Search
Close this search box.

ନୂତନ ମହାବୀର ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

0
SHARES
5
VIEWS

ଯୋଡ଼ା ୨୩/୦୩ (ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନୟାଗଡ଼ ଗ୍ରାମ ପଞ୍ଚାୟତ ଅଧିନସ୍ଥ ନୟାଗଡ଼ କଟୁପାଲି ସ୍ଥିତ ସର୍ବପୁରାତନ ବାବା ମୁକ୍ତେଶ୍ଵର ମନ୍ଦିର ପରିସରରେ ନୂତନ ହନୁମାନ ମନ୍ଦିର ପ୍ରତିଷ୍ଠା କରାଯାଇ ସଙ୍କଟ ମୋଚନ ହନୁମାନ ରାଜାଙ୍କର ବିଗ୍ରହ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା,ଗତ ତା ୧୮/୦୩/୨୪ ସୋମବାର ଅଧିବାସ ଓ ଅଙ୍କୁରାରୋପଣ ଆରମ୍ଭ ହୋଇ ତା ୨୧/୦୩/୨୪ ରିଖ ଗୁରୁବାର ପୂର୍ଣ୍ଣ ଆହୁତି କରାଯାଇ ନୂତନ ବିଗ୍ରହଙ୍କ ନୂତନ ମନ୍ଦିର ମଧ୍ୟ ରେ ପ୍ରବେଶ କରାଯାଇଥିଲା, ପୂଜାର୍ଚ୍ଚନା ପାଇଁ ପଣ୍ଡିତ ଦୟାନିଧି ଆଚାର୍ଯ୍ୟ, ପଣ୍ଡିତ ନୀଳମଣି ପଣ୍ଡା, ବଳରାମ ଆଚାର୍ଯ୍ୟ, ବ୍ରଜକିଶୋର ପଣ୍ଡା, ତାରିଣୀ ମନ୍ଦିର ପୂଜକ ପଣ୍ଡିତ ପ୍ରତାପ ଚନ୍ଦ୍ର ଦାସ,ଓ ବାବା ମୁକ୍ତେଶ୍ଵର ମନ୍ଦିରର ପୂଜକ ପଣ୍ଡିତ ଆଶିଷ ଷଡ଼ଙ୍ଗୀ ଙ୍କ ଦ୍ଵାରା ପୂଜା କାର୍ଯ୍ୟ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ବଡ଼ ଡୁମ୍ବୁରିଆ,କେନ୍ଦୁଆ,ଭୁବନପଶି, କଟୁପାଲି ଓ ନଦୀଗୋଠ ଗ୍ରାମ ର ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ସଂକୀର୍ତ୍ତନ କରାଯାଇଥିଲା, ରାମନାଥ ଓ ମନ୍ତ୍ର ଉଚ୍ଚାରଣ ଦ୍ଵାରା ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା, ଏହି ଉତ୍ସବକୁ ଅତି ମନୋରମ ଓ ଆକର୍ଷଣ କରିବା ପାଇଁ ଶ୍ରୀଯୁକ୍ତ ବାବୁରାମ ନାଏକ, ଶ୍ରୀଯୁକ୍ତ ଭରତ ଚନ୍ଦ୍ର ସାମଲ, ଶ୍ରୀଯୁକ୍ତ ଘନଶ୍ୟାମ ବେହେରା, ବାହାଦୁର ବେହେରା, ପୁରୁଷୋତ୍ତମ ବେହେରା, ମଧୂସୁଦନ ମହାକୁଡ଼, ଘନଶ୍ୟାମ ବେହେରା,ଅମ୍ବୁଜ ବେହେରା,ପ୍ରକାଶ ବେହେରା, ଅଜିତ ବେହେରା ଓ ନାରାୟଣ ବେହେରାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ, ସର୍ବୋପରି ବାବା ମୁକ୍ତେଶ୍ଵର ମନ୍ଦିରର ପୂଜା କମିଟି ନୟାଗଡ଼ କଟୁପାଲି ର ସମସ୍ତ ସଭ୍ୟସଭ୍ୟା ମାନଙ୍କର ସହଯୋଗ ଦ୍ଵାରା ଏହା ସଫଳ ହୋଇଥିବା ଦେଖିବାକୁ ମିଳିଥିଲା, ପଣ୍ଡିତ ଆଶିଷ ଷଡ଼ଙ୍ଗୀ ପଣ୍ଡିତ ମାନଙ୍କର ଦାୟିତ୍ୱ ବହନ କରିଥିଲେ,ଭକ୍ତ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ ଓ ପରିଚାଳନା ପାଇଁ ଦୈତାରି ବେହେରା, ଚିନ୍ତାମଣି ବେହେରା,ଡିଲା ବେହେରା,ବାପି ବେହେରା,ଅମ୍ବୁଜ ବେହେରା, ସୁବ୍ରତ ପଲେଇ, ନାରାୟଣ ବେହେରା ଦାୟିତ୍ଵ ନିର୍ବାହ କରିଥିଲେ, ଶ୍ରୀଯୁକ୍ତ ପୁରୁଷୋତ୍ତମ ବେହେରା, ଶତୃଘ୍ନ ବେହେରା, ଦିଲ୍ଲୀପ ବେହେରା, ମଧୂସୁଦନ ମହାକୁଡ଼, ସଞ୍ଜୟ ବେହେରା, କୀର୍ତ୍ତନ ବେହେରା ନାମ ସଂକୀର୍ତ୍ତନ ଦାୟିତ୍ୱରେ ରହି ସୁଚାରୁ ରୁପେ କାର୍ଯ୍ୟ ତୁଲାଇଥିଲେ, ଶ୍ରୀ କୀର୍ତ୍ତନ ବେହେରା ଙ୍କୁ କୋଷାଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା, ମୁଖ୍ୟ କର୍ତ୍ତା ଭାବେ ଶ୍ରୀଯୁକ୍ତ ସୁଶାନ୍ତ ବେହେରା ଓ ଦୋଳଗୋବିନ୍ଦ ବେହେରାଙ୍କ ସମେତ ୨୧ ଜଣ ଯଜ୍ଞ ଉପାସନା କରିଥିଲେ, ନୂତନ ମନ୍ଦିର ନିର୍ମାଣ କାରୁକାର୍ଯ୍ୟ ଖୁବ ଉଚ୍ଚ ମାନର ହୋଇଥିବାରୁ ଭକ୍ତମାନେ ଶିଳ୍ପୀ ବାଲେଶ୍ଵର ଜିଲା ତଳଗ୍ରାମ ନିବାସୀ ଶ୍ରୀ ବଂଶୀଧର ବିଶ୍ବାଳ ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ, ପଣ୍ଡିତ ଶ୍ରୀ ଦୟାନିଧି ଆଚାର୍ଯ୍ୟ ଙ୍କ ଦ୍ଵାରା ସଂଧ୍ୟା ୬ ଟାରୁ ୮ ଟା ପର୍ଯ୍ୟନ୍ତ ପ୍ରବଚନ କାର୍ଯ୍ୟ କରାଯାଇଥିଲା, ଏହି ଉତ୍ସବରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗଦେଇ ପ୍ରଭୁଙ୍କ ଆଶିର୍ବାଦ ଲାଭ କରିଥିଲେ,ବାବା ମୁକ୍ତେଶ୍ଵର ମନ୍ଦିର ପୂଜା କମିଟି ନୟାଗଡ଼ କଟୁପାଲି ର ସଭ୍ୟ ମାନଙ୍କର ସହଯୋଗ ଅବର୍ଣ୍ଣନୀୟ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

    Related News

    Follow Us