ଟାଟା ଷ୍ଟିଲ୍ ଯୋଡା ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ
ଯୋଡା, ଅପ୍ରେଲ ୨୦/୨୦୨୪(ମହାଭାରତ) ଜନସାଧାରଣ, କର୍ମଚାରୀ, ଯୁବ ଗୋଷ୍ଠୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଗ୍ନି ନିର୍ବାପନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ଯ ରେ ଟାଟା ଷ୍ଟିଲ ଯୋଡା ପକ୍ଷରୁ ସପ୍ତାହବ୍ଯାପୀ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ ହୋଇଯାଇଛି Iଏହି କାର୍ଯ୍ୟକ୍ରମ ଅପ୍ରେଲ ୧୪ ରୁ ଆରମ୍ଭ ହୋଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ମକଡ୍ରିଲ ମାଧ୍ୟମରେ ଅପ୍ରେଲ 20 ତାରିଖ ଉଦଯାପିତ ହୋଇଯାଇଛି Iକାର୍ଯ୍ୟକ୍ରମ ଉଦଘାଟନୀ ଉତ୍ସବରେ ଟାଟା ଷ୍ଟିଲ ଯୋଡା ମୁଖ୍ୟ ରାଜେଶ କୁମାର ମୁଖ୍ୟ ଅତିଥି ଏବଂ ପ୍ରୋସେସିଂ ଏବଂ ଲଜିଷ୍ଟିକ ମୁଖ୍ୟ ନାରାୟଣ ଶର୍ମI ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅଗ୍ନିସମ ବାହିନୀ ର ନିଷ୍ଠାପର ସେବା ପାଇଁ ସାଧୁବାଦ ଜଣାଇଥିଲେ I ଉଦଯାପନୀ ଉତ୍ସବରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବ୍ୟତୀତ ଉତ୍କୃଷ୍ଟ ସେବା ପାଇଁ ଅଗ୍ନିଶମ କର୍ମଚାରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା I ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଯୋଡା ଇଷ୍ଟ, ଖଣ୍ଡବଣ୍ଡ ଲୌହ ଖଣି ସହ ସାହି, ବିଭିନ୍ନ ବସ୍ତି ଏବଂ ପାର୍ଶ୍ଵବର୍ତ୍ତୀ ସ୍କୁଲ ଗୁଡିକ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା Iଏହା ବ୍ୟତୀତ ବିଶେଷଜ୍ଞ ଅଗ୍ନିଶମ କର୍ମଚାରୀ ଙ୍କ ଦ୍ଵାରା ଅଗ୍ନି ନିରାପତ୍ତା ର ପ୍ରତ୍ୟକ୍ଷ ପ୍ରଦର୍ଶନ, ଅଗ୍ନି ଓ ଉଦ୍ଧାର ଉପକରଣ ପ୍ରଦର୍ଶନ ଓ କର୍ମଚାରୀ ଙ୍କ ପାଇଁ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା I ଏଥିରେ ନିଆଁ କୁ କିଭଳି ଆୟତ୍ତ କରିହେବ, ନିଆଁ ଲିଭା ଯନ୍ତ୍ର କୁ କିଭଳି ସଠିକ୍ ବ୍ୟବହାର କରିହେବ ଏବଂ ନିଆଁ ଲାଗିବା ସମୟରେ କେଉଁ ଜିନିଷ ପ୍ରତି ଗୁରୁତ୍ୱ ଦିଆଯିବ ସେହି ଦିଗରେ ଆଲୋଚନାକରାଯାଇଥିଲାଏତଦବ୍ୟତୀତ, ମକଡ୍ରିଲ ମାଧ୍ୟମରେ ନିଆଁ ଲିଭାଇବା ଉପାୟ ଦର୍ଶା ଯାଇଥିଲା ଯାହା ସମସ୍ତଙ୍କ ପାଇଁ ଖୁବ୍ ଶିକ୍ଷଣୀୟ ଥିଲା I
ଅଗ୍ନିଶମ ଟିମ ଘର, ଅଫିସ, ଶିକ୍ଷାନୁଷ୍ଠାନ ତଥା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଧୂଆଁ ଚିହ୍ନଟ ମେସିନ୍ ଲଗାଇବାକୁ ପରାମର୍ଶ ଦେଇଥିଲେ Iଖଣି ରେ ସମସ୍ତଙ୍କ ସହ କର୍ମଚାରୀ ମାନେ ଅଗ୍ନି ସୁରକ୍ଷା ଶପଥପାଠ କରି ଏହି ସମୟରେ ଅନ୍ୟ ମାନଙ୍କର ଜୀବନ ବଞ୍ଚାଇବାକୁ ଶପଥ କରିଥିଲେ I
ଅଗ୍ନିସମ ବାହିନୀ ରେ ନିଷ୍ଠାପର ସହ କାର୍ଯ୍ୟ ସମ୍ପାଦନ କରି ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଆମର ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରିବା ଉଦ୍ଦେଶ୍ୟରେ, ପ୍ରତିବର୍ଷ ଅପ୍ରେଲ 14 ରୁ ଅପ୍ରେଲ ୨୦ ତାରିଖ ଏହି ସପ୍ତାହ ପାଳନ କରାଯାଇଥାଏ I