Search
Close this search box.

ପାତ୍ର ତନ୍ତୀ କଲ୍ୟାଣ ସମିତି ଯୋଡ଼ା ର ବାର୍ଷିକ ବନ୍ଧୁ ମିଳନ 2024 ବେଶ ଧୁମ ଧାମ ରେ ପାଳିତ

0
SHARES
33
VIEWS

ଯୋଡ଼ା 31/3 (ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଯୋଡ଼ା ସହରର କମାର ଯୋଡ଼ା ଠାରେ ପାତ୍ର ତନ୍ତୀ କଲ୍ୟାଣ ସମିତି, ଯୋଡ଼ା ର ନୂତନ ଅଫିସ ଗୃହ ପ୍ରତିଷ୍ଠା ଏବଂ ବାର୍ଷିକ ବନ୍ଧୁ ମିଳନ -2024 ବେଶ ଆନନ୍ଦ ଉଲ୍ଲାସ ର ସହ ଧୁମ ଧାମ ରେ ପାଳିତ ହୋଇ ଯାଇଛି |ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବାବୁଲା ପାତ୍ର (ନୂଆଦିଲ୍ଲୀ ) ପ୍ରତିଷ୍ଠାତା -ପାତ୍ର ସୋସିଆଲ ୱାର୍କ ଫାଉଣ୍ଡେସନ, ମୟୁରଭଞ୍ଜ , ସମ୍ମାନୀୟ ଅତିଥି ଭାବେ ଶ୍ରୀଯୁକ୍ତ ରମାକାନ୍ତ ପାତ୍ର, ଅଧ୍ୟକ୍ଷ ଦଳିତ ଆଦିବାସୀ ବିକାଶ ସଂସ୍ଥାନ, କେନ୍ଦୁଝର, ସେହିପରି ସଂମ୍ମାନୀୟ ଅତିଥି ଭାବେ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପାତ୍ର, ସଭାପତି ପାତ୍ର ତନ୍ତୀ ସମାଜ, ଚମ୍ପୁଆ, ଶ୍ରୀ ଗଣେଶ୍ୱର ପାତ୍ର, ଯୁବ ସାମ୍ବାଦିକ ବଡ଼ବିଲ, ଶ୍ରୀଯୁକ୍ତ ରାମଚନ୍ଦ୍ର ପାତ୍ର, ସମାଜ ସଂଗଠକ ଅର୍ଶଳା, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ କୁନା ପାତ୍ର, କୋଇଡା ଯୋଗ ଦେଇଥିଲେ |ସର୍ବ ପ୍ରଥମେ ଅତିଥି ଗଣ ଙ୍କୁ ପାତ୍ର ତନ୍ତୀ କଲ୍ୟାଣ ସମିତି ପକ୍ଷ ରୁ ଯୋଡ଼ା ସହର ର ଆଠ ନମ୍ବର ୱାର୍ଡ ରେ ଥିବା ଆମ୍ବେଦକର ଛକ ଠାରେ ସ୍ୱାଗତ କରାଯାଇଥିଲା | ଏହାପରେ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥି ଙ୍କ ଦ୍ୱାରା ଭାରତରତ୍ନ ଡା ଭୀମ ରାଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରା ଯାଇଥିଲା | ଏହାପରେ ଅତିଥି ମାନଙ୍କୁ କମାର ଯୋଡ଼ା ଠାରେ ଥିବା କାର୍ଯାଳୟ କୁ ନିଆ ଯାଇ ଥିଲା | ସେଠାରେ ସମସ୍ତ ଅତିଥି ଙ୍କୁ ଉପସ୍ଥିତ ଥିବା ମହିଳା ସଦସ୍ୟ ମାନେ ବନ୍ଦାପନା କରି ସ୍ୱାଗତ କରିଥିଲେ ଏବଂ ମୁଖ୍ୟ ଅତିଥି ଙ୍କ ଦ୍ୱାରା ନୂତନ ଭାବେ ନିର୍ମାଣ ହୋଇ ଥିବା ଅଫିସ ଗୃହ କୁ ଫିତା କାଟି