Search
Close this search box.

ପାନୀୟ ଜଳ ଓ ସୋଲାର ଲାଇଟ୍ ଯୋଗାଣ ନିମନ୍ତେ ବିଡ଼ିଓ ଙ୍କ ଠାରେ ଦାବି

0
SHARES
52
VIEWS

ପାନୀୟ ଜଳ ଓ ସୋଲାର ଲାଇଟ୍ ଯୋଗାଣ ନିମନ୍ତେ ବିଡ଼ିଓ ଙ୍କ ଠାରେ ଦାବି କଲେ ଅଞ୍ଚଳ ବାସୀ
ଯୋଡା,୯/୦୪(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବ।ଲ।ଗୋଡ। ଗ୍ରାମପଞ୍ଚାୟତ ରେ ପାନୀୟ ଜଳ ସମସ୍ୟା ଓ ସୋଲାର ଲାଇଟ୍ ଯୋଗାଣ ନିମନ୍ତେ ଅଞ୍ଚଳ ବାସୀ ବିଡ଼ିଓ ଙ୍କୁ ଏକ ଲିଖିତ ଦାବି ପତ୍ର ଦେଇଛନ୍ତି ।ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ,ଏହି ଗ୍ରାମପଞ୍ଚାୟତ ର ବ।ଲ।ଗୋଡ। ନାଏକ ସାହି ରେ ପ୍ରାୟ ୮୦ ରୁ ଅଧିକ ଲୋକ ବସବାସ କରନ୍ତି ।ପାନୀୟ ଜଳ ପାଇଁ ଦୀର୍ଘ ବର୍ଷ ହେବ ଅଞ୍ଚଳବାସୀ ଗୋଟିଏ ନଳ କୂପ ଉପରେ ନିର୍ଭର କରନ୍ତି ।ପଞ୍ଚାୟତ ର ଅନ୍ୟ ସାହି ରେ ସରକାର ଙ୍କ ସୋଲାର ସିନ୍ଟେକ୍ସ ଟ୍ୟ।ଙ୍କ ଲାଗିଚି ।ଅଥଚ ଏହି ସାହି ରେ ଗୋଟିଏ ହେଲେ ବି ସୋଲାର ସିନ୍ଟେକ୍ସ ଟ୍ୟ।ଙ୍କ ଲଗାଯାଇ ନାହିଁ ।ଫଳରେ ଏତେ ସଂଖ୍ୟକ ଲୋକ ଖରା ଦିନେ ପାନୀୟ ଜଳ ଅଭାବ ରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ପାନୀୟ ଜଳ ସମସ୍ୟା ର ସମାଧାନ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କିଛି।ସୁଫଳ ପାଇ ପାରି ନ ଥିବା ଅଭିଯୋଗ କରିଛନ୍ତି ।ସେହିପରି ବ୍ଲକ ପକ୍ଷରେ ପ୍ରତି ଗାଆଁ କୁ ନୂତନ ଭାବେ ସୋଲାର ଷ୍ଟ୍ରିଟ ଲାଇଟ୍ ଆସିଥିଲେ ହେଁ ସ୍ଥାନୀୟ ସରପଂଚ ଓ ତାଙ୍କ ସହଯୋଗୀ ମାନେ ପ।ତର ଅନ୍ତର କରି ନାଏକ ସାହି ରେ ଗୋଟିଏ ହେଲେ ବି ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇ ନାହିଁ ।ଏପରିକି ଏ ବାବଦରେ ସରପଂଚ ଙ୍କୁ ପଚାରିବାରୁ ସେ ରାଜନୈତିକ ଶତ୍ରୁତା ଭାବି ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖାଇ ତାଙ୍କ ଅଞ୍ଚଳ ରେ କିଛି ବି ବିକାଶ ମୂଳକ କାର୍ଯ୍ୟ କରୁ ନ ଥିବା ଅଭିଯୋଗ କରିଛନ୍ତି। ଖୁବ ଶିଘ୍ର ଏହାର ସମାଧାନ କରାନଗଲେ ଗ୍ରାମବାସୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଗ୍ରାମ ର ଶୈଳେନ୍ଦ୍ରୀ ନାଏକ,ଦିପାସା ନାଏକ,ଜ୍ୟୋସ୍ନାରାଣୀ ମହାନ୍ତ,ଖିଲାନରାଣୀ ମହାନ୍ତ,ଉଷାରାଣୀ ନାଏକଙ୍କ ସମେତ ଅଞ୍ଚଳବାସୀ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

    Related News

    Follow Us