Search
Close this search box.

ବିଶ୍ଵ ପରିବେଶ ଦିବସ: ଟାଟା ଷ୍ଟିଲ ପକ୍ଷରୁ ଚାରା ରୋପଣ ଏବଂ ଯୋଡା ସହର ପରିଷ୍କାର ଅଭିଯାନ

0
SHARES
0
VIEWS

ଯୋଡା, ୦୫/୦୬(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡ଼ା ଅନ୍ତର୍ଗତ ଟାଟା ଷ୍ଟିଲ ର ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଟାଟା ଷ୍ଟିଲ ପକ୍ଷରୁ ବୁଧବାର ଚାରା ରୋପଣ, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ଯୋଡା ସହର ପରିଷ୍କାର ଅଭିଯାନ ଆରମ୍ଭ କରାଯାଇଛି Iଏହି ଉତ୍ସବ ପାଳନ ଅବସରରେ ଟାଟା ଷ୍ଟିଲ ଯୋଡା ମୁଖ୍ୟ ରାଜେଶ କୁମାର, ମେଡିସିନାଲ ପାର୍କ ଠାରେ କମ୍ପାନୀ ର କର୍ମଚାରୀ ମାନଙ୍କ ଉପସ୍ଥିତିରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ସହ ଯୋଡା ଇଷ୍ଟ ୱେଟ ପ୍ରୋସେସିଂ ପ୍ଳାଣ୍ଟ ମୁଖ୍ୟ ଚିତ୍ତରଞ୍ଜନ ସାହୁ, ଅପରେସନ ମୁଖ୍ୟ ହରିଦ୍ରୁମତ ବେହେରା ଓ ପରିବେଶ ବିଭାଗ ପ୍ରବନ୍ଧକ ଶୁଭମ ସିଂ ପ୍ରମୁଖ ଉପସ୍ଥିତ ଥିଲେ I ଚଳିତ ବର୍ଷ ର ବିଷୟବସ୍ତୁ, ଭୂମି ର ପୁନଃ ସଂରକ୍ଷଣ ସମ୍ପର୍କରେ ସମସ୍ତ ଉପସ୍ଥିତ ବ୍ୟକ୍ତି ବିଶେଷ ଏବଂ ପିଲାମାନଙ୍କୁ ସଚେତନ କରାଯାଇ ପୂର୍ବରୁ ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ଵ ଅର୍ଜନ କରିଥିବା କର୍ମଚାରୀ ଏବଂ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା I ଏହା ପୂର୍ବରୁ ଖଣ୍ଡବନ୍ଧ ଏବଂ, କଳମଙ୍ଗ ଏବଂ ଗନ୍ଧଲପଦା ଅଞ୍ଚଳ ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କ ରେ ପିଲାମାନଙ୍କ ମଧ୍ୟରେ ଆୟୋଜିତ ଚିତ୍ରାଙ୍କନ, ସାଧାରଣଜ୍ଞାନ ଏବଂ ପୋଷ୍ଟର ପ୍ରତିଯୋଗୀତା ର କୃତି ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା I ସେମାନେ ସମସ୍ତେ ଆଖପାଖ ଅଞ୍ଚଳରେ
ବିଭିନ୍ନ ଜାତି ର ଫଳ ଚାରା ରୋପଣ କରିଥିଲେ I ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ ଏକ ଟିମ୍ ମଙ୍ଗଳବାର ଯୋଡା ସହର ର କେନ୍ଦ୍ରୀୟ ଖେଳ ପଡିଆ ଠାରୁ ଟାଟା ମୁଖ୍ୟ ଚିକିତ୍ସାଳୟ ଯୋଡା ପର୍ଯ୍ୟନ୍ତ ସଫେଇ କାମ କରିଥିଲେ Iଏହି ଅଭିଯାନ ରେ କମ୍ପାନୀ ର ପ୍ରାୟ ୫୦ ଜଣ ସ୍ଵେଚ୍ଛାସେବୀ ଯୋଗଦେଇଥିଲେ I ଏହା ପରେ, ଏହି ଆବର୍ଜନା କୁ ଯୋଡା ମୁନିସିପାଲିଟି ଡମ୍ପୟାଡ କୁ ପଠାଯାଇଥିଲା I ଜୁନ ମାସ ବ୍ୟାପୀ ପାଳନ ହେବାକୁ ଥିବା ସସ୍ଟେନେବିଲିଟି କାର୍ଯ୍ୟକ୍ରମରେ, ଟାଟା ଷ୍ଟିଲ ପକ୍ଷରୁ, ଯୋଡା ସହର ର ଅନ୍ୟାନ୍ୟ ଅଞ୍ଚଳ କୁ ସଫେଇ କରିବା ପାଇଁ
ଯୋଜନା କରାଯାଇଛି I

    Related News

    Follow Us