ଯୋଡ଼ା ସେଣ୍ଟ୍ରାଲ ଗ୍ରାଉଣ୍ଡରେ ବିଜେପିର ପାଞ୍ଚ ହଜାର ଲୋକଙ୍କ ଜନସମାବେଶ, ବିଜେପି ପ୍ରତି ଆକୃଷ୍ଟ ହେଉଛନ୍ତି ମତଦାତା
ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ଶର୍ମା ସ୍ୱାସ୍ଥ୍ୟ, ଶିକ୍ଷା ଓ ନିଯୁକ୍ତି ଉପରେ ଗୁରୁତ୍ୱ, କୌଣସି କାରଣ ପାଇଁ ପହଁଚିପାରିଲେ ନାହିଁ ନନ୍ତ୍ରୀ ଅର୍ଜୁନ ମୁଣ୍ଡା
ଯୋଡ଼ା ୨୦/୦୫ (ସଂଘର୍ଷ ରମେଶ)କେନ୍ଦୁଝର ଜିଲା ଯୋଡ଼ା ସହରର ସେଣ୍ଟ୍ରାଲ ଗ୍ରାଉଣ୍ଡ ରେ ଭାରତୀୟ ଜନତା ପାର୍ଟିର ବିଶାଳ ଜନସମାବେଶର ଆୟୋଜନ କରାଯାଇଥିଲା I ଏହି ଜନସଭାରେ ଯୋଡ଼ା ସହର ଓ ଯୋଡ଼ା ବ୍ଲକର ପାଖାପାଖି ପାଞ୍ଚ ହଜାର ଲୋକଙ୍କ ସମାଗମ ହୋଇଥିବାର ଦେଖା ଯାଇଥିଲା I ସଭାରେ ପ୍ରଚାର ପାଇଁ ମୁଖ୍ୟ ଅତିଥି ରୂପେ ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଆସିବାର ଥିଲା, ହେଲେ କୌଣସି କାରଣରୁ ମନ୍ତ୍ରୀ ଉପସ୍ଥିତ ହୋଇ ପାରି ନଥିଲେ I ଓଡ଼ିଶାରେ ବିଜେପି ସରକାର ହେଲେ ପ୍ରତି ଚମ୍ପୁଆ ନିର୍ଵାଚନ ମଣ୍ଡଳୀରେ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ କରିବାର ପ୍ରତିଶୃତି ଦେଇଛନ୍ତି I ଯାହା ଦ୍ୱାରା କି, ଖଣି ଅଂଚଳରେ ଅନେକ ସମୟରେ ଦୁର୍ଘଟଣାରେ ଲୋକ ଚିକିତ୍ସ୍ୟା ଅଭାବରୁ ଜୀବନ ଯିବାରୁ ରକ୍ଷା ପାଇବେ I ମହିଳା ମାନଙ୍କୁ ସୁଭଦ୍ରା ଯୋଜନା ଅନ୍ତର୍ଗତ ୫୦ ହଜାର ତାଙ୍କର କ୍ୟାସ ଭାଉଚର ମିଳିବ କଥା କହିଛନ୍ତି I ଖଣି ଅଂଚଳରେ ଥିବା ଖଣି ଓ ପ୍ଲାଣ୍ଟ ଗୁଡିକରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତିକୁ ପ୍ରାଥମିକତା ଦେବେ ବୋଲି ନିଜ ଭାଷଣରେ କହିଛନ୍ତି I ସେହିପରି କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ମୋଦି ସରକାରଙ୍କ ନେତୃତ୍ୱରେ ଏଥର ଚାରି ଶହ ରୁ ଅଧିକ ସାଂସଦ ସହିତ କେନ୍ଦ୍ରରେ ସରକାର ଗଠନ ପାଇଁ ଲୋକଙ୍କୁ ବିଜେପିକୁ ଭୋଟ ଦେବାକୁ ନିବେଦନ କରିଛନ୍ତି I ଅନନ୍ତଙ୍କ ଅନୁଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଲୋକଙ୍କୁ ସାଂସଦ ଓ ବିଧାୟକ ପାଇଁ ଦୁଇଟି ସ୍ଥାନରେ ବିଜେପିକୁ ଭୋଟ ଦେବାକୁ ଲୋକଙ୍କୁ କହିଛନ୍ତି I ଏହା ଦ୍ୱାରା ରାଜ୍ୟର ବିକାଶ ଦ୍ୱିଗୁଣିତ ହେବ ବୋଲି ଉପସ୍ଥିତ ଲୋକଙ୍କୁ ବୁଝାଇଛନ୍ତି I ଏହି ସଭାରେ ବାମେବାରୀ ଅଂଚଳର ଟାଣୁଆ ନେତା ସଞ୍ଜୟ ବାରିକ ନିଜ ସମର୍ଥକଙ୍କ ସହିତ ବିଜେପି ପାର୍ଟିରେ ଯୋଗ ଦେଇଛନ୍ତି I ଏହା ଦ୍ୱାରା ବିଜେପି ବାମେବାରୀ ଅଂଚଳରେ ଅଧିକ ଭୋଟରଙ୍କୁ ନିଜ ସପକ୍ଷ୍ୟରେ ମତଦାନ କରାଇ ପାରିବ ବୋଲି ଅନୁମାନ କରାଯାଉଛି I ସଭାରେ ଅନ୍ୟ ବିଜେପି କାର୍ଯ୍ୟକର୍ତାଙ୍କ ମଧ୍ୟରେ ମଣ୍ଡଳ ସଭପରି ସୁଶାନ୍ତ ବେଵାର୍ତା, ଚର୍ଚିଲ ମହାକୁଡ଼, ଆଗନୁ ମହାନ୍ତ, ଆର କେ ଦାସ, ଦେବା ପ୍ରସାଦ ମିଶ୍ର, ପ୍ରକାଶ ମଲ୍ଲିକ ଓ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ I