ଏକ ରୋଚକ ସ୍ଥିତି ଭିତରେ କୋରେଇରୁ ପ୍ରାର୍ଥୀ ହୋଇଛନ୍ତି ସନ୍ଧ୍ୟାରାଣୀ । କୋରେଇରୁ ସନ୍ଧ୍ୟାରାଣୀଙ୍କୁ ବିଜେଡି ପ୍ରାର୍ଥୀ କରିବା ପଛର ବଡ କାରଣ ହେଉଛି, ଏହି ଆସନରୁ ପୂର୍ବରୁ ଦିବଙ୍ଗତ ସ୍ୱାମୀ ଅଶୋକ ଦାସ ନିର୍ବାଚନ ଲଢିବା ସହ ବିଜୟୀ ହୋଇଥିଲେ । ତେଣୁ ଏହି ଆସନରେ ଅଶୋକଙ୍କ ନାଁରେ ଏକ ଭୋଟବ୍ୟାଙ୍କ ମଧ୍ୟ ରହିଛି । ଯାହାକୁ ଆଧାର କରି ସନ୍ଧ୍ୟାରାଣୀଙ୍କୁ ଟିକେଟ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଦଳରେ ଯେପରି ଅସନ୍ତୋଷ ସୃଷ୍ଟି ନହେବ ସେଥିପାଇଁ ସନ୍ଧ୍ୟାରାଣୀଙ୍କ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ । ଅନ୍ୟପଟେ ଚଳିତଥର ପ୍ରଣବ ପ୍ରକାଶ ସମ୍ବଲପୁର ଲୋକସଭା ଆସନରେ ନିର୍ବାଚନ ଲଢୁଛନ୍ତି । ତେଣୁ ଯାଜପୁର ଜିଲ୍ଲା ସଙ୍ଗଠନ ଯେପରି ହାତରୁ ଖସିନଯାଏ ତେଣୁ ନିଜ ପରିବାରରୁ ଜଣକୁ ପ୍ରାର୍ଥୀ କରିଥିବା ଚର୍ଚ୍ଚା ହେଉଛି ।ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