Search
Close this search box.

ଯୋଡ଼ା ହାଇସ୍କୁଲରୁ ଚୋରି, ନେଇଗଲେ ୫ ମୋନିଟର, ଭାଙ୍ଗିଲେ ସିସି ଟିଭି

0
SHARES
1
VIEWS

[

ଯୋଡ଼ା,୧୩/୦୫(ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୯ରେ ଥିବା ଯୋଡ଼ା ହାଇସ୍କୁଲରୁ ରବିବାର ବିଳମ୍ବିତ ରାତ୍ରୀରେ ଏକ ବଡ଼ ଧରଣର ଚୋରି ହୋଇଛି। ଯୋଡ଼ା ହାଇସ୍କୁଲ ପ୍ରଧାନଶିକ୍ଷକ ଶଙ୍କର୍ଷଣ ମାରାଣ୍ଡି, ଶିକ୍ଷକ ଶୁଭାଶିଷ ଦାସ, ଅମରେଶ ଚନ୍ଦ୍ର ସେଠୀ ସୂଚନା ଦେଇ କହିଛନ୍ତି ଯେ ସୋମବାର ସକାଳ ପ୍ରାୟ ସାଢେ଼ ୫ଟା ସମୟରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ଲାଇଟ୍ ଲିଭେଇବା ପାଇଁ ସ୍କୁଲ୍ ପରିସରକୁ ଆସି ଆଇ ସି ଟି ଲ୍ୟାବର ଗ୍ରିଲ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ସେ ଭିତରକୁ ଯାଇ ଦେଖିଥିଲେ ଯେ ଲ୍ୟାବରେ ଥିବା ୪ଟି କମ୍ପୁଟର କୀ-ବୋର୍ଡ ଓ ୪ ଟି ମୋନିଟର ସମେତ ଗୋଟିଏ ସିସି ଟିଭି ମୋନିଟର୍ ଚୋରି ହୋଇ ଯାଇଛି। ଏନେଇ ତୁରନ୍ତ ସେ ପ୍ରଧାନଶିକ୍ଷକ ମରାଣ୍ଡିଙ୍କୁ ଅବଗତ କରାଇଥିଲେ। ମାରାଣ୍ଡି ଏନେଇ ଯୋଡ଼ା ଥାନାକୁ ଟେଲିଫୋନ ଯୋଗେ କହିଥିବା କହିଛନ୍ତି। ସେ ଅଧିକ ସୂଚନା ଦେଇ କହିଛନ୍ତି ଯେ ଇଣ୍ଟିଗ୍ରେଟେଡ କମ୍ପ୍ୟୁଟର ଲବ୍ରୋଟରୀର ଗ୍ରୀଲ ତାଡି ଲ୍ୟାବର ମୁଖ୍ୟ କବାଟ ଚାବି ଭାଙ୍ଗି ସେଠାରୁ ଛାତ୍ରୀ ଛାତ୍ର ମାନଙ୍କ ପାଇଁ ରହିଥିବା ୪ଟି କମ୍ପ୍ୟୁଟର ମୋନିଟର, ୪ଟି କୀ-ବୋର୍ଡ ଓ ସିସି ଟିଭି ମୋନିଟର୍ ଚୋରି କରିବା ସହିତ ତାର ଛିଣ୍ଡାଇ ଅନ୍ୟାନ୍ୟ ଯନ୍ତ୍ରପାତିକୁ ଚୋର ମାନେ ନଷ୍ଟ କରି ଦେଇଛନ୍ତି। ଏହି ଆଇ ସି ଲ୍ୟାବଟି ଅକ୍ସରା ମାଧ୍ୟମରେ ଚାଲୁଛି। ଏହା ୫ଟି ମାଧ୍ୟମରେ ପରିଚାଳିତ ହେଉଛି। ଜିଲ୍ଲା ମୁଖ୍ୟାଳୟରେ ଥିବା ଅକ୍ସରା ସଂସ୍ଥାର ଅଧିକାରୀ ମାନେ ଆସିବା ପରେ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ବିବରଣୀ ସହିତ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରାଯିବ । ପ୍ରଧାନଶିକ୍ଷକ ମାରାଣ୍ଡିଙ୍କୁ ବିଦ୍ୟାଳୟର ସୁରକ୍ଷା କର୍ମୀ ସଂକ୍ରାନ୍ତରେ ପଚାରିବାରୁ ସେ କହିଛନ୍ତି ଯେ ଦୀର୍ଘ ଦିନରୁ ବିଦ୍ୟାଳୟର ସୁରକ୍ଷା କର୍ମୀ ଆସୁ ନାହାନ୍ତି। ତେଣୁ ସ୍କୁଲର ସୁରକ୍ଷାକୁ ନେଇ ଅଭିଭାବକ ମାନେ ସମାଲୋଚନା କରିଛନ୍ତି।

    Related News

    Follow Us