ବାହାନଗା ବ୍ଲକ ପଣପଣା ପଂଚାୟତ ବେଗୁନିଆ ଗ୍ରାମରେ ଯୁବ ସାମାଜିକ କର୍ମୀ ସଂଗଠନ ବାବା ବୃନ୍ଦାବନ ସରକାରୀ ନୋଡାଲ ବିଦ୍ୟାଳୟ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଫିତାକାଟି ଆନୁଷ୍ଠାନିକ ଭବେ ଉଦ୍ଘାଟନ କରିଥିଲେ।ଅନ୍ୟତମ ଅତିଥିଭାବେ ଆଇନଜୀବୀ ଗୋବର୍ଦ୍ଧନ ସାହୁ,ରଘୁନାଥ ପ୍ରଧାନ,ଯୁଗ ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ରକ୍ତଦାନ ମହତ୍ବ ବିଷୟରେ ଆଲୋଚନା କରିଥିଲେ।ଜିଲା ରେଡକ୍ରସ ବ୍ଲଡ଼ ବ୍ୟାଙ୍କ ଅଧିକାରୀ ବସନ୍ତ କୁମାର ଉପାଧ୍ୟାୟ ଉପସ୍ଥିତ ହୋଇ ରକ୍ତଦାନ ବିଷୟରେ ସଂପକୀର୍ତ୍ତ ଆଲୋଚନା କରିଥିଲେ।ଏହି ରକ୍ତଦାନ ଶିବିରକୁ ସଂଗଠନର ସଭାପତି ଅକ୍ଷୟ ଦାସ,ସମ୍ପାଦକ ତପନ କୁମାର ବେହେରା ପରିଚାଳନା କରିଥିବା ବେଳେ ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ସ୍ଥାନୀୟ ଅଞ୍ଚଳର ଯୁବକ ସତ୍ୟରଞ୍ଜନ ସାହୁ,ସୁବ୍ରତ ଦାସ,ସୁନୀଲ ସେଠି,ପ୍ରଶାନ୍ତ କୁମାର ବେହେରା,ଦୀପ୍ତିକାନ୍ତ ସାହୁ,ପ୍ରକାଶ କୁମାର ମହାଳିକ,ଖିତେଶ୍ୱର ମହାଳିକ,ସଂଧ୍ୟାରାଣୀ ସାହୁ,ଧରିତ୍ରୀ ବେହେରା,ପ୍ରିୟଦର୍ଶନୀ ବେହେରା,ରଞ୍ଜିତ କୁମାର ସେଠୀ,ସୌମ୍ୟରଂଜନ ବେହେରା,ହିମାଂଶୁ ଶେଖର ବେହେରା,ଦେବାଶିଷ ବେହେରା ,ଚିନ୍ମୟ ବାରିକ,ଅଭୟ ସାହୁ ଙ୍କ ସହିତ ଯୁବ ସାମାଜିକ ସଙ୍ଘଠନର ସମସ୍ତ କର୍ମକର୍ତା,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ ବାରିକ,ପତଞ୍ଜଳି ଯୋଗ ସମିତିର ସଦସ୍ୟ,ମା ବଡ଼ମ୍ବା କ୍ରିକେଟ ଟିମ ର ସଦସ୍ୟ,ବାଗଦେବୀ ୟୁଥ କମିଟିର ସଦସ୍ୟ,ହନୁମାନ କମିଟିର ସଦସ୍ୟମାନେ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ।ବାହାନଗା ରୁ କାର୍ତ୍ତିକ ପୁଥାଳ ଙ୍କ ରିପୋର୍ଟ ସଂଘର୍ଷ ଟିଭି