- ଶେରଗଡ଼
ତା 7/5
କାର୍ତ୍ତିକ ପାଣ୍ଡିଆନଙ୍କ ଆଜିମାରାଥନ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକରେ ବିଜେଡି ବରିଷ୍ଟ ବିଜେଡି ନେତା ଷ୍ଟାର ପ୍ରଚାରକ କାର୍ତିକ ପାଣ୍ଡିଆନ ରୋଡ଼ ଶୋ କରି ମାରାଥନ ପ୍ରଚାର କରିଛନ୍ତି l ନୁଆଁ ବସଷ୍ଟାଣ୍ଡ ନିକଟରେ ଅସ୍ଥାୟୀ ହେଲିପେଡରେ ସକାଳ 9 ଘଣ୍ଟା ସମୟରେ ହେଲିକେପ୍ଟର ଆସି ପହଂଚିବା ପରେ ଆସିକା ସାଂସଦ ପ୍ରାଥୀନି ଶ୍ରୀମତୀ ରଞ୍ଜିତା ସାହୁ,ମୁଖ୍ୟମନ୍ତ୍ରୀ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ବ୍ଲକ ବିଜେଡି ସଭାପତି ଶରତ ପାତ୍ର, ବିଜେଡି ଯୁବ ସଭାପତି ସନ୍ତୋଷ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ପ୍ରଧାନ,ବରିଷ୍ଠ ବିଜେଡି ନେତା ମେଘନାଦ ଦାସ, ଦିବାକର ପଟନାୟକ, ଗୌରହରି ବିଷୋୟୀ, ବାଲାଜୀ ପ୍ରଧାନ, ବିପ୍ଳବ ସେଠି, ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କ ସହିତ ଅନେକ ଦଳୀୟ କର୍ମକର୍ତ୍ତା ସ୍ୱାଗତ କରିଥିଲେ l ବିରାଟ ମୋଟର ସାଇକେଲ ରାଲିରେ ଚାରିଛକ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେ ଜଗନ୍ନାଥ ମନ୍ଦିର ଯାଇ ଜଗନ୍ନାଥ ଦର୍ଶନ କରିବା ସହିତ ମହାପ୍ରଭୁଙ୍କ ଆଶ୍ରିବାଦ କାମନା କରି ଶେରଗଡ଼ ରାଜ ଉଆସ ସମ୍ମୁଖରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିଥିଲେ l ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶାକୁ, ଶ୍ରେଷ୍ଠ ଜିଲ୍ଲା ଭାବରେ ଗଞ୍ଜାମ ଜିଲ୍ଲାକୁ ଆପଣ ମାନଙ୍କ ଆଶ୍ରିବାଦ ଓ ଭଲ ପାଇବା ଯୋଗୁଁ ଲଗାତର ପାଞ୍ଚଥର ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି ପୁଣିଥରେ ଆସନ୍ତା ନିର୍ବାଚନ ରେ ବିପୁଳ ସଂଖ୍ୟାରେ ଭୋଟଦେଇ ବିଜୟୀ କରି ଇତିହାସ ସୃଷ୍ଟି କରିବାକୁ ନିବେଦନ କରିଥିଲେ l 5T ଦ୍ୱାରା ଶିକ୍ଷାର ରୂପାନ୍ତିକରଣ ଦ୍ୱାରା ଶେରଗଡ଼ ବ୍ଲକର +2 କଲେଜ, ଡିଗ୍ରୀ କଲେଜ ଗୁଡିକର ସମ୍ପୂର୍ଣ କାୟାକଳ୍ପ ବଦଳି ଯାଇଛି l ବିଭିନ୍ନ ଧାର୍ମିକ ପୀଠ ଓ ମନ୍ଦିର ଗୁଡିକର ଉର୍ନତିକରଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ମାଆ ମାନଙ୍କ ପାଇଁ ଲକ୍ଷ୍ମୀ ବସ ସେବା ଯୋଜନା ପିତଳ କଲେଜରୁ ହିଁ ପ୍ରେରଣା ମିଳିଥିଲା ବୋଲି ପ୍ରକାଶ କରିବା ସହିତ ଅଧିକ ବସ ବୃଦ୍ଧି କରାଯିବ,ଯେତେ ବଳକା ଅସମ୍ପୂର୍ଣ କାର୍ଯ୍ୟ ସେସବୁକୁ ନିର୍ବାଚନ ପରେ ଅଗ୍ରାଧିକାର ଭିତିରେ ସମ୍ପୂର୍ଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ବିରୋଧୀ ଦଳ ମାନଂକୁ ଓଡିଶାରେ ହୋଇଥିବା ବିକାଶ ଦେଖା ଯାଉନି ମିଛ ଓ ଅପପ୍ରଚାର କରି ଭୋଟ ବେଳେ ହିଁ ସେମାନଙ୍କୁ ଦେଖିବାକୁ ମିଳୁଛି l ବିରୋଧୀ ଦଳ ମାନଙ୍କ କଥାରେ ପ୍ରଭାବିତ ନହୋଇ ବହୂ ସଂଖ୍ୟାରେ ଆସିକା ସାସଂଦ ପ୍ରାଥୀନୀ ଶ୍ରୀମତୀ ରଞ୍ଜିତା ସାହୁ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ l ରାଜ୍ୟର ବିକାଶ ଧାରାକୁ ବଜାୟ ରଖିବାକୁ ହେଲେ ଶଙ୍ଖ ଚି଼ହ୍ନ ଓ ବିଜେଡି ଦଳକୁ ବିଜୟୀ କରିବାକୁ ଯୁବକ ମାନଙ୍କୁ ଆହ୍ୱାନ କରିଥିଲେ l ଏହାପରେ ରୋଡ଼ ଶୋରେ ଶେରଗଡ଼ ବ୍ଲକର ତାକରଡ଼ା, ଧବଳେପୁର,ଧନନ୍ତର, ଡ଼େଙ୍ଗାପଦର,ଗୋବିନ୍ଦପୁର, ଠୂରୁବୁରାଇ, ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ରାସ୍ତା ପାର୍ଶରେ ଠିଆ ହୋଇଥିବା ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କୁ ଯୋଡ ହସ୍ତରେ ଭୋଟ ଭିକ୍ଷା କରିଥିଲେ l ଗୋଠଗାଁ, ପିତଳ, ଢ଼ିଙ୍କିଶାଳ ତିନୋଟି ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବା ସହିତ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ l ବିଭିନ୍ନ ସଭାରେ ବ୍ଲକ ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକ,ଦିଗାମ୍ବର ନାହାକ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ,ହୃଷିକେଶ ପାଢ଼ୀ,ହୀନ ବେହେରା,ଉଦୟ ପ୍ରଧାନ, ସବିତା ରାଣୀ ଚୌଧୁରୀ, କାଁହୁ ଚରଣ ପଟନାୟକ ଗୁରୁନାଥ ପୋଲାଈ,ପ୍ରମୋଦ ପାତ୍ର, ବରୁଣ ପୋଲାଈ, ଦୁର୍ଗା ପ୍ରସାଦ ବିଷୋୟୀ ଦଳୀୟ କର୍ମକର୍ତା ଉଦବୋଧନ ଦେଇଥିଲେ l ଏହା ପରେ ସାଂସଦ ପ୍ରାଥୀନୀ ରଞ୍ଜିତା ସାହୁଙ୍କ ସହିତ ହେଲିକେପ୍ଟର ଯୋଗେ ଖଲିକୋଟ ଚାଲି ଯାଇଥିଲେ l