ଯୋଡା,୨୫/୦୫(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ର ଯୋଡା ସହରରେ ମତ ଦାନ ଶାନ୍ତି ଶୃଙ୍ଖଳା ର ଖବର ଲେଖାହେଲା ପର୍ଯ୍ୟନ୍ତ ଚାଲିଛି।ଯୋଡା ସହର ରେ ଥିବା ୨୭ଟି ବୁଥ ରେ ମତଦାନ ପାଇଁ ସକାଳ ୬.୩୦ମିନିଟ ସମୟ ରୁ ଭୋଟର ଲାଇନ ଲଗାଇବା ଆରମ୍ଭ କରିଥିଲେ । ବିଭିନ୍ନ ମତଦାନ କେନ୍ଦ୍ର ଗୁଡିକ ରେ ପାନୀୟ ଜଳ ଯୋଗାଣ ସହିତ ଭୋଟର ଙ୍କ ପାଇଁ ଛାଉଣୀ ବ୍ୟବସ୍ଥା ହୋଇଥିବା ବେଳେ ବନେଇକଳା ଉଚ ବିଦ୍ୟାଳୟ ହାଇସ୍କୁଲ ବୁଥ ରେ ଛାଉଣୀ ବ୍ୟବସ୍ଥା ଠିକ୍ ନ ଥିବାରୁ ମହିଳା ଓ ବୟସ୍କ ଲୋକ ହଇରାଣ ହୋଇଥିବା ନେଇ ବରିଷ୍ଠ ନାଗରିକ ଗୋପାଳ ଚନ୍ଦ୍ର ସାହୁ କରିଥିଲେ, ସେହିପରି ପଶ୍ଚିମ ଯୋଡା ବିଦ୍ୟାଳୟ ରେ ମଧ୍ଯ ପାନୀୟ ଜଳ ର ବ୍ୟବସ୍ଥା କୁ ନିୟନ୍ତ୍ରିତ କରାଯାଇ ନ ଥିଲା ।ମତଦାନ କେନ୍ଦ୍ରରେ ଥିବା ଅଧିକାରୀ ମାନଙ୍କ ର କାର୍ଯ୍ୟ ମନ୍ଥରତା ହେତୁ ଭୋଟ ଦାନ ରେ ବିଳମ୍ବ ହୋଇ ଥିଲା ବୋଲି ଭୋଟର ଅଭିଯୋଗ କରିଥିଲେ ।ସେହିପରି ଯୋଡା ବସ୍ତି ସ୍କୁଲ ରେ ଭୋଟ ଦାନ ବେଳେ ବହୁ ସମସ୍ୟା ଉପୁଜି ଥିଲା ।ଏକ ନିର୍ଦ୍ଦିଷ୍ଟ ଦଳ ର ପୋଲିଂ ଏଜେଣ୍ଟ ମାନେ ପ୍ରବେଶ ପଥରେ ଜଗି ରହି ଭୋଟର ମାନଙ୍କୁ ଦଳ କୁ ଭୋଟ ଦେବ। ପାଇଁ ପ୍ରବର୍ତ।ଉ ଥିବା ବେଳେ ଅନ୍ୟ ଏକ ଦଳ ର ପୋଲିଂ ଏଜେଣ୍ଟ ମାନଙ୍କୁ ପ୍ରସ୍ଥାନ ସ୍ଥାନରେ ଠିଆ କରାଇ ଦେଇ ଥିଲେ । ପରେ ଦୁଇ ଦଳ ମଧ୍ୟରେ ତର୍କ ଓ ବାକ ବିତଣ୍ଡା ହୋଇ ଥିଲା ।ସେହିପରି ବୁଥ ନଂ ୯୯ ରେ ମଧ୍ୟ ସମାନ ଅବସ୍ଥା ଘଟିଥିଲା ।ଏପରିକି ୧୦୪ ନଂ ବୁଥ ଥିବା ସ୍କୁଲ ର ସିଡି ତଳେ ଜୈନେକ ଯୁବକ ଅଚେତ୍ ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ନୂଆ ନୂଆ ଭୋଟ ଦେବାକୁ ଆସିଥିବା ଯୁବକ ମାନେ ମଧ୍ଯ ବୁଥ୍ ଓ ତାଲିକା ପାଇବାରେ ହଇରାଣ ହୋଇ ବିରକ୍ତି ଭାବ ପ୍ରକାଶ କରିଥିଲେ, ତେବେ ଚଳିତ ନିର୍ବାଚନରେ ଅନଲାଇନ ମାଧ୍ୟମରେ ଭୋଟ ପରିଚୟ ପତ୍ର ଆବେଦନ କରିଥିବା ନେଇ ସ୍ଥାନ ଓ ବୁଥ ରେ ତ୍ରୁଟି ଦେଖାଦେଇଥିବା ମଧ୍ଯ ଦେଖିବାକୁ ମିଳିଥିଲା, ଭୋଟ ଦେବାକୁ ଆସି ସଠିକ ବୁଥ ନପାଇ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ନିରାଶ ହେଉଥିବା ଦେଖିବାକୁ ମିଳିଥିଲା, ତେବେ ଖବର ଲେଖା ପର୍ଯ୍ୟନ୍ତ ଭୋଟର ମାନେ ଭୋଟ ଦେବାପାଇଁ ବିଭିନ୍ନ ବୁଥ ଗୁଡିକରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି,,