ମରାମତି ପାଇଁ ପ୍ରଶାସନ ପଦକ୍ଷେପ ନେଇ ନ ଥିବାରୁ ଜାତୀୟ ରାଜପଥ ଅବରୋଧ କରିବେ ଗ୍ରାମବାସୀଯୋଡା,୨୭/୦୩(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ କଣ୍ଡରା ଗ୍ରାମ ର ରଜ।ବନ୍ଧ ଠାରେ ନିର୍ମାଣ କରାଯାଇଥିବା ଚାଷ ଜମି କୁ ସଂଯୋଗ କରାଯାଇଥିବା କେନାଲ କୁ ଗତ ଦଶ ବର୍ଷ ହେବ ଜାତୀୟ ରାଜପଥ ନିର୍ମାଣ ସମୟରେ ମାଟି ଦ୍ଵାରା ପୋତି ଦିଆ ଯାଇଛି ।ଫଳରେ ଚାଷ ଜମିକୁ ଜଳ ଯୋଗାଣ ବନ୍ଦ ହୋଇ ଯାଇଛି ।ଯଦ୍ୱାରା ଲୋକେ ଚାଷ କାର୍ଯ୍ୟ ରୁ ବଞ୍ଚିତ ହୋଇଛନ୍ତି ।ଏହି କେନାଲ ର ମରାମତି ଓ ପୁନରୁଦ୍ଧାର ନିମନ୍ତେ ଗ୍ରାମବାସୀ ମାନେ ଜିଲ୍ଲାପାଳ ଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଏ ନେଇ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳ ଙ୍କୁ ପୁନର୍ବାର ଅବଗତ କରାଯାଇଥିଲା ।ଚାଳିତ ମାସ ୨୮ ତାରିଖ ମଧ୍ୟରେ କୌଣସି ପଦକ୍ଷେପ ନ ନେଲେ ୨୯ ତାରିଖରୁ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଗ୍ରାମବାସୀ ମାନେ ଲିଖିତ ଭାବେ ଜଣାଇଥିଲେ ।ଏହାପରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।ମଙ୍ଗଳ ବାର ଦିନ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ପ୍ରଶାସନିକ ଅବହେଳା ନେଇ ବ୍ୟାପକ ଆଲୋଚନା କରିଥିଲେ ।ଗ୍ରାମବାସୀ ଙ୍କ ନିଷ୍ପତି ଅନୁଯାୟୀ ଆସନ୍ତା ୨୯ ତାରିଖରେ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ମଥୁରା କ।ରୁଆ,ଗୋଲାପ ନାଏକ,ଗୌରୀ ନାଏକ,ତପସ୍ଵିନୀ ନାଏକ,ପ୍ରମୁଖ କହିଛନ୍ତି ।