Search
Close this search box.

ମୃତ ହରିଣ, ଶୀକାର ସନ୍ଦେହ,

0
SHARES
0
VIEWS

ଯୋଡା,୧୩/୦୫(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ବଡବିଲ ରେଞ୍ଜ ବିଲେଇପଦା ସେକ୍ସନ କୁଟାରୀପୋଷୀ ଗ୍ରାମରେ ଏକ ହରିଣର ମୃତଦେହକୁ ଠାବ କରିବା ପରେ ଗ୍ରାମବାସୀ ମାନେ ବିଲେଇପଦା ବନପାଳକୁ ଖବର ଦେଇଥିଲେ। ଖବର ପାଇ ବନପାଳ ମୋହିନୀ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ହରିଣର ମୃତଦେହକୁ ଜବତ କରିଥିଲେ। ଏହା ଗ୍ରାମର ପଦ୍ମ ଚରଣ ମହାନ୍ତଙ୍କ ବଗିଚାରେ ପଡ଼ିଥିବା ସେ କହିଛନ୍ତି। ତେବେ ଘଟଣାସ୍ଥଳରେ ହରିଣର ମୃତଦେହ ଜବତ କରିବା ବେଳେ ଦେଖିବାକୁ ମିଳିଥିଲା ଯେ ହରିଣର ସିଂଘ କୁ କଟା ଯାଇଥିଲା। ଖୋଜା ଖୋଜି ପରେ ବନ ବିଭାଗ ଏହାକୁ ଜବତ କରିଥିଲା। ତେଣୁ ହରିଣ କୁ ଶିକାର କରାଯାଇ ଥିବା ସ୍ଥାନୀୟ ଜନ ସାଧାରଣ ସନ୍ଦେହ କରୁଥିବା ବେଳେ ବଡ଼ବିଲ ରେଞ୍ଜର ରଞ୍ଜନ କୁମାର କାର୍ଲୋ ଏହାକୁ ଖଣ୍ଡନ କରି ଏହା କୁକୁର କାମୁଡ଼ା ଯୋଗୁଁ ହୋଇଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡୁଛି ବୋଲି କହିଛନ୍ତି। ବନ୍ୟଜନ୍ତୁ ସଂରକ୍ଷଣ ଆକ୍ଟ ଅନୁଯାୟୀ ଶ୍ରେଣୀ ୩ରେ ଅନ୍ତର୍ଭୁକ୍ତ ଏହା ଏକ ସ୍ପୋଟେଡ ଡିଅର ବୋଲି ବନପାଳ ମୋହିନୀ ମହାନ୍ତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହାର ଉଚ୍ଚତା ୩ ରୁ ୪ ଫୁଟ୍ ମଧ୍ୟରେ ହେବ । ଏହା ଏକ ଅଣ୍ଡିରା ହରିଣ ଅଟେ। ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି ଯେ କୁଟାରୀପୋଷୀ ଗ୍ରାମ ନିକଟସ୍ଥ ଝାଡ଼ଖଣ୍ଡ ରାଜ୍ୟର ଜାମୁପାଣି ଓ ନେପାଙ୍ଗ ବନାଞ୍ଚଳରୁ ଏହି ହରିଣଟି ଆସିଥିଲା। ତେବେ ହରିଣ ର ସିଂଘ କଟା ହୋଇ ଅଲଗା ଜବତ ହୋଇଥିବାରୁ ଶିକାର ର ସନ୍ଦେହ ଉପୁଜୁଛି। ହେଲେ ବନ ବିଭାଗ ଏହାକୁ ଖଣ୍ଡନ କରି ଏହା କୁକୁର କାମୁଡ଼ା ହେତୁ ହୋଇଥିବା ଅନୁମାନ କରୁଛି। ସୂଚନା ଯୋଗ୍ୟ ଯେ ହରିଣର ବାମପାର୍ଶ୍ୱ ଗୋଡରେ ଓ ତଳିପେଟ ପଛ ପଟେ
ଗଭୀର କ୍ଷତ ଅଛି। ହରିଣକୁ ଯୋଡ଼ା ପ୍ରାଣୀ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ନିଆ ଯାଇଥିଲା।ପରବର୍ତ୍ତୀ ସମୟରେ ବନ ପାଳ ମହାନ୍ତ ଙ୍କୁ ଖବର ଦାତା ମାନେ ହରିଣ ସୀଙ୍ଘ ସଂକ୍ରାନ୍ତୀୟ ପ୍ରଶ୍ନ କରିବାରୁ ମୃତ ହରିଣ କୁ ନେଇ ବନପାଳ ମହାନ୍ତ ସେଠାରୁ ଚାଲି ଯାଇଥିଲେ । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ରେଞ୍ଜର କାର୍ଲୋ କହିଛନ୍ତି । ବ୍ୟାପକ ଜଙ୍ଗଲକ୍ଷୟ ଏବଂ ଜଳାଭାବ ହେତୁ ବନ୍ୟ ପଶୁ ଗ୍ର।ମ।ଭିମୁଖି ହେଉଛନ୍ତି ଓ ମୃତ୍ୟୁ ମୁଖରେ ପଡ଼ୁଛନ୍ତି।

    Related News

    Follow Us