ଫାଉଣ୍ଡେସନର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଏ ।

କମ୍ପାନୀର ସଭାପତି ତଥା ସିଏସ୍ଆର୍ ମୁଖ୍ୟ ଏବଂ କର୍ପୋରେଟ୍ ଯୋଗାଯୋଗ ବିଭାଗ ମୁଖ୍ୟ – ଓଡିଶା, ଶ୍ରୀ ପ୍ରଶାନ୍ତ କୁମାର ହୋତା, କ୍ରୀଡ଼ାବିତ୍ ମାନଙ୍କର ଉଲ୍ଲେଖନୀୟ ସଫଳତା କୁ ନେଇ ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, ଏହି ଆଥଲେଟଙ୍କ ସଫଳତା କ୍ରୀଡ଼ା କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ଏବଂ ଜେଏସପି ଫାଉଣ୍ଡେସନର ସାମାଜିକ ଉନ୍ନତି ମୂଳକ  କାର୍ଯ୍ୟକୁ ଦର୍ଶାଉଛି। ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ଜେଏସପି ଫାଉଣ୍ଡେସନ ଏହି ଆଦିବାସୀ ଅଂଚଳରେ ଉଭୟ ଆଥଲେଟିକ୍ ଉତ୍କର୍ଷତା ଏବଂ ଗରିବ ଯୁବକମାନଙ୍କର ସାମଗ୍ରିକ ବିକାଶରେ ସାହାଯ୍ୟ କରିଆସୁଛି । ଏହାବ୍ୟତୀତ ଆମର ପ୍ରେରଣାର ଉତ୍ସ ହେଉଛନ୍ତି ଜେଏସପିର ଅଧ୍ୟକ୍ଷ ତଥା ସମ୍ମାନୀୟ ଲୋକସଭା ସାଂସଦ, ଶ୍ରୀ ନବୀନ ଜିନ୍ଦଲ ଜୀ, ଯିଏ କି ଭାରତର ଆଥଲେଟିକ୍ସ ।

    Related News

    Follow Us