Search
Close this search box.

ଚିନ୍ତାମଣିଶ୍ୱର ହତ୍ୟା ମାମଲା ବହୁ ଚର୍ଚ୍ଚିତ ଚିନ୍ତାମଣିଶ୍ବର ଅଞ୍ଜନ ବେହେରା ହତ୍ୟାକାଣ୍ଡ ମାମଲାରେ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ

0
SHARES
4
VIEWS

। କଟକର ଏକ ଲଜ୍ରେ ଲୁଚିଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ପୂର୍ବରୁ ଏହି ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକାକୁ ପୋଲିସ ଗିରଫ କରିଥିଲା । ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ତ୍ରିକୋଣୀୟ ପ୍ରେମକୁ ନେଇ ଅଞ୍ଜନକୁ ହତ୍ୟା କରାଯାଇଥିଲା ।ସୂଚନାଯୋଗ୍ୟ ଯେ, ନିହାରିକା ପାଇଁ ଘଟିଥିଲା ଏହି ନାରକୀୟ କାଣ୍ଡ । ପ୍ରଥମ ପ୍ରେମିକ ସହ ମିଶି ଦ୍ବିତୀୟ ପ୍ରେମିକକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ନିହାରିକା । ଟାର୍ଗେଟରେ ଥିଲା ଗୌତମ ସାହୁ । କିନ୍ତୁ ମୁଣ୍ଡ ଗଡ଼ିଥିଲା ଗୌତମଙ୍କ ସାଙ୍ଗ ଅଞ୍ଜନ ବେହେରାଙ୍କର । ହତ୍ୟାକାଣ୍ଡର ଘଟଣାକ୍ରମ ଥିଲା କିଛି ଏହିଭଳି । ମାର୍ଚ୍ଚ ୧୬ ତାରିଖ ଶନିବାର ରାତି ୨ଟା । ନିହାରିକାର ଦ୍ବିତୀୟ ପ୍ରେମିକ ପିଙ୍କୁ ପ୍ରଥମ ପ୍ରେମିକ ଗୌତମକୁ କଥା ହେବା ପାଇଁ ଡାକିଥିଲା । ଗୌତମ ଜଟଣୀରୁ ଏକ କ୍ୟାଟରିଂ କାର୍ଯ୍ୟସାରି ଫେରିବା ପରେ ଚନ୍ଦାପୋଖରୀ ନିକଟକୁ ଦେଖା କରିବାକୁ ଯାଇଥିଲେ । ସାଙ୍ଗରେ ଥିଲେ ସହଯୋଗୀ ଅଞ୍ଜନ ବେହେରା । ପୂର୍ବରୁ ଗୌତମକୁ ମାରିବା ପାଇଁ ଯୋଜନା କରିଥିବା ପିଙ୍କୁର ଖଣ୍ଡା ଚୋଟରେ ଅଞ୍ଜନର ମୃତ୍ୟୁ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲେ ଗୌତମ । ତ୍ରିକୋଣୀୟ ପ୍ରେମରୁ ହତ୍ୟା ମାମଲାରେ ମାର୍ଚ୍ଚ ୧୮ ତାରିଖରେ ପ୍ରେମିକା ସହ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓରଫ କାହ୍ନୁ ପ୍ରଧାନ ଏବଂ ପ୍ରେମିକା ନିହାରିକାକୁ ସାଲିଆ ସାହିରୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ୪୦ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଅଭିଯୁକ୍ତକୁ ବାନ୍ଧିବାରେ ସଫଳ ହୋଇଥିଲା ପୋଲିସ । ରବିବାର ନିହାରିକା ତା ଭଉଣୀ ପାଖକୁ କରିଥିବା ମେସେଜ୍ ଉଭୟଙ୍କୁ ଧରାଇ ଦେଇଥିଲା । ସାଲିଆ ସାହିରେ ସଂପର୍କୀୟଙ୍କ ଘରେ ଲୁଚିଥିବା ବେଳେ ରେଡ୍ କରିଥିଲା ପୋଲିସ । ତେବେ ଘଟଣାରେ ସପୃକ୍ତ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।ଭୁବନେଶ୍ୱର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ

    Related News

    Follow Us