ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସଜନାଗଡ ସ୍ଥିତ କିଓସ୍କ ବ୍ୟାଙ୍କର ମ୍ୟାନେଜର ବସନ୍ତ ସ୍ବାଇଁ ଜମାକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରି ଚମ୍ପଟ ମାରିଥିବା ଅଭିଯୋଗ କରିଛନ୍ତି ଜମାକାରୀମାନେ।ସୂଚନା ମୁତାବକ ସଜନାଗଡ ଗ୍ରାମର ଉଷାମଣୀ ବିଶ୍ବାଳ ୨୫ ହଜାର ,ଲିଲି ଖଣ୍ଡେଇ ୫୦ ହଜାର, ନାରଣ ମଢେଇ ୯୦ ହଜାର,ଚମ୍ପାମଣୀ ଖାଲପାଳିଆ ୧ ଲକ୍ଷ୍ୟ,ସରୋଜ ଖାଲପାଳିଆ ୭୫ ହଜାର,ରାବଣଶ୍ବର ବିଶ୍ବାଳ୨୫ ହଜାର,ସୁମତୀ ବିଶ୍ବାଳ ୧୦ ହଜାର,ସରସ୍ବତୀ ହାଁସନ୍ଦା୧ ଲକ୍ଷ୍ୟ ୫୦ ହଜାର,ଲକ୍ଷ୍ମୀଧର ହାଁସନ୍ଦା ୫୦ ହଜାର, ସେବତୀ ମାଝୀ ୫୦ ହଜାର ଲେଖାଁଏ ଟଙ୍କା ଦୈନିକ ମଜୁରିରୁ ସଞ୍ଚୟ କରି ସଜନାଗଡ ସ୍ଥିତ କିଓସ୍କ ବ୍ୟାଙ୍କରେ ରଖିଥିଲେ।ଉକ୍ତ ବ୍ୟାଙ୍କର ମ୍ୟାନେଜର ଶ୍ରୀ ସ୍ବାଇଁ ଜମାକାରୀମାନଙ୍କୁ ଉକ୍ତ ଟଙ୍କାକୁ ଫିକ୍ସ ମାରିବା ପାଇଁ କହିବା ସହ ତା ଦ୍ବାରା ଅତ୍ୟଧିକ ଟଙ୍କା ପାଇବେ ବୋଲି ଲୋଭାୟିତ କରିଥିଲେ।ଉକ୍ତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସ ମାରିବାକୁ କହି ଶ୍ରୀ ସ୍ବାଇଁ ଉକ୍ତ ଟଙ୍କାକୁ ମୋଲ ଗ୍ରୁପ ନାମକ ଏକ ଚିଟ୍ ଫଣ୍ଡ ସଂସ୍ଥାରେ ଲଗାଇଥିଲେ।ଜମାକାରୀମାନେ ଟଙ୍କା ଉଠାଇବା ପାଇଁ କହିବାରୁ ସେ ସେମାନଙ୍କୁ ଗାଳି ଗୁଲଜ କରିବା ସହ କୌଣସି ଟଙ୍କା ନାହିଁ ବୋଲି କହି ଫେରସ୍ତ କରିଦେଇଥିଲେ।ଜମାକାରୀମାନେ ଥାନାର ଦ୍ବାରସ୍ଥ ହେବା ପରେ ନୀଳଗିରି ପୋଲିସ ତଦନ୍ତ କରିବା ସହ ଉଭୟ ପକ୍ଷଙ୍କୁ ନେଇ ଏକ ସମାଧାନ କରାଯାଇଥିଲା।ଯେଉଁଥିରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଶ୍ରୀ ସ୍ବାଇଁ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ପ୍ରତିଶୃତି ଦେଇଥିଲେ।ହେଲେ ବସନ୍ତ କିଛି ଦିନ ହେବ ବ୍ୟାଙ୍କରେ ତାଲା ଝୁଲାଇ କେଉଁଆଡେ ଫେରାର ହୋଇଯାଇଛନ୍ତି।ଫଳରେ ଜମାକାରୀମାନେ ପୁନଃ ଥାନାର ଦ୍ବାରସ୍ଥ ହେବା ସହ ଯଦି ତୁରନ୍ତ ସମସ୍ୟାର ସମାଧାନ ନହୁଏ ତେବେ ଥାନା ଘେରଉ କରିବେ ବୋଲି ଚେତାବନୀ ଗେଇଛନ୍ତି।ପୂର୍ବରୁ ଉକ୍ତ ଗ୍ରୁପ ସୋର ଅଞ୍ଚଳରେ ୨ଶହ କୋଟିରୁ ଉର୍ଦ୍ଦ୍ବ ଟଙ୍କା ହଡପ କରିଥିବା ବେଳେ ଏବେ ଏହାର ଚେର ନୀଳଗିରିକୁ ଲମ୍ବିଥିବା ସାମ୍ନାକୁ ଆସିଛି। ନୀଳଗିରି ରୁ ବିସ୍ମୟ କୁମାର୍ ମଲ୍ଲିକ ଙ୍କ ରିପୋର୍ଟ୍ ସଂଘର୍ଷ ଟିଭି।