ଗୃହ ପ୍ରବେଶ କରାଯାଇଥିଲା | ଏହାପରେ ସମିତି ର ଉପସଭାପତି ଶ୍ରୀଯୁକ୍ତ ବସନ୍ତ ପାତ୍ର ଙ୍କ ଦ୍ୱାରା ଅତିଥି ମାନଙ୍କୁ ସଭାମାଞ୍ଚ ଙ୍କୁ ଆମନ୍ତ୍ରଣ କରାଯାଇଥିଲା |ଅତିଥି ମାନେ ସଭା ମଞ୍ଚ ରେ ମଂଚାସୀନ ହେବା ପରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଆମ୍ବେଦକର ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରାଯାଇ ଏବଂ ପ୍ରଦୀପ ପ୍ରଜ୍ଜଳନ କରାଯାଇ ଅନୁଷ୍ଠାନିକ ଭାବେ ପାତ୍ର ତନ୍ତୀ କଲ୍ୟାଣ ସମିତି ର ବାର୍ଷିକ ବନ୍ଧୁ ମିଳନ -2024 କୁ ଉଦଘାଟନ କରିଥିଲେ | ଏହା ପରେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ, ବ୍ୟାଚ, ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ ସହ ରାଷ୍ଟ୍ରୀୟ ଗାନ ପରିବେଷଣ କରାଯାଇଥିଲା |ଏହାପରେ ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ ପାତ୍ର ବାର୍ଷିକ ବିବରଣୀ ପାଠ କରିବା ପରେ ଅତିଥି ମାନେ ଜନକ ପରେ ଜଣେ ନିଜ ନିଜର ପାତ୍ର ତନ୍ତୀ ସମାଜ ଉପରେ ଅବିଭାଷଣ ରଖିଥିଲେ | ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବାବୁଲା ପାତ୍ର ତାଙ୍କ ଅବିଭାଷଣ ରେ ପାତ୍ର ତନ୍ତୀ ସମାଜ ର,ଏକତା ଏବଂ ପ୍ରଗତି କିପରି ହୋଇ ପାରିବ ସେ ସମ୍ପର୍କ ରେ ଅବିଭାଷଣ ରଖିଥିବା ବେଳେ ସମ୍ମାନି ୟ ଅତିଥି ଶ୍ରୀଯୁକ୍ତ ରମାକାନ୍ତ ପାତ୍ର ତାଙ୍କ ଅବିଭାଷଣ ରେ ପାତ୍ର ତନ୍ତୀ ସମାଜ ରେ ଶିକ୍ଷା ର ବିକାଶ, ସାମାଜିକ ସଂସ୍କାର , ଦାଦନ ସମସ୍ୟା, ଜାତିର କୌଳିକ ବୃତ୍ତିର ପୁନଃରୁତ୍ତାନ ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ | ଅନ୍ୟ ସମ୍ମାନୀୟ ଅତିଥି ଏବଂ ମୁଖ୍ୟ ବକ୍ତା ଙ୍କ ଅବିଭାଷଣ ପରେ ସଭାପତି ଶ୍ରୀଯୁକ୍ତ କରୁଣାକର ପାତ୍ର ଏବଂ ସମ୍ପାଦକ ଶ୍ରୀଯୁକ୍ତ ମାୟାଧର ପାତ୍ର ତାଙ୍କର ଅବିଭାଷଣ ରଖିଥିଲେ | ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଗୋବିନ୍ଦମ ଡ୍ୟାନ୍ସ ଏକାଡେମୀ ଯୋଡ଼ା ଏବଂ ଅସ୍ପାୟାର ଗ୍ରୁପ ଯୋଡ଼ା ର ପିଲାମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ |ଏହା ପରେ ସମିତି ର ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ଧନୁର୍ଦ୍ଦର ପାତ୍ର ଏବଂ ଝଡ଼େଶ୍ୱର ଦାସ ଏବଂ ସମାଜ କୁ ଜମି ଦାନ କରିଥିବା ବିଶିଷ୍ଟ ବ୍ୟକ୍ତି ଶ୍ରୀଯୁକ୍ତ ଯୁଧିଷ୍ଠିର ପାତ୍ର ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା |ଏହା ପରେ ଜିଲ୍ଲା ତଥା ଜିଲ୍ଲା ବାହାର ବ୍ଲକ ଗୁଡିକ ରୁ ଆସିଥିବା ଯଥା -ପୋଖରୀଆ, ଚମ୍ପୁଆ, ବଡ଼ବିଲ, କୋଇଡା ବ୍ଲକ କମିଟି ଗୁଡିକୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ପାତ୍ର ତନ୍ତୀ କଲ୍ୟାଣ ସମିତି ତରଫରୁ ଯୋଡ଼ା ପୌର ପାଳିକା କୁ ମଧ୍ୟ ମାନ ପାତ୍ର ପ୍ରଦାନ କରାଯାଇଥିଲା ଏବଂ ଯୋଡ଼ା ପୌର ପାଳିକା ର ପାତ୍ର ତନ୍ତୀ ସମାଜ ପାଇଁ ସହଯୋଗ ପାଇଁ ଭୁୟସୀ ପ୍ରଶଂସା କରାଯାଇଥିଲା | ଉକ୍ତ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ସଭା କୁ ଆଇନଜୀବୀ ତଥା ସମିତି ର ସହସମ୍ପାଦକ ଶ୍ରୀଯୁକ୍ତ ନରେଶ କୁମାର ପାତ୍ର ଏବଂ ଉପସଭାପତି ବସନ୍ତ ପାତ୍ର ସଂଚାଳନ କରିଥିବା ବେଳେ ସମିତି ର ଉପଦେଷ୍ଟା ଶ୍ରୀଯୁକ୍ତ ରାମଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ | ଉକ୍ତ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଜିଲ୍ଲା ତଥା ଜିଲ୍ଲା ବାହାର ର ପାତ୍ର ତନ୍ତୀ ସମାଜ ସ୍ୱଜାତି ଭାଈ ଓ ଭଉଣୀ ମାନେ 1000ରୁ ଅଧିକ ସଂଖ୍ୟା ରେ ଯୋଗ ଦେଇଥିବା ବେଳେ ଶ୍ରୀଯୁକ୍ତ କରୁଣାକର ପାତ୍ର, ଶ୍ରୀଯୁକ୍ତ ମାୟାଧର ପାତ୍ର, ଶ୍ରୀଯୁକ୍ତ ଅଚୁତ୍ୟାନନ୍ଦ ପାତ୍ର, ଶ୍ରୀଯୁକ୍ତ ବସନ୍ତ ପାତ୍ର, ସଞ୍ଜୟ ପାତ୍ର, କୁଲଦୀପ ପାତ୍ର, କୋଷାଧକ୍ଷ ସୁରେଶ ପାତ୍ର, ଈଶ୍ୱର ପାତ୍ର, ନରେଶ କୁମାର ପାତ୍ର, ସୁରେନ୍ଦ୍ର ପାତ୍ର ଏବଂ କମାର ଯୋଡ଼ା ଗ୍ରାମର ଭାଈ ଭଉଣୀ ଙ୍କ ସହଯୋଗ ରେ ଆୟୋଜିତ ହୋଇଥିଲା | ରବିବାର ଦିନ ର ପ୍ରବଳ ଗରମ ସତ୍ୱେ କାର୍ଯ୍ୟକ୍ରମ ଟି ଶାନ୍ତି ଶୃଙ୍ଖଳା ର ସହିତ ବେଶ ଧୂମଧାମ ର ସହ ସମାପନ ହୋଇଥିଲା |

    Related News

    Follow Us