Search
Close this search box.

ରକ୍ତ ଭଣ୍ଡାରରେ ରକ୍ତର ଅଭାବଦୂର ପାଇଁ ଅଣ୍ଟା ଭିଡ଼ିଲା ” ଓଡିଶା ମୋ ପରିବାର

0
SHARES
9
VIEWS

ଶେରଗଡ-୨/୫/୨୪
ଶେରଗଡ ସମଗ୍ର ଓଡିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ l ଏହି ପରିସ୍ଥିତି ରେ ରାଜ୍ୟର ସମସ୍ତ ରକ୍ତ ଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦେଖା ଦେଇଛି l ଗୁରୁତର ରୋଗରେ ପୀଡିତ, ଗରିବ ରୋଗୀମାନେ ରକ୍ତ ପାଇବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ରକ୍ତର ଅଭାବ ଦୂର କରିବା ପାଇଁ ଆଗେଇ ଆସିଛି ଶେରଗଡ଼ ବ୍ଲକ ମୋ ଓଡିଶା ପରିବାର l ଶେରଗଡ଼ ବ୍ଲକ ଅଲାରିଗଡ ଗ୍ରାମ ପଞ୍ଚାୟତରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତଦାନ ଶିବିରକୁ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ରକ୍ତଦାନ ଶିବିରରେ ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକ,ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟନାୟକ, ବିଜେଡି ରାଜ୍ୟ ସମ୍ପାଦକ ଦେବାନନ୍ଦ ମହାପାତ୍ର, ବରିଷ୍ଠ ବିଜେଡି ନେତା ହୀନ ବେହେରା, ପ୍ୟାରୀ ମୋହନ ପାଢ଼ୀ, ବରୁଣ ପୋଲାଈ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ରକ୍ତଦାନ ଶିବିରରେ ମୋଟ 103 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ରକ୍ତ ସଂକଟ ସମୟରେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ମାନଙ୍କୁ ନିମନ୍ତ୍ରିତ ଅତିଥି ମାନେ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ସମ୍ମାନିତ କରିଥିଲେ l ଏହି ରକ୍ତଦାନ ଶିବିରକୁ ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ପରିଚାଳନା କରିଥିଲେ l ପ୍ରଭାତ ଆଚରୀ କୁନା ଜେନା ବିପ୍ଳବ ସେଠି ସୁର୍ଯ୍ୟ ପାଣିଗ୍ରାହୀ ଓ ବହୁ ସ୍ବେଛାସେବୀ ସାହାଯ୍ୟ ସହଯୋଗ କରିବା ସହିତ ଉପସ୍ଥିତ ରହିଥିଲେ l ଗଞ୍ଜାମ ଜିଲ୍ଲା ରୁ ଶ୍ରୀପଦ କୁମାର ଦାସଙ୍କ ରିପୋର୍ଟ ସମ୍ପର୍କ ଟିଭି ଓଡ଼ିଶା

    Related News

    Follow Us