Search
Close this search box.

ପଳାସପୁର ଠାକୁରାଣୀ ଯାତ୍ରା ନିମନ୍ତେ ବୈଠକ ପ୍ରସ୍ତୁତ

0
SHARES
7
VIEWS

ପଳାସପୁର ଠାକୁରାଣୀ ୨ୟ ବର୍ଷ ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସାନଖେମୁଣ୍ଡି ୧୭/୦୪/୨୦୨୪ :- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ପାଞ୍ଚୟତ ଅନ୍ତର୍ଗତ ପଳାସପୁର ଗ୍ରାମରେ ଥିବା ମାଁ ବୁଢ଼ୀ ଠାକୁରିଣୀଙ୍କ ଯାତ୍ରା ବିଗତ ୧୬/୦୫/୨୦୨୨ରେ ପ୍ରଥମ କରି ଆରମ୍ଭ ହୋଇଥିଲା l ଉକ୍ତ ଯାତ୍ରାକୁ ପ୍ରତି ଦୁଇ ବର୍ଷକୁ ଥରେ ପାଳନ କରିବା ପାଇଁ ଗ୍ରାମବାସୀ ମନସ୍ଥ କରିଥିଲେ। ୨ ୟ ଯାତ୍ରାର ପ୍ରସ୍ତୁତି ବୈଠକ ଗତ ୧୬/୦୪/୨୦୨୪ ମଙ୍ଗଳବାର ଦିନ ଗ୍ରାମର ରାଧାକୃଷ୍ଣ ମଣ୍ଡପ ଠାରେ ଗ୍ରାମବାସୀଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି | ସୂଚନା ଅନୁସାରେ ପଳାସପୁର ଗ୍ରାମରେ ଥିବା ମାଁ ଠାକୁରାଣୀଙ୍କ ଯାତ୍ରା ଗତ ତା ୧୬/୦୫/୨୦୨୨ ରିଖ ଦିନ ପ୍ରଥମ କରି ପଳାସପୁର ଗ୍ରାମରେ ମହାଆଡମ୍ବର ସହିତ ପାଳନ ହୋଇଥିଲା। ପ୍ରତି ଦୁଇବର୍ଷରେ ଥରେ ଯାତ୍ରା କରିବା ପାଇଁ ଗ୍ରାମବାସୀଙ୍କ ନିଷ୍ପତି କ୍ରମେ ୧୬/୦୪/୨୦୨୪ ମଙ୍ଗଳବାର ଦିନ ୨ ୟ ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ୨୨/୦୫/୨୦୨୪ ରୁ ଅନୁଷ୍ଠିତ ହୋଇ ୧୧/୦୬/୨୦୨୪ ରେ ଶେଷ କରିବା ପାଇଁ ଗ୍ରାମରେ ନିଷ୍ପତି ନିଆଯାଇଛି। ୨୨/୦୫/୨୦୨୪ ରୁ ୧୧/୦୬/୨୦୨୪ ମଧ୍ୟରେ ମାଁ ଙ୍କ ନଗର ପରିକ୍ରମା ସହିତ ନାମ ସଂକ୍ରିତ୍ତନ, ସାଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉକ୍ତ ବୈଠକରେ ପଳାସପୁର ଗ୍ରାମର ଯାତ୍ରା ପରିଚାଳନା କମିଟି ସଭାପତି ଜଗନ୍ନାଥ ପାଣିଗ୍ରାହୀ, ସମ୍ପାଦକ ମିଟୁ ରେଡ୍ଡୀ, କୋଷାଧ୍ୟକ୍ଷ ନୀଳମାଧଵ ସାହୁ, ଉପସଭାପତି ବିଜୟ ମହାପାତ୍ର, ସହସମ୍ପାଦକ କାଳିଆ ଗୌଡ଼ ଙ୍କ ସମେତ ସରପଞ୍ଚ ଜାଗିଲି ସେଠୀ, ଉପଦେଷ୍ଟା ବାଳକୃଷ୍ଣ ଚୌଧୁରୀ, ଶୁକଦେବ ରେଡ୍ଡୀ, ପ୍ରମୋଦ ପାଣିଗ୍ରାହୀ, ଟୀଙ୍କା ପାଢ଼ୀ, ଟୁଟୁ ପାଢ଼ୀ, ବୁନା ସାହୁ, ହରି ପାତ୍ର, ନେଲା ସାହୁ, ଗୋପୀ ପାତ୍ର, ଅଶୋକ ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ଯାତ୍ରାର ସମସ୍ତ ବିଷୟରେ ଆଲୋଚନା କରିଥିଲେ।

    Related News

    Follow Us