Search
Close this search box.

ଓ. ପି. ଜିନ୍ଦଲଙ୍କ ୧୯ତମ ପୂଣ୍ୟତିଥୀରେ ଜେଏସପିର ବଡ଼ବିଲ,

0
SHARES
87
VIEWS

ଓ. ପି. ଜିନ୍ଦଲଙ୍କ ୧୯ତମ ପୂଣ୍ୟତିଥୀରେ ଜେଏସପିର ବଡ଼ବିଲ, ଟେନ୍ସା ଏବଂ କାସିଆ ୟୁନିଟରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ
ଯୋଡା/ବଡ଼ବିଲ: ୩୧/୦୩ (ସଂଘର୍ଷ ରମେଶ) କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ଓ.ପି. ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଚେୟାରମ୍ୟାନ୍, ଶ୍ରୀ ଓମ ପ୍ରକାଶ ଜିନ୍ଦଲ ଜୀଙ୍କ ୧୯ତମ ପୂଣ୍ୟତିଥୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ବଡ଼ବିଲ ପେଲେଟ ପ୍ଲାଣ୍ଟ, କାସିଆ ଏବଂ ଟେନ୍ସା ଆଇରନ ମାଇନ୍ସରେ ତା ୩୧ ମାର୍ଚ୍ଚ ୨୦୨୪ ରିଖରେ ପାଳିତ ହୋଇଯାଇଛି । ଏହି ଅବସରରେ ୟୁନିଟ୍ ଗୁଡିକରେ ସାମାଜିକ କଲ୍ୟାଣ ମୂଳକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା । ୟୁନିଟ ଗୁଡିକରେ ଥିବା ଟାଉନସିପ୍ ମନ୍ଦିର ମାନଙ୍କରେ ପୂଜା, ପ୍ରାର୍ଥନା ଓ ଗୀତ ଯଜ୍ଞ ସହିତ ଦିନ ଆରମ୍ଭ ହୋଇଥିଲା। ବଡ଼ବିଲ ୟୁନିଟ୍ ମୁଖ୍ୟ, ଶ୍ରୀ ପୁରୁଷୋତ୍ତମ ଏମ୍ ଡି, କାସିଆ ମାଇନ୍ସ ମୁଖ୍ୟ ଶ୍ରୀ ରଘୁରାଜ ରଘୁବଂଶୀ ଏବଂ ଟେନସା ମାଇନ୍ସ ମୁଖ୍ୟ ଶ୍ରୀ କମଳାକାନ୍ତ ନନ୍ଦଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଓ ବିଜିନେସ ଆସୋସିଏଟସ ମାନେ ଏହି କାର୍ଯ୍ୟକ୍ରମ ମାନଙ୍କରେ ଅଂଶଗ୍ରହଣ କରି ତାଙ୍କର ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ଉପଲକ୍ଷ ରେଡକ୍ରସ ସୋସାଇଟି ସହ ମିଳିତ ଭାବରେ ଜେଏସପିର ସାମାଜିକ ସଂସ୍ଥା ଜେଏସପି ଫାଉଣ୍ଡେସନ ଦ୍ୱାରା ବଡ଼ବିଲ ପେଲେଟ ପ୍ଲାଣ୍ଟ ଓ ଟେନ୍ସା ମାଇନ୍ସ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ପ୍ରାୟ ୧୭୫ ଜଣ ବ୍ୟକ୍ତି ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରକୁ ଶ୍ରୀ ପୁରୁଷୋତ୍ତମ ଏମ୍ ଡି ଏବଂ ଶ୍ରୀ କମଳାକାନ୍ତ ନନ୍ଦ ଉଦ୍ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ରଘୁରାଜ ରଘୁବଂଶୀ ଓ ମାନବ ସମ୍ଭଳ ବିଭାଗ ମୁଖ୍ୟ ଶ୍ରୀ ଆଶିଷ ରଂଜନ ମହାନ୍ତି ଉପସ୍ଥିତି ଥିଲେ। ୟୁନିଟ ମାନଙ୍କରେ ଥିବା ଟାଉନସିପର ଲେଡୀଜ଼ କ୍ଳବ ଗୁଡିକ ଦ୍ୱାରା ମଧ୍ୟ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ପୁଣ୍ୟ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

    Related News

    Follow Us