ଯୋଡା,୮/୦୫(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ସହର ରେ ଥିବା ଭାରତ ର ଅଗ୍ରଣୀ ଟାଟା ଖଣି ଓ ଶିଳ୍ପ କମ୍ପାନୀ ର ପଶ୍ଚିମ ଯୋଡା ସ୍ଥିତ କାର୍ଯ୍ୟାଳୟ କୁ ଘେରିଛନ୍ତି ସ୍ଥାନୀୟ ଛାତ୍ରୀ ଛାତ୍ର ଙ୍କ ଅଭିଭାବକ । ଏ ନେଇ ଖବର ନେବାରୁ ଜଣାପଡିଛି ଯେ,ପଶ୍ଚିମ ଯୋଡା ସ୍ଥିତ ବହୁ ପୁରାତନ ଟାଟା ଷ୍ଟିଲ ପ୍ରାଇମେରୀ ସ୍କୁଲ ରେ ଛାତ୍ରୀ ଛାତ୍ରୀ ଛାତ୍ର ମାନଙ୍କ ର ନୂତନ ନାମ ଲେଖା କୁ ସ୍କୁଲ ପକ୍ଷରୁ ବାତିଲ କରି ଦିଆଯାଇଛି ।ନୂତନ ନାମ ଲେଖାଇ ବା ପାଇଁ ସ୍ଥାନୀୟ ଅଭିଭାବକ ମାନେ ଯାଇ ସ୍କୁଲ ରେ ପହଞ୍ଚିବ। ପରେ ସ୍କୁଲ କତୃପକ୍ଷ ନୂତନ ନାମ ଲେଖାଇ ବା ପାଇଁ ମନା କରି ଦେଇଥିଲେ ।ଏହାର କାରଣ ସମ୍ପର୍କରେ ଅଭିଭାବକ ସୀତାରାମ ପୃଷ୍ଟି,ଆକାଶ ପ୍ରଧାନ,ସନିଆ ନାଏକ, ବୁଧୁର।ମ ମହାରଣା,ରଞ୍ଜିତ ବୁକୁରୁ,ଜଗଦୀଶ ପାତ୍ର ପ୍ରମୁଖ ଜାଣିବାକୁ ପାଇଥିଲେ ଯେ,ନାମ ଲେଖାଇବା ପାଇଁ କମ୍ପାନୀ ର ଉଚ୍ଚ କତୃପକ୍ଷ ବାରଣ କରିଛନ୍ତି ।ଏହା ଜାଣିବା ପରେ ସ୍ଥାନୀୟ ଅଭିଭାବକ ମାନେ ବୁଧବାର ପୂର୍ବାହ୍ନରେ ପଶ୍ଚିମ ଯୋଡା ସ୍ଥିତ ଯୋଡା ସେଣ୍ଟ୍ରାଲ ଅଫିସ କୁ ଯାଇଥିଲେ ।ଓ କାରଣ ସମ୍ପର୍କରେ କତୃପକ୍ଷ ଙ୍କୁ ପଚାରି ଥିଲେ ।ଅଧିକାରୀ କହିଥିଲେ ଯେ, ଆସନ୍ତା ୧୬ତାରିଖରୁ ନୂତନ ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି ।ତତ୍ପଶ୍ଚ।ତ ଅଭିଭାବକ ମାନେ ଟି ଏସ ଏଫ୍ ( ଟାଟା ଷ୍ଟିଲ ଫାଉଣ୍ଡେସନ )ଅଧିକାରୀ ରବୀନ୍ଦ୍ର କୁମାର କୁ ଭେଟି ଥିଲେ ।ଅଭିଭାବକ ମାନଙ୍କୁ ରବୀନ୍ଦ୍ର କୁମାର କହିଥିଲେ ଯେ,ଉପରୁ ନିର୍ଦ୍ଦେଶ ଥିବାରୁ ବର୍ତ୍ତମାନ ଆଡମିଶନ ବନ୍ଦ କରାଯାଇଛି ।୧୦ତାରିଖ ରେ ଏକ କମ୍ପାନୀ ର ଏକ ମିଟିଂ ପରେ ନିଷ୍ପତି ନିଆଯିବ ।