ଆସିକା ୨୧/୦୪-ଅସହ୍ୟ ଗରମ ତାତି ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ରୋଗୀ ହନ୍ତ ସନ୍ତ l ଆସିକା ସହରରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି l ଏତିକିବେଳେ ଆସିକା ଉପଖଣ୍ଡ ଚିକିତ୍ସାଲୟରେ ୧୭ ଗୋଟି ଶୀତ ତାପନିୟନ୍ତ୍ରିତ ଯନ୍ତ୍ର ଲାଗିଥିବା ବେଳେ ସେଥି ମଧ୍ୟରୁ ୧୦ ଟି ସମ୍ପୂର୍ଣ ବନ୍ଦ ହୋଇ ପଡିଛି l ବିଶେଷ କରି ପ୍ରସୂତି କକ୍ଷ ସ୍ତ୍ରୀ ପ୍ରସୂତି ବିଭାଗର ୩ ଟି ଯାକ ଏ.ସି. ବନ୍ଦ ଯାହାଫଳରେ ପ୍ରସବ ବେଳେ ଗର୍ବବତୀ ମହିଳା ଓ ନବଜାତ ଶିଶୁ ଙ୍କ ପାଇଁ ନାହି ନଥିବା ସମସ୍ୟା ସୃଷ୍ଟି ହେଉଛି l ଗର୍ଭବତୀ ମାଆ ଓ ନବଜାତ ଶିଶୁ ଅତି ବିପଦରେl ଅନ୍ୟପଟରେ ପ୍ରସୂତି କକ୍ଷ କୁ ଛାଡି ଦେଲେ ଅନ୍ୟ ସମସ୍ତ ଏ.ସି.କେବଳ ଡାକ୍ତର ଓ କର୍ମଚାରୀ ଙ୍କ ପାଇଁ ଲଗାଯାଇଛି l ଉପଖଣ୍ଡ ଚିକିତ୍ସାଳୟର ଅନ୍ତଃ ବିଭାଗ ରେ ଥିବା ୫ ଟି ରୁମରେ ରୋଗୀଙ୍କ ପାଇଁ ୩୦ ଟି ଶଯ୍ୟା ରହିଥିଲା ବେଳେ ଏଥିରେ ଭଲ ଭାବେ ଫେନ କି କୁଲର ଚାଲୁନାହିଁ l ଅସହ୍ୟ ତାତି ଭୟରେ ନାମକୁ ମାତ୍ର ୪ରୁ ୫ ରୋଗୀ ବେଡ଼ ଯଇନ ହେଉଛନ୍ତି l ରାଜ୍ୟ ସରକାର ରୋଗୀକଲ୍ୟାଣ କମିଟି ରହିଛି ରୋଗୀଙ୍କ ସମସ୍ତ କଲ୍ୟାଣ ପାଇଁ l ଏତିକିବେଳେ ନିର୍ବାଚନ ଆଳ ଦେଖାଇ ଦୀର୍ଘ ମାସ ହେଲା ବୈଠକ ହୋଇନାହିଁ l ଅନ୍ୟପଟରେ ଖରା ଦିନ ପୂର୍ବରୁ ରୋଗୀଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଏହାର ପ୍ରତିକାର ପାଇଁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ l ନିକଟରେ ମୋ ହସ୍ପିଟାଲ ଯୋଜନାରେ ୩ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ ଆସିକା ଉପଖଣ୍ଡ ଚିକିତ୍ସା ଲୟକୁ ରୂପାନ୍ତରି କରଣ କରାଯାଇଛି l ଏଥି ମଧ୍ୟରେଗରମ ଦିନରେ ରୋଗୀଙ୍କ ପାଇଁ ନିହାତି ଆବଶ୍ୟକ ଏ.ସି.ପାଇଁ କୌଣସି ଯୋଜନା ନାହିଁ l ତୁରନ୍ତ ରୋଗୀମାନଙ୍କ ପାଇଁ ସମସ୍ତ ୱାର୍ଡ, ପ୍ରସୂତି କକ୍ଷ ରେ ଏ.ସି. ଲଗାଇବା ପାଇଁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବୀ ହେଉଛି l ସମସ୍ତ ସରକାରୀ ଚିକିତ୍ସାଳୟରେ ଏ ସି ଲଗାଇବାର ବ୍ୟବସ୍ଥା ଥିଲା ବେଳେ ଆସିକାରେ ଏହାର ବ୍ୟତିକ୍ରମ କାହିଁକି ଘଟିଛି ତାହା ବର୍ତ୍ତମାନ ସମସ୍ତ ଅଞ୍ଚଳ ବାସୀଙ୍କ ମୁଖ୍ୟ ପ୍ରସଙ୍ଗ l ତୁରନ୍ତ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି l