Search
Close this search box.

ଦେବଦମ୍ପତିଙ୍କ ବିବାହ ଲାଗି ଶୈବପୀଠ ଚଳଚଞ୍ଚଳ

0
SHARES
10
VIEWS

ଆସିକା ୧୦/୬/୨୪: ଶିବବିବାହ ଅବସରରେ ସୋମବାର ଆସିକା ସହର ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଉତ୍ସବମୁଖର ହୋଇପଡ଼ିଛି ।ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି ।
ଦେବଦେବ ମହାଦେବ ଶିବ ବରବେଶରେ
ସଜ୍ଜିତ ହୋଇଥିବା ବେଳେ ମାତା ପାର୍ବତୀ କନ୍ୟା ବେଶରେ ସଜ୍ଜିତ ହୋଇଥ୍ ଲେ ।
ଶୈବପୀଠଗୁଡ଼ିକରେ ସଂପୂର୍ଣ୍ଣ ରୀତି ନୀତି
ଅନୁଯାୟୀ ବିବାହ ଅନୁଷ୍ଠିତ ହୋଇଥିଲା । ଆସିକା ଏନ୍ ଏସି ଅଧୀନ ୧ ନଂ ୱାର୍ଡ ପୁଢୁଗେଶ୍ୱର ଶୈବପୀଠରେ ଦେବଦେବ
ମହାଦେବଙ୍କ ଦୈନନ୍ଦିନ ରୀତିନୀତି ଅନୁଯାୟୀ ସମସ୍ତ ପୂଜା ସଂପନ୍ନ ହେବା ପରେ ପୁଢୁଗେଶ୍ୱର ପଲ୍ଲୀ ଗ୍ରାମରେ ପଣ୍ଡିତ ମାନଙ୍କ ଉପସ୍ଥିତିରେ ବେଦମନ୍ତ୍ର
ଉଚ୍ଚାରଣରେ ବିବାହ ସଂପନ୍ନ ହୋଇଥିଲା।ସେହି ଭଳି ତ୍ରୀଦେବଧେଶ୍ଵର, ରାମେଶ୍ଵର, ସୁବର୍ଗେଶ୍ଵର,ଚନ୍ଦ୍ରକଵେଶ୍ଵର, ପୁଡୁଗେଶ୍ଵର ଶୈବପୀଠରେ ଜଗତଜନନୀ ଦେବୀ ପାର୍ବତୀ ଓ ଦେବଦେବ ମହାଦେବଙ୍କ ବିବାହ ଦର୍ଶନ କରି ପୁଣ୍ୟ ଅର୍ଜନ
କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା
ଦେଖିବାକୁ ମିଳିଥିଲା । ଆସିକା ଏନ୍‌ଏସି ଅଧୀନ ତାଲୁକା ଛକସ୍ଥିତ ବାଲୁଙ୍କେଶ୍ବର ଶୈବପୀଠରେ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟକ୍ରମକୁ ସଂପନ୍ନ କରିବା ଦିଗରେ ୧ ନମ୍ବର ୱାର୍ଡର କଙ୍ଗ୍ରେସେ ବିଧାୟୀକା ପ୍ରାଥିନି ସୁରଭି ବିଶୋଇ, ଆଧ୍ୟାତ୍ମିକ
ପ୍ରେମୀ ଶନ୍ତୋଶ ବିଶୋଇ, ସୁସାନ୍ତ ଦାସ୍,ଅମିର ବିଶୋଇ,ରୋହିତ ବିଶୋଇ,
ସମେତ ରଘୁନାଥ ନଗର ଓ ପୁରୁଣା ପଳୀ
ଗ୍ରାମବାସୀ ସହଯୋଗ କରିଥିଲେ ।
କିମ୍ବଦନ୍ତୀ ରହିଛି ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ
ତିଥିରେ ମହାଯୋଗୀ ଶିବ ନିଜ ଦେବଗଣ ଓ ନନ୍ଦି ଭୂଙ୍ଗିଙ୍କ ଗହଣରେ ଏକ ବିରାଟ
ଶୋଭାଯାତ୍ରାରେ ଯାଇ ଗୌରୀଙ୍କୁ ବିବାହ
କରିଥିଲେ। ସେହି ପୌରାଣିକ କିମ୍ବଦନ୍ତୀକୁ
ଆଧାର କରି ଶୈବପୀଠଗୁଡିକରେ ଶିବବିବାହ ଓ ଶୀତଳଷଷ୍ଠୀ ଉତ୍ସବ ପାଳିତ ହୋଇଆସୁଛି । ଆସିକା ସହରର ଋଷିକୂଲ୍ୟା ତଟରେ ପୂଜା ପାଇ ଆସୁଥିବା ପୁଢୁଗେଶ୍ଵର ପୀଠରେ ଦେବଦମ୍ପତିଙ୍କ
ଦିବ୍ୟଦେଶକୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଦେବାଧଦେବ ମହାଦେବ ଓଜଗତଜନନୀ ମା’ ପାର୍ବତୀଙ୍କ ମାଙ୍ଗଳିକ କାର୍ଯ୍ୟ ପରିଚାଳନା ଦିଗରେ ସ୍ଥାନୀୟ ଅଞ୍ଚଳବାସୀ ସହଯୋଗ କରିଥିଲେ। ସୋମବାର ରାତିରେ ପଲ୍ଲୀ ଗ୍ରାମରେ ବିଜେ ପ୍ରଭୁ ବାଲୁଙ୍କେଶ୍ୱର ନଗର ପରିକ୍ରମା ପରେ ବାଟବଋଣ ଓ ହସ୍ତଗୁନ୍ଥି ସଂପନ୍ନ ହୋଇଥିଲା।ଶୈବପୀଠ ରଙ୍ଗୀନି ଆଲୋକି ମାଳାରେ ସଜ୍ଜିତ ହୋଇଥିବା ବେଳେ ବିବାହ ମଣ୍ଡପ ଫୁଳ,ଆମ୍ବତୋରଣ ରେ ସଜାଯାଇଥିଲା।

    Related News

    Follow Us