କେନ୍ଦୁଝର/ଯୋଡ଼ା: ୦୩/୦୬(ସଂଘର୍ଷ ରମେଶ) ଖିରେଇଟାଙ୍ଗିରୀ ସ୍ଥିତ ବିଶ୍ୱ ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ନମ୍ରତା ବେହେରା ମହାରାଜା ଶ୍ରୀରାମ ଚନ୍ଦ୍ର ଭଂଜ ଦେଓ ବିଶ୍ୱବିଦ୍ୟାଳୟର କଂପ୍ୟୁଟର ସାଇନ୍ସ ବିଭାଗ ସ୍ମାତକ ପରୀକ୍ଷାରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି । ସେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ଦ୍ୱାରା ଗରିବ ମେଧାବୀ ଛାତ୍ରୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ‘ଯଶସ୍ବୀ ମେଧାବୃତ୍ତି’ ସହାୟତା ରେ ଅଧ୍ୟୟନ କରୁଥିଲେ । ବିଶ୍ୱବିଦ୍ୟାଳୟରେ ଟପ୍ପର ହେବା ପରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି ।ଖିରେଇଟାଙ୍ଗିରୀ ପଂଚାୟତର ଡଳଙ୍ଗ ଗାଁର ଶ୍ରୀ ବିଜୟାନନ୍ଦ ବେହେରା ଓ ଶ୍ରୀମତୀ ଗୀତାଂଜଳୀ ବେହେରାଙ୍କ ଝିଅ ସୁଶ୍ରୀ ନମ୍ରତା ବେହେରାଙ୍କ ପାଇଁ ଆର୍ଥିକ ସମସ୍ୟା ଉଚ୍ଚ ଶିକ୍ଷା ନିମନ୍ତେ ବାଧା ସୃଷ୍ଟି କରୁଥିବାବେଳେ ଜେଏସପି ଫାଉଣ୍ଡେସନ ସହାୟତାର ହାତ ବଢ଼ାଇ ଥିଲେ । ଫାଉଣ୍ଡେସନର ‘ଯଶସ୍ବୀ ମେଧାବୃତ୍ତି’ ଯୋଜନା ରେ ନମ୍ରତାଙ୍କ ସମ୍ପୂର୍ଣ ପଢା ଖର୍ଚ୍ଚ ବହନ କରିଥିଲେ। ସୁଶ୍ରୀ ବେହେରା ଏହି ସଫଳତା ପାଇଁ ନିଜର ମାତା-ପିତା ଓ ପରିବାର ବର୍ଗଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରବି ନାରାୟଣ ମହାନ୍ତ ଓ ଅନ୍ୟ ଅଧ୍ୟାପକ-ଅଧ୍ୟାପିକା ଏବଂ ଫାଉଣ୍ଡେସନକୁ ଶ୍ରେୟ ଦେଇଛନ୍ତି । ସେ ପରୀକ୍ଷାରେ ୮୭% ନମ୍ବର ରଖି, ସର୍ବମୋଟ ୧୪୦୦ ନମ୍ବରରୁ ୧୨୧୯ ନମ୍ବର ପ୍ରାପ୍ତ କରିଛନ୍ତି ।
ତାଙ୍କର ଏହି ସଫଳତା ଜେଏସପି ଫାଉଣ୍ଡେସନର ସହାୟତା ସହ ନିଜର ପରିଶ୍ରମ ଓ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ମାନଙ୍କର ସହଯୋଗ ବିନା ସମ୍ଭବ ହୋଇ ପାରି ନଥାନ୍ତା ବୋଲି ସେ କହିଛନ୍ତି । ଭବିଷ୍ୟତରେ ସେ ଏହି ବିଷୟରେ ଉଚ୍ଚ ଶିକ୍ଷା ହାସଲ କରିବା ସହ ଜଣେ ଭଲ ସଫ୍ଟୱେର ଇଂଜିନିୟର ହେବେ ବୋଲି ଆଶା ରଖିଛନ୍ତି । ବିଶ୍ୱ ବିନାୟକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମହାନ୍ତ ଏହି ସଫଳତା ପାଇଁ ନମ୍ରତା ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷାଦାନରେ ସାମିଲ ଥିବା ସମସ୍ତ ଅଧ୍ୟାପକ –