Search
Close this search box.

ଟାଟା ଷ୍ଟିଲ୍ ପକ୍ଷରୁ ଯୋଡା ରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ

0
SHARES
11
VIEWS

100 ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ସଚେତନତା ରାଲି ରେ ଯୋଗଦାନ କରିଥିଲେ

ଯୋଡା, ଅପ୍ରେଲ ୦୭/୦୪(ସଂଘର୍ଷ ରମେଶ): ଟାଟା ଷ୍ଟିଲ୍ ପକ୍ଷରୁ ଯୋଡା ଠାରେ ରବିବାର ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି I
ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ୍ ହସ୍ପିଟାଲ ଦ୍ଵାରା ଯୋଡା ଇଷ୍ଟ, ଖଣ୍ଡବନ୍ଧ, ବିଚାକୁଣ୍ଡି, ରେସିଡେନସିଆଲ୍ ବାଳକ/ ବାଳିକା ବିଦ୍ୟାଳୟ ଏବଂ ଲେବର କଲୋନୀ ଠାରେ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା I କମ୍ପାନୀ ଅଧିକାରୀ ମାନଙ୍କ ବ୍ୟତୀତ ପ୍ରାୟ 200 ରୁ ଅଧିକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ Iଏହି ଅବସରରେ ସକାଳେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା I ଏଥିରେ ଲୋକମାନଙ୍କୁ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ଦୈନନ୍ଦିନ ଜୀବନରେ କିପରି ରୋଗଠାରୁ ଦୁରେଇ ରହି ହେବ, ସେ ସମ୍ପର୍କରେ ଆଲୋକପାତ କରାଯାଇଥିଲା I ଏହା ବ୍ୟତୀତ, ପୁଷ୍ଟିକର ଖାଦ୍ୟ ସହ ନିତିଦିନ ବ୍ୟାୟାମ କରିବା ଦ୍ୱାରା କିପରି ତାର ଲାଭ ମିଳି ଥାଏ, ତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା I
ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଦୈନନ୍ଦିନ ଜୀବନଶୈଳୀ କୁ ଆମେ କିପରି ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି, ତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା I ବିଶେଷକରି ଖଣି ଖାଦାନ ଅଞ୍ଚଳରେ ସ୍ୱାସ୍ଥ୍ୟଗତ ସମସ୍ୟା କୁ ଦୂର କରିବା ପାଇଁ, କେଉଁ ଖାଦ୍ୟ ଗ୍ରହଣ କରିବା ଉଚିତ ଏବଂ କେଉଁ ବିଷୟ ପ୍ରତି ଆମେ ଅଧିକ ଯତ୍ନଶୀଳ ହେବା ଦରକାର, ତା ଉପରେ ଆଲୋଚନା କରାଯାଇଥିଲା I
ହସ୍ପିଟାଲ ପକ୍ଷରୁ ଚିଫ ମେଡିକାଲ ଅଫିସର ଡକ୍ଟର ସୁଚିସ୍ମିତା ଦାସ, ଡକ୍ଟର ଦେବାଶିଷ ଶତପଥୀ, ଡକ୍ଟର ରାଜା ସରିଫ, ଡକ୍ଟର ଫଜଲୁର ଖାନ, ଡକ୍ଟର ରାହୁଲ ରମମ ସିଂହ ଏବଂ ଡକ୍ଟର ରାକେଶ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମ ଗୁଡିକୁ ପରିଚାଳନା କରିଥିଲେ I

    Related News

    Follow Us