Search
Close this search box.

ଟାଟା ଷ୍ଟିଲ୍ ଯୋଡା ଠାରେ ବିଶ୍ଵ ଜୈବ ବିବିଧତା ଦିବସ ପାଳିତ

0
SHARES
6
VIEWS

ଯୋଡା, ୨୨/୦୫(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ଦ୍ବାରା ଏକ ସନ୍ତୁଳିତ ପରିବେଶ ର ସ୍ଥାୟିତ୍ଵ କୁ ବଜାୟ ରଖିବା ଉଦ୍ଦେଶ୍ଯରେ ପ୍ରତି ବର୍ଷ ପାଳନ କରାଯାଉଥିବା ବିଶ୍ୱ ଜୈବ ବିବିଧତା ଦିବସ, ବୁଧବାର ଟାଟା ଷ୍ଟିଲ ଦ୍ଵାରା ପରିଚାଳିତ ଯୋଡା ଇଷ୍ଟ ଲୌହ ଖଣି ଏବଂ ଖଣ୍ଡବନ୍ଧ ଖଣି ରେ ପାଳିତ ହୋଇଯାଇଛି Iଏହି ପରିପ୍ରେକ୍ଷୀରେ କର୍ମଚାରୀମାନଙ୍କ ମଧ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ସହିତ ଦୁଇଟି ଯାକ ଖଣି କ୍ଷେତ୍ରରେ ଚାରା ରୋପଣ ମଧ୍ୟ କରାଯାଇଥିଲା I ଟାଟା ଷ୍ଟିଲ୍ ର ଅଧିକାରୀ ଏବଂ କର୍ମଚାରୀ ମାନେ ବିଭିନ୍ନ କିସମର ଚାରା ରୋପଣ କରି ସନ୍ତୁଳିତ ପରିବେଶ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ Iଜଙ୍ଗଲ କ୍ଷୟ, ପ୍ରାକୃତିକ ସମ୍ପଦ ର ଅତ୍ୟୁତତ୍ପାଦନ, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ବନ୍ୟ ଜୀବଜନ୍ତୁ ଙ୍କର ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ଭଳି ସମସ୍ୟା ଯୋଗୁଁ ପରିବେଶ ଅସନ୍ତୁଳିତ ହେଉଥିବାରୁ, ଏହାର ନିରାକରଣ ପାଇଁ ଆମକୁ ଯତ୍ନବାନ ହେବାକୁ ପଡିବ ବୋଲି ସମସ୍ତଙ୍କୁ ଆହ୍ଵାନ କରାଯାଇଥିଲା I ଏ ବର୍ଷ ର ବିଷୟବସ୍ତୁ – ‘ବି ପାର୍ଟ ଅଫ୍ ଦ ପ୍ଳାନ’ ଉପରେ ମଧ୍ୟ ଆଲୋଚନା କରାଯାଇ ଭବିଷ୍ୟତ ର କାର୍ଯ୍ୟପନ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଥିଲା I ଶେଷରେ ଏକ ସନ୍ତୁଳିତ ପରିବେଶ ର ସ୍ଥାୟିତ୍ଵ ପାଇଁ, ବ୍ୟକ୍ତିଗତ, ସରକାରୀ ତଥା ବେସରକାରୀ ସ୍ତରରେ ପ୍ରଚେଷ୍ଟା ବ୍ୟତୀତ, ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନ ସମୁଦାୟ କୁ ମଧ୍ୟ ଏଥିରେ ସାମିଲ କରିବା ର ଆବଶ୍ୟକତା ରହିଛି ବୋଲି ସମସ୍ତେ ହୃଦବୋଧ କରିଥିଲେ I

    Related News

    Follow Us