Search
Close this search box.

ଦୁଇ ପ୍ରମୁଖ ଦଳର ହେବିୱେଟ ନେତାଙ୍କ ନାମାଙ୍କନ ପତ୍ର ଦାଖଲ

0
SHARES
224
VIEWS

ଯୋଡ଼ା: (ସଂଘର୍ଷ ରମେଶ):୦୧/୦୫:: ବହୁ ଚର୍ଚ୍ଚିତ ତଥା ଓଡ଼ିଶାର ସବୁଠାରୁ ବ୍ୟୟ ବହୁଳ କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ଓ ମୁରଲୀ ମନୋହର ଶର୍ମା ଆଜି ଚମ୍ପୁଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଛି । ପ୍ରଥମେ ବିଜେପି ଦଳର ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମା ସକାଳ ୧୧ ଘଟିକା ସମୟରେ ଫଗୁ ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣରୁ ପୂଜାର୍ଚ୍ଚନା ସାରି କର୍ମୀ ଓ ଶତାଧିକ ସମର୍ଥକଙ୍କ ସହିତ ଏକ ବିରାଟ ପଟୁଆରରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପତ୍ର ଦାଖଲ କରିବା ପରେ ବାହାରକୁ ଆସି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଏକ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ । କିନ୍ତୁ ଏଠାକାର ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ସ୍ବାଧୀନତାର ୭୬ ବର୍ଷ ପୁରୀ ଯାଇଥିଲେ ମଧ୍ୟ ଆଜି ଏ ଅଞ୍ଚଳର ଲୋକେ ପରାଧୀନ ଭଳି ଜୀବନ ଯାପନ କରୁଛନ୍ତି । ଏ ନିର୍ବାଚନ ମୁଁ ଲଢୁ ନାହିଁ । ଏ ନିର୍ବାଚନ ସାଧାରଣ ଜନତା ଲଢ଼ୁଛନ୍ତି ତାଙ୍କର ହକ ପାଇଁ । ଭାରତୀୟ ଜନତା ପାର୍ଟି ନିଶ୍ଚିତ ଏ ନିର୍ବାଚନରେ ବାଜିମାତ କରିବ ଏଥିରେ ତିଳେମାତ୍ରା ସନ୍ଦେହ ନାହିଁ ବୋଲି ସେ ଦୃଢକ୍ତି ପ୍ରକାଶ କରିଛନ୍ତି । ପରେ ୧୨ ଘଟିକା ୩୦ ମିନିଟ ସମୟରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସନାତନ ମହାକୁ ହଜାର ହଜାର ସଂଖ୍ୟକ କର୍ମୀ ଓ ସମର୍ଥକ ମାନଙ୍କ ଗହଣରେ ବାଜା,ବାଣ,ରୋଷଣୀରେ ଏକ ବିରାଟ ପଟୁଆରରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଜେଡି ଦଳର କର୍ମୀ ଓ ଶୁଭେଛୁ ମାନଙ୍କ ସମାଗମରେ ସମଗ୍ର ଚମ୍ପୁଆ ଅଞ୍ଚଳ କିଛି ସମୟ ପାଇଁ ଜନ ସମୁଦ୍ରରେ ପରିଣତ ହୋଇ ଯାଇଥିଲା । ଯାହା ସନାତନଙ୍କ ଲୋକପ୍ରିୟତାକୁ ଦର୍ଶାଉଥିଲା । ସନାତନ ମହାକୁଡ଼ ନାମାଙ୍କନ ପତ୍ର ଦାଖଲ କରି ଫେରିବା ସମୟରେ ସାମ୍ବାଦିକ ମାନଙ୍କ ଉତ୍ତରରେ କହିଥିଲେ ନବୀନ ବାବୁଙ୍କ ସୁ ଶାଶନ ଓ ଲୋକାଭିମୁଖୀ ଯୋଜନା ଆଜି ତାଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇଛି । ତାଙ୍କରି ଆଦର୍ଶ ଓ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଗୁଡିକୁ ନେଇ ମୁଁ ଭୋଟର ମାନଙ୍କ ପାଖକୁ ଯିବି । କେନ୍ଦୁଝର ଜିଲ୍ଲା ପାଇଁ ସରକାର ଅନେକ ଗୁଡିଏ ଉନ୍ନତି ମୂଳକ କାର୍ଯ୍ୟ କରି ସାରିଛନ୍ତି । ମୋ ନିର୍ବାଚନ ମଣ୍ଡଳୀର ଅନେକ କାମ ନବୀନ ବାବୁ କରିଛନ୍ତି । ଆଉ ଯାହା ବାକି ରହି ଯାଇଛି ମୋତେ ଭୋଟର ଭାଇ ଭଉଣୀ ମାନେ ଆଶ୍ରିବାଦ ଦେଲେ ତାହା ମୁଁ ନିଶ୍ଚିତ ଭାବେ ପୂରଣ କରିବି । ମୋ ପାଇଁ ମୋ ନିର୍ବାଚନ ମଣ୍ଡଳୀର ବସବାସ କରୁଥିବା ସମସ୍ତ ଜନ ସାଧାରଣ ମୋ ପରିବାର । ସେମାନଙ୍କର ଦାୟିତ୍ୱ ମୁଁ ସୁଚାରୂପେ ତୁଲାଇ ପାରିବି ବୋଲି ମୋର ବିଶ୍ୱାସ । ସେ ଆହୁରି ମଧ୍ୟ କହିଥିଲେ ମୁଁ ବିଧାୟକ ଥିବା ସମୟରେ ସମଗ୍ର କେନ୍ଦୁଝର ଜିଲ୍ଲାର ବିକାଶ ନିମନ୍ତେ ସ୍ୱର ଉତ୍ତୋଳନ କରି ଆସିଛି ଏବଂ ସଫଳ ମଧ୍ୟ ହୋଇଛି । ଆହୁରି ଅନେକ କାମ କରିବାକୁ ଅଛି କିନ୍ତୁ ସମୟର ବିଡମ୍ବନା ଯୋଗୁଁ ମୁଁ କରି ପାରି ନାହିଁ । ଯଦ୍ବାରା ମୁଁ ମୋ ଜିଲ୍ଲାବାସୀଙ୍କ ନିକଟରେ ରୁଣି ହୋଇ ରହିଛି । ମୁଁ ଦଳୀୟ ଟିକେଟ ନେଇ ଆସିବା ପରେ ଲୋକମାନେ ସ୍ବତପବୃତ ଭାବେ ବେଶ ଉତ୍କଣ୍ଠାର ସହିତ ଆସି ସାମିଲ ହେଉଛନ୍ତି । ମୁଁ କେବେ ସେମାନଙ୍କର ଭରସା ଭାଂଗିବି ନାହିଁ । ଆଗାମୀ ଦିନ ଗୁଡିକରେ ଜନସାଧାରଣଙ୍କ ମତ ଅନୁସାରେ କାମ କରିବି ଏବଂ ଏ ଅଂଚଳରେ ଥିବା ମୌଳିକ ସମସ୍ୟାର ସମାଧାନ ନିଶ୍ଚିତ କରିବି ବୋଲି କହିଥିଲେ ।

    Related News

    Follow Us