Search
Close this search box.

ବିପଦସଙ୍କୁଳ ଅବସ୍ତାରେ ବାହାଡାଗୁଡା ବ୍ରୀଜି

0
SHARES
6
VIEWS

ଧରାକୋଟ,30/3/24ଧରାକୋଟ ବ୍ଲକର ଢଉଗାଁ ପଞ୍ଚାୟତ ଅଧୂନସୁ ବାହାଡ଼ାଗୁଡା ଗାଁକୁ ଜାତୀୟ ରାଜପଥ ରୁ ସଂଯୋଗ କରୁଥିବା ଋଷିକୁଲ୍ୟା କେନାଲ ସେତୁ ଜରାଜୀର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ଦୀର୍ଘ ଦିନ ପୂର୍ବରୁ ଋଷିକୁଲ୍ୟା ମୁଖ୍ୟ କେନାଲ ଉପରେ
ଏହି ସେତୁ ନିର୍ମାଣ ହୋଇଛି । ଢ଼ଉଗାଁ ଦିଗପହଣ୍ଡି ମୁଖ୍ୟ ରାସ୍ତାରୁ ଗାଁ ଭିତରକୁ ଯିବାପାଇଁ ଏହା ଏକ ମାତ୍ର ରାସ୍ତା । ପ୍ରାୟ ତିନି ଶହ ରୁ ଅଧ‌ିକ ପରିବାର ବସ ବାସ୍ କରୁଥିବା ଏହି ଗାଁର ଲୋକେ
ଶିକ୍ଷା,ସ୍ଵାସ୍ଥ୍ୟ,ବଜାରକାର୍ଯ୍ୟ,ପ୍ରଶାସନିକ କାର୍ଯ୍ୟ ସହ ଜମିବାଡ଼ି ଦେଖାଶୁଣା କାର୍ଯ୍ୟ କରିବା ପାଇଁଏହି ସେତୁ ଦେଇ ଯାଉଥ‌ିବାରୁ ଏହାର ଗୁରୁତ୍ବ ବେଶ ଅଧିକ । ଭଞ୍ଜନଗର
ଜଳସେଚନ ବିଭାଗ ଅଧୀନରେ ରହିଥିବା ଋଷିକୁଲ୍ୟା କେନାଲ ଉପରେ ଏହି
ସେତୁ ପ୍ରାୟ ପଚାଶ ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା। ଦୀର୍ଘ ଦିନ ବିତିଥିଲେ ମଧ୍ଯ ଏହାର ପୁନଃ ନିର୍ମାଣ ପାଇଁ ଜଳଚନ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଉନଥ‌ିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏଣୁ ବିଭାଗ ତରଫରୁ ନୂତନ ସେତୁ ନିର୍ମାଣ ପାଇଁ ଦାବୀ ହେଉଛି।

    Related News

    Follow Us