Search
Close this search box.

ଗଞ୍ଜାମ ଜିଲ୍ଲା ରେ ବିଜେଡି ଏପରି ହାରିବ ଏହା କଳ୍ପନା ରୁ ବାହାରେ ଥିଲା ଯାହାକି ବିଜେଡି ଇତିହାସ ରଚିବ କଣ ଇତିହାସ ହୋଇ ରହି ଗଲା ବୋଲି ସାଧାରଣ ରେ ଚର୍ଚ୍ଚା…

0
SHARES
68
VIEWS

୪-୬ ପ୍ରଦୀପ ପାଣିଗ୍ରାହୀ ଯେଉଁ ଭଳିଲେଖା
ଛିଡ଼େଇବା କଥା ଆରମ୍ଭ ରୁ କହିଥିଲେ ତାହା କାର୍ଯ୍ୟରେ କରି ଦେଖାଇଛନ୍ତି।ଗଞ୍ଜାମ ଟାଇଗେର ଭଳି ଗର୍ଜନ କରି ସିଧା
ପଣ୍ଡିଆନ କୁ ଟାର୍ଗେଟ କରି ବିଜେପିର ନିକଟତର ହେବା ସହ ବ୍ରହ୍ମପୁର ଭଳି ସଂସଦୀୟ କ୍ଷେତ୍ରରେ ବିଜେପି ରୁ ଟିକେଟ
ପାଇଲେ। ଗଞ୍ଜାମ ଜିଲ୍ଲାରୁ ସର୍ବ ପ୍ରଥମେ ପ୍ରଦୀପ ପାଣ୍ଡିଆନଙ୍କ କାର୍ଯ୍ୟ କଳାପ ରେ ଅତିଷ୍ଠ ହୋଇ ବିଜେଡ଼ି ଦଳ ମୁଖୁଆ ଙ୍କୁ
ଜିଲ୍ଲା ସମେତ ରାଜ୍ୟ ମଧ୍ୟରେ ତାଙ୍କ ଭୂମିକା ସମ୍ପର୍କରେ କହିଦଳରୁ ତଡ଼ା ଖାଇ ଶେଷରେ ଜେଲ ମଧ୍ଯ ଯାଇଥିଲେ। ବିଜେପି
ଦଳରେ ସାମିଲ ହେବାପରେ ବିଜେଡ଼ି ର ବଡ଼ ଶତ୍ରୁପାଲଟିଥିଲେ ପଦୀପ ପାଣିଗ୍ରାହୀ। ସେ ଯେଉଁ ଦିନରୁ ବିଜେପି ରେ ଯୋଗ ଦେଇଥିଲେ, ସେ ଦିନରୁ ଲେଖା ଛିଡିବ ବୋଲି କହି ଆସୁଥୁଲେ ଆଜି ତାହା ପ୍ରମାଣିତ କରିଦେଇଛନ୍ତି। ଆସିକା
ସଂସଦୀୟ କ୍ଷେତ୍ରର କେବଳ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ କୁ ଛାଡି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ସମସ୍ତ
ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ର ଲେଖା ଛିଡେଇ ଦେଇଛନ୍ତି।ପ୍ରଦୀପ ଙ୍କ ପ୍ରଭାବ ଓ ମୋଦିଙ୍କ ଘନ ଘନ ଓଡିଶା ଆସିବା
ଫଳରେ ବିଜେପି ରାଜ୍ୟ ସିଂହାସନ ଆଜି ହାତେଇଛି। ସଘଂର୍ସ ରେ ଆମେ ପୂର୍ବରୁ ଅନେକ ଥର ଲେଖୁଥିଲୁ ଖଲ୍ଲିକୋଟ,
ପୋଲସରା, କବିସୂର୍ଯ୍ୟ ନଗର, ଆସିକା,ସୋରଡ଼ା ସମେତ ଛତ୍ରପୁର, ବ୍ରହ୍ମପୁର, ଚକିଟି ଓ ଦିଗପହଣ୍ଡି ବିଧାନସଭା ଆସନ ଓ। ଆସିକା
ସଂସଦୀୟ କ୍ଷେତ୍ରରେ ହରସାହୁ ଙ୍କ ଝିଅ ରଞ୍ଜିତା ସାହୁଙ୍କୁ ବିଜେଡ଼ି ସାଂସଦ ଟିକେଟ ଦେବା ପରେ ବିଜେଡ଼ି ର ସବୁ ଅଙ୍କ
ଫେଲ ହୋଇଗଲା ବୋଲି ମଧ୍ୟ ଆମେ ସଘଂର୍ସ ରେ ଖବର ପ୍ରକାଶ କରିଥିଲୁ। ଦୀର୍ଘ ୨୫ ବର୍ଷର ବିଜେଡ଼ି ତାର ଦୁର୍ଗ ଭାବେ ରାଜ୍ୟରେ ଶାସନ କରି ଆସୁଥିଲେ। କେବଳ ପାଣ୍ଡିଆନ ଓ କିଛି ଅପାରଗତା ବ୍ୟକ୍ତି ବିଶେଷ ଙ୍କ ପାଇଁ ଆଜି ବିଜେଡ଼ି ର ଏହି ଅବସ୍ଥା ହୋଇଛି ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ହେଉଛି। ଏବେ ଦୀର୍ଘ
ବର୍ଷ ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ହାତରେ ଶାସନ ଗାଦିର ଡୋରି ଜନତା ଦନାର୍ଦନ ଦେଇଛନ୍ତି। ଗର୍ବ
ଅହଂକାର ର ଅନ୍ତ ଘଟିଛି, ଦୁଃଖର ସହିତ ଲେଖୁବାକୁ ପଡୁଛି ବହୁ ସ୍ବାଭିମାନ ସାମ୍ବାଦିକ ନିଜ ପରିଚୟ ମଧ୍ଯ ହରାଇ
ବସିଥିଲେ,ଅମଲାତନ୍ତ୍ର ଶାସନ ରେ ମଧ୍ୟ ଅନେକ ସ୍ଵାଭିମାନୀ ଅଫିସର ଦବାବ ରେ ନିଜ କାର୍ଯ୍ୟ କରୁଥ‌ିବା ନଜିର ରହିଛି ।
ଓଡ଼ିଶାର ଅସ୍ମିତା କୁ ସଂମ୍ମାନ ମିଳିଛି ବୋଲି ଆଜି ସାଧାରଣ ରେ ଚର୍ଚ୍ଚା ହେଉଛି । ବିଜେଡି ହଟିବାର ଥିଲା ହଟିଲା ବୋଲି
ଜନତା ଜନାର୍ଦ୍ଦନ ମତ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ରେ ବିଜେଡି ଏପରି ହାରିବ ଏହା କଳ୍ପନା ରୁ ବାହାରେ ଥିଲା ଯାହାକି ବିଜେଡି ଇତିହାସ ରଚିବ କଣ ଇତିହାସ ହୋଇ ରହି ଗଲା ବୋଲି ସାଧାରଣ ରେ ଚର୍ଚ୍ଚା…

    Related News

    Follow Us