ଗଞ୍ଜାମ ଜିଲ୍ଲାର ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି କୁ
ନାକେଦମ ହେବାର ସମ୍ଭାବନା ଦେଖା
ଦେଲାଣି। ସଂଯୁକ୍ତା ଓ ଆରତୀ ଙ୍କୁ ଢାଲ କରି ଗୋକୁଳାନନ୍ଦ ସୁବିଧା ଜନକ ସ୍ଥିତିରେ ଥିବା ବେଳେ ବିଜେଡ଼ି ଝୁଣ୍ଟିବା ଭଳି
ମନେ ହେଉଛି।ବିଜେଡ଼ି ପୁଣି ଟିକଟ ରିପିଟ କରିବା ଏଥର ମହଙ୍ଗା ପଡ଼ିବ ବୋଲି ଖଟି ରେ ଚର୍ଚ୍ଚା । ବର୍ତ୍ତମାନ ପୋଲସରା
ରେ ଭାବମୂର୍ତ୍ତି କୁ ନେଇ ନିର୍ବାଚନ ଲଢ଼େଇ ଆରମ୍ଭ ହୋଇଯାଇଛି।ଉଭୟ ଦଳ ଏବେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି।ଏବେବି ନେତା ମାନଙ୍କୁ
ପରିବର୍ତ୍ତନ ର ଭୟ ଘାରିଛି । ବିଜେଡ଼ି ର ନା ବିଜେପି ର ଣ୍ଡେର କରେଣ୍ଟ କାମ କରୁଛି ଦେଖିବାକୁ ବାକି ରହିଲା। ସୂଚନା
ଥାଉକି ଶ୍ରୀକାନ୍ତ ଙ୍କ ଭାବମୂର୍ତ୍ତି କ୍ଷୀର୍ଣ୍ଣ ହେବାକୁ ଥିବା ବେଳେ ବିଜେଡି କେଉଁ ଆଧାର ରେ ପୁଣି ଟିକଟ ଦେଲା ତାହା
ସମସ୍ତଙ୍କୁ ଚକିତ କରିଦେଇଛି । ଆରତୀ
ଆଶାୟୀ ପ୍ରାର୍ଥୀ ଥୁଲେ ଅନେକ ଦିନ ହେଲା ଲୋକଙ୍କ ସହିତ ଥିଲେ କିନ୍ତୁ ବିଜେଡି ରୁ ଟିକଟ ନପାଇ ଶେଷରେ ବାଧ୍ୟ ହେଲେ
ବିଜେପି ରେ ମିଶିବାକୁ I ଏବଂ ଏହି ନିର୍ବାଚନ କେବଳ ଶ୍ରୀକାନ୍ତ ସାହୁଙ୍କ ପାଇଁ ନୁହେଁ ବିଜେଡି ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି
କରିଛନ୍ତି ଆରତୀ । ବିଜେପି ର ରଣ ହୁଙ୍କାର ଦେଖୁ ବିଜେଡି ଏକ ରକମ ଛାନିଆ । ଗୋଟିଏ ପଟେ ଆରତୀ ଅନ୍ୟ ପଟେ ସଂଯୁକ୍ତା ଶ୍ରୀକାନ୍ତ ଙ୍କ ନିଦ ହଜାଇ ସାରିଲେଣି, ପୋଲସରା ନିର୍ବାଚନ ମଣ୍ଡଳୀ ବହୁତ ସମ୍ବେଦନଶୀଳ କ୍ଷେତ୍ର ନିର୍ବାଚନ
ଯେତେ ପାଖେଇ ଆସିବ ଅରାଜକତା ବୃଦ୍ଧି ପାଇବ ଏହା ପୋଲିସ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିବ । ପୋଲସରା ର
ବିଭିନ୍ନ ଖଟି ଓ ରାଜନୈତିକ ସମୀକ୍ଷକ ମାନଙ୍କ ମତ ପରିବର୍ତ୍ତନ ହେବା ନିଶ୍ଚିତ । ଏହାକୁ ଦୃଷ୍ଟି ଦେଲେ ବରିଷ୍ଠ ବିଜେଡି ନେତା କୋଦଳା ହରସାହୁ ଙ୍କ ମୁଣ୍ଡ କାମ କରୁନି କାରଣ ତାଙ୍କ ଝିଅ ରଞ୍ଜିତା ବର୍ତ୍ତମାନ ଆସିକା ସାଂସଦ ଭାବରେ ପ୍ରାର୍ଥୀ ହୋଇଛନ୍ତି ତେଣୁ ପୋଲସରା ଓ ଖଲ୍ଲିକୋଟ ରେ ବିଜେଡି ର ପାଣିପାଗ ଠିକ ନାହିଁ । ଦୁଇଟି ଜାଗାରେ ଗୋଷ୍ଠୀ କନ୍ଦଳ ପ୍ରବଳ ଲୋକେ ବିଜେଡି କୁ ବିରୋଧ ଯେତିକି କରୁନାହାନ୍ତି ତାହା ଠାରୁ ବହୁ ପରିମାଣରେ ପ୍ରାର୍ଥୀ କୁ ନାପସନ୍ଦ
କରୁଛନ୍ତି । ଏହି ପରିପେକ୍ଷୀ ରେ ହର ସାହୁ କିଭଳି ଗୋଟିଚାଳନା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଶ୍ରୀକାନ୍ତ ସାହୁଙ୍କ ରାଜନୈତିକ ଦକ୍ଷତା ବି କିଛି କମ ନୁହେଁ ସେ ନିଜର କଳ, ବଳ, କୌଶଳ ଲଗାଇ ନିର୍ବାଚନ ବୈତରଣୀ ପାର
ହେବାକୁ ଚେଷ୍ଟା କରିବେ । କିନ୍ତୁ ଏଠାରୁ ସୃଷ୍ଟି ଜେ ବିଜେପି ଓ ବିଜେଡି ମଧ୍ଯରେ କଡ଼ା ପ୍ରତିଯୋଗିତା ହେବା ନିଶ୍ଚିନ୍ନ ।