ଭାରତ ବିଖ୍ୟାତ ଇସ୍ପାତ କମ୍ପାନୀ ସ୍କୁଲ ଟି କୁ ବନ୍ଦ କରିବାର ନିଷ୍ପତି ନେବ। ଅତ୍ୟନ୍ତ ଦୁର୍ଭାଗ୍ୟ ଜଣକ ବୋଲି ଅଭିଭାବକ ମାନେ କହିବା ସହିତ ଅଧିକ ସୂଚନା ଦେଇ କହିଛନ୍ତି ଯେ,ସ୍ଥାନୀୟ ଯୋଡା ପୌର ପ।ଳିକ। ଖଣି ପ୍ରଭାବିତ ଅଞ୍ଚଳରେ ଥିବା ଏକାଧିକ ସ୍କୁଲ କୁ କମ୍ପାନୀ ପ୍ରାୟତଃ ବନ୍ଦ କରି ଦେଲାଣି ।ତେଣେ ଅଭିଭାବକ ମାନେ କମ୍ପାନୀ କୁ ରୋକଠକ କହିଛନ୍ତି ଯେ,ଛାତ୍ରୀ ଛାତ୍ର ମାନଙ୍କ ଭବିଷ୍ୟତ କୁ ନେଇ କମ୍ପାନୀ ଖେଳୁ ଅଛି ,ଏହାର ସମାଧାନ କିମ୍ବା ନିଷ୍କର୍ଷ ନ ବାହାରିଲେ ପୁରାତନ ସ୍କୁଲ କୁ ରକ୍ଷା କରିବା ପାଇଁ ୧୪ଟି ୱାର୍ଡ ର ଅଭିଭାବକ ମାନେ ଧାରଣାରେ ବସିବେ ବୋଲି ପୂର୍ବତନ କାଉନସିଲର ସୈଳେନ୍ଦ୍ର ଜୋର। ଚେତାବନୀ ଦେଇଛନ୍ତି । ଏ ନେଇ ଟାଟା ଷ୍ଟିଲ କପୋରେଟ କମ୍ୟୁନିକେସନ ଅଧିକାରୀ ଶୁଭଙ୍କର ବେହେରା ଙ୍କୁ ପଚାରିବାରୁ ସେ କହିଥିଲେ ଯେ,ପାଠ୍ୟକ୍ରମରେ କୌଣସି ଉନ୍ନତି କରଣ ପାଇଁ କମ୍ପାନୀ ଚିନ୍ତା କରୁ ଥାଇ ପାରେ ।ଟି ଏସ ଏଫ୍ ର ଅଧିକାରୀ ରବୀନ୍ଦ୍ର କୁମାର ଏ ନେଇ ଅଧିକ ସୂଚନା ଦେଇ ପାରିବେ । ଏ ସମ୍ପର୍କରେ ଟି ଏସ ଏଫ୍ ଅଧିକାରୀ ରବୀନ୍ଦ୍ର କୁମାର ଙ୍କୁ ପଚାରିବାରୁ ସେ ଏକ ମିଟିଂ ରେ ଥିବାରୁ କୌଣସି କଥାବାର୍ତ୍ତା ହୋଇ ପାରିବେ ନାହିଁ ବୋଲି କହିଥିଲେ ।
ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷାବିତ୍ ସୋମ ନାଥ ମହାନ୍ତି କହିଛନ୍ତି ଯେ,୧୯୪୮ମସିହାରେ ଏହି ସ୍କୁଲ ତିଆରି ହୋଇଥିଲା ।ଆଖପାଖ ଅଞ୍ଚଳ ରେ ବହୁ ଛାତ୍ରୀ ଛାତ୍ର ଏହି ସ୍କୁଲ ଉପରେ ନିର୍ଭର କରୁଥିଲେ ।ଏହି ସ୍କୁଲ ରୁ ବହୁ ପୂର୍ବତନ ଛାତ୍ରୀ ଛାତ୍ର ବିଦ୍ୟାରମ୍ଭ କରି ବିବିଧ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି ।ଏହାକୁ ବନ୍ଦ କରିବା ଏକ ଦୁର୍ଭାଗ୍ୟଜନକ ନିଷ୍ପତି ।