ଯୋଡା,୬/୦୫( ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡା ଠାରେ ଓଡ଼ିଶାର ଦୀର୍ଘତମ ଫ୍ଲାଏ ଓଭର ଗତ ମାର୍ଚ୍ଚ ମାସ ୧୦ତାରିଖରେ ଉଦ୍ଘାଟିତ ହୋଇଥିଲା । ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଜରିଆରେ ୨୫୦କୋଟି ବ୍ୟୟ ଅଟକଳ ରେ ୨.୯କିମି ଲମ୍ବ ଏହି ଫ୍ଲାଏ ଓଭର ଲୋକାର୍ପଣ ର ଦୁଇ ମାସ ପରେ ଫ୍ଲାଏ ଓଭର ପୋଲ ରେ ଲାଗିଥିବା ଜଳ ନିଷ୍କାସନ ପାଇପ ଝୁଲି ରହିଛି ଏବଂ ରକ୍ଷଣା ବେକ୍ଷଣ ଅଭାବ ରେ ଫ୍ଲାଏ ଓଭର ଉପରେ ଖଣିଜ ବୋଝେଇ ଟ୍ରକ୍ ରୁ ଖଣିଜ ପଡ଼ି ଧୂଳି ଉଡୁଛି ।ସେହିପରି ଫ୍ଲାଏ ଓଭର ଉପରେ ବିଦ୍ୟୁତ୍ ସଂଯୋଗ ହୋଇ ନ ଥିବାରୁ ଫ୍ଲାଏ ଓଭର ର ଷ୍ଟ୍ରିଟ ଲାଇଟ୍ ଜଳୁ ନାହିଁ ।ସୂଚନାଯୋଗ୍ୟ ଯେ,ଧୂଳି ଧୁଆଁ ପ୍ରଦୂଷିତ ଯୋଡା ସହର କୁ ପ୍ରଦୂଷଣ ରୁ ରକ୍ଷା କରିବା ପାଇଁ ୨୦୨୧ ମସିହାରେ ଫ୍ଲାଏ ଓଭର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।ହେଲେ ରକ୍ଷଣା ବେକ୍ଷଣ ଅଭାବ ହେତୁ ଫ୍ଲାଏ ଓଭର ଉପରେ ମୋଟା ପରସ୍ତ ର ଖଣିଜ ପଡ଼ି ପ୍ରବଳ ମାତ୍ରାରେ ପ୍ରଦୂଷଣ ହେଉଛି ।ଏତଦବ୍ୟତୀତ ପଡିଥିବା ଖଣିଜ ଉପରେ ପୁନଃ ଭାରିଜ।ନ ଚାଲିବାରୁ ଫ୍ଲାଏ ଓଭର ରାସ୍ତା ଖରାପ ହେବାର ସମ୍ଭାବନା ରହିଥିବା ଅଭିଯୋଗ ଯୋଡା ର ଯୁବ ସଂଗଠକ ପାର୍ଥ ସାରଥୀ ଷଡ଼ଙ୍ଗୀ କରିଛନ୍ତି ।ଫ୍ଲାଏ ଓଭର ଦେଇ ଯାଉଥିବା ଦୁଇ ଚକିଆ ଆରୋହୀ ଜିତେନ୍ ମହାନ୍ତ,ନବଘନ ବାରିକ ,କୈଳାସ ସ୍ବାଇଁ ,ପ୍ରମୁଖ କହନ୍ତି ପୂର୍ବ ଅବସ୍ଥା ପରି ଫ୍ଲାଏ ଓଭର ଉପରେ ଖଣିଜ ପଡ଼ି ରହିଥିବାରୁ ବାଇକ୍ ଚକ ସ୍ଲିପ କରୁଛି ,ଯାହାଦ୍ଵାରା ଦୁର୍ଘଟଣା ଘଟିବ। ଆଶଙ୍କା ଦେଖା ଦେଇଛି ।ସେହିପରି ଷଡ଼ଙ୍ଗୀ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ଫ୍ଲାଏ ଓଭର ତଳେ ଥିବା ସର୍ଭିସ ରୋଡ ସମ୍ପୂର୍ଣ ହୋଇ ନ ଥିବାରୁ ଆଇଡିବିଆଇ ବ୍ୟାଙ୍କ୍।ସମ୍ମୁଖ, ବସ ଷ୍ଟାଣ୍ଡ,ପରିବା ମାର୍କେଟ, ଏସ୍ ବିଆଇ ହନୁମାନ ମନ୍ଦିର ଛକ, ସିନେମା ହଲ ଛକ,ପ୍ରଭୃତି ସ୍ଥାନରେ ଅସମ୍ପୂର୍ଣ୍ଣ କାମ ହେତୁ ପ।ଦରେ ଚାଲି କି ଯିବା ମଧ୍ୟ ଅସମ୍ଭବ ହୋଇ ପଡ଼ିଛି । ଏ ସମ୍ପର୍କରେ ଫ୍ଲାଏ ଓଭର ନିର୍ମାଣ କରି ଠିକା ସଂସ୍ଥା ଚେଭରକସ କମ୍ପାନୀ ର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡା କହିଛନ୍ତି ଯେ,ଫ୍ଲାଏ ଓଭର ଓ ବି ସି ସି କୁ ହସ୍ତାନ୍ତର କରି ଦିଆ ଯାଇଛି । ସହର ର ସର୍ଭିସ ରୋଡ କାର୍ଯ୍ୟ ଦୃତ ଗତିରେ ଚାଲିଛି,ଖୁବ୍ ଶୀଘ୍ର ଶେଷ ହେବ ।ଫ୍ଲାଏ ଓଭର ଉପରେ ପଡିଥିବା ଖଣିଜ କୁ ସଫା କିଏ କରିବ , ଏ ନେଇ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ,ଓ ବି ସି ସି ଦାୟିତ୍ଵ ଭାର ଯାହାକୁ ଦେବ ,ସେ କରିବେ ।ସେ କହିଥିଲେ ଯେ, ଟ୍ରଂ।ସ୍ଫର୍ମର ଲାଗି ଗଲାଣି ,ଖୁବ୍ ଶୀଘ୍ର ଫ୍ଲାଏ ଓଭର ଆଲୋକିକରଣ ହୋଇ ଯିବ ।ତେବେ ଏ ନେଇ ଯୋଡା ପୌର ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ କହିଥିଲେ ଯେ,ଲିଖିତ ଭାବେ ଫ୍ଲାଏ ଓଭର ପୌର ପ।ଳିକ। କୁ ହସ୍ତାନ୍ତର କରାଯାଇ ନାହିଁ ।ଏହା ହେବା ପରେ ଫ୍ଲାଏ ଓଭର ଦେଇ ପରିବହନ କରୁଥିବା କମ୍ପାନୀ ମାନଙ୍କୁ ଏହାର ସଫେଇ ଦାୟିତ୍ଵ ଦେବା ପାଇଁ ପଡିବ ।ପୌର ପା ଲିକ ରେ ଥିବା ଭ୍ୟ।କୁମ୍ କ୍ଲିନ୍ ଟ୍ରକ୍ କୁ ବ୍ୟବହାର ରେ ଅଣାଯାଇ ଏହାକୁ ସଫା କରାଯିବ ।