ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଲେଖାଶ୍ରୀ । ଦିନ ଥିଲା ଲେଖାଶ୍ରୀ ସାମନ୍ତସିଂହାର ବିଜେପି ର ଟାଣୁଆ ନେତା ଆଉ ସ୍ପୋକସ ପର୍ସନ ଥିଲେ । BJD ତଥା ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରୁଥିଲେ। ପୁଣି ଏମିତି କଣ ହେଲା। ରାତାରାତି BJP କୁ ଆଲବିଦା କଲେ ଲେଖାଶ୍ରୀ। କଣ BJP ତାଙ୍କୁ ଅଣଦେଖା କଲେକି। ନା ଇଲେକ୍ସନ ରେ ସେ ଭି ସ୍କୁଲ ଛୁଆ ଙ୍କ ପରି ବେଙ୍ଗ ଡିୟା ମାରିଲେ। ଗତକାଲି ସକାଳୁ BJP ରୁ ଇସ୍ତଫା ଦେଇଥିଲେ ଲେଖାଶ୍ରୀ। ଆଉ ସନ୍ଧ୍ୟାରେ ତାଙ୍କ ସମର୍ଥକଙ୍କ ସହ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ BJD ରେ ଯୋଗ ଦେଲେ। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଆଉ ଉନ୍ନତି ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶଙ୍ଖ ଧରିଛନ୍ତି ଲେଖାଶ୍ରୀ। ଶୁଣିବାକୁ ମିଳୁଛି BJD ତାଙ୍କୁ ବାଲେଶ୍ଵର ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି।