ଯୋଡା, ମଇ ୩୧/୦୫(ସଂଘର୍ଷ ରମେଶ) ଯୋଡ଼ା ଟାଟା ଷ୍ଟିଲ୍ ପକ୍ଷରୁ ବିଶ୍ଵ ତମାଖୁ ବର୍ଜନ ଦିବସ ଯୋଡା ମୁଖ୍ୟ ଚିକିତ୍ସାଳୟ ଠାରେ ଶୁକ୍ରବାର ପାଳିତ ହୋଇଯାଇଛି Iଏହି ପରିପ୍ରେକ୍ଷୀରେ ସକାଳେ ଏକ ସଚେତନତା ରାଲି ର ଆୟୋଜନ କରାଯାଇଥିଲା I ଏଥିରେ ଯୋଡା ଆର ବି ସି ବାଳକ ଏବଂ ବାଳିକା ବିଦ୍ୟାଳୟର ପ୍ରାୟ 80 ଜଣ ଛାତ୍ରଛାତ୍ରୀ ମାନଙ୍କ ସହ କର୍ମଚାରୀ ମାନେ ଯୋଗ ଦେଇ ବିଭିନ୍ନ ପ୍ଲାକାର୍ଡ ଏବଂ ସ୍ଲୋଗାନ୍ ମାଧ୍ୟମରେ ତମାଖୁ ବର୍ଜନ କରିବାର ବାର୍ତ୍ତା ଓ ଶିକ୍ଷଣୀୟ ସୂଚନା ପ୍ରଦାନ କରିଥିଲେ I ଏହି ରାଲି ଆର ବି ସି ବିଦ୍ୟାଳୟ ରୁ ଆରମ୍ଭ ହୋଇ ଟାଟା ମୁଖ୍ୟ ଚିକିତ୍ସାଳୟ ଯୋଡା ଠାରେ ଶେଷ ହୋଇଥିଲା I
କାର୍ଯ୍ୟକ୍ରମ ଶେଷରେ ଟାଟା ମୁଖ୍ୟ ଚିକିତ୍ସାଳୟ, ଯୋଡା ର ମୁଖ୍ୟ ଚିକିତ୍ସାଧିକାରୀ ଡା: ସୁଚିସ୍ମିତା ଦାସ ପିଲାମାନଙ୍କୁ ଏବଂ ଉପସ୍ଥିତ କର୍ମଚାରୀ ମାନଙ୍କୁ ତମାଖୁ ସେବନ ର ଅପକାରିତା ଓ ଶରୀର ଉପରେ ଏହାର କୁ ପ୍ରଭାବ ସମ୍ପର୍କରେ ଅବଗତ କରାଇଥିଲେ I ତମାଖୁ ସେବନ ଦ୍ଵାରା ଏହା କିପରି କ୍ୟାନସର ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଥାଏ, ସେ ବିଷୟରେ ବୁଝାଇ କହିଥିଲେ I
ଏହାପରେ ତମାଖୁ ବର୍ଜନ ବିଷୟ ବସ୍ତୁ ଉପରେ ଆଧାରିତ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା I
ଏହି କାର୍ଯ୍ୟକ୍ରମ ବ୍ୟତୀତ, ଟାଟା ମୁଖ୍ୟ ଚିକିତ୍ସାଳୟ, ଯୋଡା ସମେତ ଖଣ୍ଡବନ୍ଧ, ଯୋଡା ଇଷ୍ଟ, ଯୋଡା ୱେଷ୍ଟ, ବାମେବାରି ଏବଂ ଯୋରିବାହାଲ ଖଣି ସମୁହ ରେ ଡାକ୍ତର ମାନଙ୍କ ତରଫରୁ କର୍ମଚାରୀ ମାନଙ୍କ ମଧ୍ୟରେ ତମାଖୁ ଭୟାବହତା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା Iତମାଖୁ ଶରୀର ର ପ୍ରମୁଖ ଅଙ୍ଗ ଯଥା ହୃଦୟ, ଯକୃତ ଏବଂ ପାକସ୍ଥଳୀ ପ୍ରଭୃତି କୁ ବହୁ ମାତ୍ରାରେ ପ୍ରଭାବିତ କରୁଥିବାରୁ ଏଥିରୁ ନିବୃତ ରହିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା I