ସୁନ୍ଦରଗଡ଼ ଜିଲ୍ଲା- କେ ବଲାଙ୍ଗ ଥାନାର ଗୌଡୁଣୀପୋଷ ଗ୍ରାମର ପତଳା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ମାମୁକୁ ପଥରରେ ଛେଚି ଛେଚି ହତ୍ୟା କଲା ଭଣଜା। ହତ୍ୟା କରିବା ପରେ ପୋଲିସ ପାଖରେ ଆତ୍ମ ସମର୍ପଣ କଲା ଭଣଜା। ସୂଚନା ଅନୁଯାୟୀ ସାମାନ୍ୟ ବଚସା କୁ ନେଇ ମାମୁ ଭଣଜା ଙ୍କ ମଧ୍ୟରେ କେନ୍ଦ୍ର କରି ସକାଳୁ ସକାଳୁ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଘଟଣାରୁ ପ୍ରକାଶ ଯେ ମାମୁଁ ଲହୁଣୀପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବନ କଂଶରିଆ ସେ ଗୈଡୁଣି ପୋସ ଗ୍ରାମରେ ଥିବା ଭଣଜା ଟୁରୁ ଧୀବର ଘରକୁ ବୁଲି ବାକୁ ଆସିଥିଲା । ଫଳରେ ସେଠାରେ ମାମୁଁ ଓ ଭଣଜା ଙ୍କ ମଧ୍ୟରେ କୌଣସି ଘରୋଇ କଳହ କୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଫଳରେ ଭଣଜା ରାଗି ଯାଇ ହଠାତ ଉତ୍ୟକ୍ତ ହୋଇ ପଡିଥିଲା ଭଣଜା ସେଠାରେ ଥିବା ଗୋଟାଏ ପଥରରେ ଛେଚି ଥିଲା। ଫଳରେ ଘଟଣା ସ୍ଥଳରେ ମାମୁଁଙ୍କ ମୃତ୍ୟୁ ଘଟିଥିଲା । ପରେ ଭଣଜା ଟୁରୁ ଧିବର ଥାନାକୁ ଯାଇ ନିଜେ ଆତ୍ମସମର୍ପଣ କରି ଘଟଣା ବିଷୟରେ କେ ବଲାଙ୍ଗ ଥାନାରେ ଜଣେଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ମାମୁଙ୍କ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଚଲାଇଥିବା ଜଣାପଡ଼ିଛି ।
ସୁନ୍ଦରଗଡ଼ ରୁ ଦୀପ୍ତି ରଞ୍ଜନ ନାୟକ ରିପୋର୍ଟ