–————————————–
ବ୍ରହ୍ମପୁର ତା ୩୧.୦୩.୨୦୨୪ ରିଖରେ ବ୍ରହ୍ମପୁରର ସହୀଦ କାମୁନିଟି ହଲ ଠାରେ ଓଡିଶା ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ତ ମହାସଂଘ ର ଗଂଜାମ ଜିଲ୍ଲା ଶାଖା ର ୩ୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି ।ଅଧିବେଶନ ଆରମ୍ଭରୁ ଉପସ୍ଥିତ ସମସ୍ତ ସଭ୍ୟ ସହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପଗୁଚ୍ଛ ଦେଇ ଥିଲେ ଓ ସଭାରେ ଗଂଜାମ ଜିଲ୍ଲାର ସଭାପତି ଡି. ମୋହନ ରାଓ ସଭାପତିତ୍ୱ କରିଥିଲେ ଓ ସମ୍ୟକ ସୂଚନା ଦେଇଥିଲେ । ସମ୍ପାଦକୀୟ ବିବରଣୀ ସହ ସମ୍ପାଦକ ନୀଳାଞ୍ଚଳ ମିଶ୍ର ଉପସ୍ଥାପନ କରିଥିଲେ। ଆୟ ବ୍ୟୟ ର ହିସାବ କୋଷାଧ୍ୟକ୍ଷ ନିରାକାର ସାବତ ଉପସ୍ଥାପନ କରିଥିଲେ । ଓଡିଶା ରାଜ୍ୟ ଅବସରପ୍ରାପ୍ତ ମହାସଂଘର ମହାସଚିବ ଗୋକୁଳି ଚନ୍ଦ୍ର ବେହେରା ମୁଖ୍ୟ ବକ୍ତା ଓ ଅବସର ପ୍ରାପ୍ତ ଯୁଗ୍ମ ନିର୍ଦେଶକ ଡା. ଶଙ୍କର୍ଷଣ ପାତ୍ର ମୁଖ୍ୟ ଅତିଥି ଋପେ ଯୋଗଦେଇ ଥିଲେ । ବୟସର ଅପରାହ୍ନରେ ବି ପେନସନର ଭଉଣୀ ଓ ଭାଇମାନେ ନ୍ୟାଯ୍ୟ ଦାବୀ ପୂରଣ ପାଇଁ ଅହରହ ସଂଗ୍ରାମ ଚଳାଇଥିବା ଯୋଗୁଁ ମୋତେ ମଧ୍ୟ ପ୍ରଭାବିତ କରିଛି। ସାମାଜିକ ଚେତନା ପାଇଁ ଚକ୍ଷୁଦାନ ଓ ପ୍ଲାଷ୍ଟିକ ବର୍ଜନ ପାଇଁ ହୋଇଥିବା ବେଗ ଓ ସବୁଜିମା ସୃଷ୍ଟି କରି ଜଳବାୟୁକୁ ସନ୍ତୁଳିତ ରଖିବା ପାଇଁ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ବୃକ୍ଷଉପହାର ଦେଇ ଉଦାହରଣ ସୃଷ୍ଟିକରିଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷାପାଇଁ କିଛି ଉପଦେଶ ଦେଇଥିଲେ।
ମୁଖ୍ୟ ବକ୍ତା ରାଜ୍ୟ ସଂଗଠନର ସାଧ୍ୟରାଣ ସମ୍ପାଦକ ଶ୍ରୀ ଗୋକୁଳି ଚନ୍ଦ୍ର ବେହେରା ରାଜ୍ୟ ସରକାର ଓ କେନ୍ଦ୍ର ସରକାରର ପେନସନର ମାନଙ୍କ ନ୍ୟାଯ୍ୟ ଦାବି ନୂଆ ପେନ୍ସନକୁ ବାତିଲ କରି ପୁରୁଣା ପେନସନ ଲାଗୁକରିବା, କରୋନା ସମୟର ୧୮ ମାସର ମହଙ୍ଗଭତ୍ତା ଦେବା ଓ ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା 40 ଶତକଡ଼ା ରିହାତି କୁ ପୁନଃ ପ୍ରଚଳନ କରିବା ନେଇ କେନ୍ଦ୍ର ସରକାରଙ୍କ ଅବହେଳା ଓ ବହୁ ପ୍ରତିବାଦସତ୍ୱେ ରାଜ୍ୟସରକାର ପେନସନର ମାନଙ୍କୁ ଚିକିତ୍ସା ଭତ୍ତା ଓ ଚିକିତ୍ସା ବୀମା ଯୋଗାଇବାରେ ଅବହେଳା କରି ଆସୁଛନ୍ତି । ସେ ସମସ୍ତ ଉପସ୍ଥିତ ସଭ୍ୟଙ୍କୁ ଆହ୍ୱାନ ଦେଇଥିଲେ ଯେ ଏହି ନିର୍ବାଚନରେ ନିଃଶ୍ଚୟ ଭାବେ ଉଚିତ ଶିକ୍ଷାଦେବାକୁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। କରତାଲି ଦେଇ ସମସ୍ତ ବନ୍ଧୁ ସମ୍ମତ୍ତି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ୩୫୦ ଜଣ ସଭ୍ୟ ଯୋଗଦେଇଥିଲେ।
ସଂଗଠନର ସମସ୍ତ ୮୦ ବର୍ଷରୁ ଅଧିକ ବୟୋଜ୍ୟେଷ୍ଠ ସଭ୍ୟ ସର୍ବଶ୍ରୀକୁଞ୍ଜ ବିହାରୀ ପାଢି, G ରାମଶଙ୍କର, ଶଙ୍କର ନାରାୟଣ ସରାଫ,ପଦ୍ମ ଚରଣ ଚୌଧୁରୀ, ଡି.ନରସିଂହ ପାତ୍ର, ଦୀନବନ୍ଧୁ ପାତ୍ର, ଅନ୍ତର୍ଯ୍ୟାମୀ ମହାରଣାଙ୍କୁ ମହାସଚିବ ଉତ୍ତରୀୟ ଓ ଚାରା ଦେଇ ସମ୍ମାନିତ କରିଥିଲେ।
ସଂଗଠନର ଲଢୁଆ ସଂଗଠକ ସଭ୍ୟ ଡି. ଗୁରୁମୂର୍ତୀ ପାତ୍ର ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥଲା।
କନ୍ଧମାଳ ଜିଲ୍ଲାରୁ ମହମ୍ମଦ ସୁକୁର, ଗଜପତିଜିଲ୍ଲାରୁ ଅଶ୍ୱିନୀ କୁମାର ପାଢୀ, ନବୀନ ଚନ୍ଦ୍ର ଜେନା, ରମ୍ଭାରୁ ବାନାମ୍ବର ପୋଲାଇ , ବି ଧର୍ମ ରାଓ , ଉପସଭାପତି ଚିକିଟି, ପଞ୍ଚାନନ ଜେନା ବିଜୁଳି କର୍ମଚାରୀ ସଂଗଠନର ଉପଦେଷ୍ଟା ପଞ୍ଚାନନ ଜେନା , ଉପସଭାପତି ସହସ୍ରାନମପାଠୀ, କାର୍ଯ୍ୟକାରୀ କମିଟିର ସଭ୍ୟା ଜୟନ୍ତୀ ବାଳା ମିଶ୍ର , ଶ୍ରୀକାନ୍ତ ମିଶ୍ର, Asn ଗୁପ୍ତା ବକ୍ତବ୍ୟ ରଖିଥିଲେ।
M. ନରସିଂହା , ଶଙ୍କର୍ଷଣ ପାତ୍ର, ବସନ୍ତକୁମାର ପାତ୍ର, ସନ୍ତୋଷ କୁମାର ସାହୁ, ପ୍ରଦୀପ କୁମାର ଦାସ , ଡି.ସୁଦର୍ଶନ ପାତ୍ର, ନାରାୟଣ ପାଣିଗ୍ରାହୀ, ରାଧାକୃଷ୍ଣ ପଣ୍ଡା, ରାମାନନ୍ଦ ଚୌଧୁରୀ, S. ତ୍ରିନାଥ ଆଚାରି ଜ.ତୁମ୍ବେଶ୍ୱର ରେଡ୍ଡୀ, ସେଫଳି ଦାସ, ଦେବରାଜ କୋଠିଆ କାର୍ଯ୍ୟକାରୀ କମିଟୀ ସଭ୍ୟମାନେ ସହଯୋଗ କରିଥିଲେ।
ସଂଗଠନର ପୂର୍ବତନ ସଭାପତି କେ.ନନ୍ଦେଷୁ ସେନାପତି ଧନ୍ୟବାଦ ଦେଇଥିଲେ।
D. ମୋହନ ରାଓ, ସଭାପତି