Search
Close this search box.

୧୭ଟିକିଆ ହାତୀ ପଲ ଙ୍କ ରାସ୍ତା ଅବରୋଧ

0
SHARES
34
VIEWS

ଯୋଡା,୧୭/୦୩(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଧୀନ ଯୋଡା ସେକ୍ସନ ର ଗୁରୁବେଡା ଠାରେ ୧୭ଟିକିଆ ହାତୀ ପଲ ରାସ୍ତା ଅବରୋଧ କରିଥିବା ଜଣାପଡିଛି । ସନ୍ଧ୍ୟା ସମୟରେ ଏହି ହାତୀପଲଜଙ୍ଗଲ ରୁ ବାହାରି ଜୁରୁଡ଼ି – ଯୋଡା ରାଜ୍ୟ ରାଜପଥର ଗୁରୁବେଡ଼ା ଛକ ନିକଟରେ ଚଳ ପ୍ରଚଳ କରୁଥିବାରୁ ପ୍ରାୟ ଦୁଇ ଘଣ୍ଟ। ଧରି ରାସ୍ତା ଅବରୋଧ ହୋଇଥିଲା ।ଫଳରେ ଯାନବାହାନ ଚଳାଚଳ ବନ୍ଦ ହେବା ସହ ସାଧାରଣ ଲୋକଙ୍କ ଯାତାୟାତ ମଧ୍ୟ ଠପ୍ ହୋଇ ଯାଇଥିଲା ।୪ଟି ଦନ୍ତ।,୭ଟି ମାଈ,ଓ ୬ଟି ହାତୀ ଛୁଆ ରହିଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି ।ଯୋଡା ବନପାଳ ତ୍ରିନାଥ ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,ଝାଡ଼ଖଣ୍ଡ ରୁ ଆସି ଚମ୍ପୁଆ ରେଞ୍ଜ ର କାଳୀକା ପ୍ରସାଦ ରେ ରହିବା ପରେ ଗତ ଚାରି ଦିନ ହେବ ଗୁରୁବେଡ଼। ଜଙ୍ଗଲ ରେ ରହୁଛନ୍ତି ।ଏମାନଙ୍କ ଗତି ବିଧି ଉପରେ ବନ ବିଭାଗ ନଜର ରଖିଚି ।ନିକଟରେ ରେଳ ଧାରଣା ଥିବାରୁ ହାତୀ ମାନଙ୍କ ଉପସ୍ଥିତି ନେଇ ନିକଟସ୍ତ ରେଳ ଷ୍ଟେସନ କୁ ଜଣାଇ ଦିଆ ଯାଇ ଥିବା କହିଛନ୍ତି ।ଅଧିକ ସୂଚନା ଦେଇ କହିଛନ୍ତି ଯେ,ଏହି ୧୭ଟିକିଆ ହାତୀପଲ ବୈତରଣୀ ସଂରକ୍ଷିତ (ଏ) ଜଙ୍ଗଲ ରେ ରହୁଥିବା ବେଳେ ବୈତରଣୀ ସଂରକ୍ଷିତ ଜଙ୍ଗଲ (ବି) ର ଝରଣ ଜଙ୍ଗଲ ରେ ୯ଟି ହାତୀ ଥିବା କହିବା ସହିତ ଏଥି ପାଇଁ ବନ ରକ୍ଷୀ ଓ ହାତୀ ସ୍କ୍ୱାର୍ଡ ନିୟୋଜିତ ଥିବା ସୂଚନା ଦେଇଥିଲେ ।ସୂଚନା ଯୋଗ୍ୟ କି,ଏହି ଗୁରୁବେଡ। ନିକଟରେ ଏହିପରି ହାତୀ ବିଚରଣ କରୁଥିବା ବେଳେ ରେଳ ଧକ୍କାରେ ଅନେକ ସମୟରେ ହାତୀ ମୃତ୍ୟୁ ଘଟିଥିବା ନଜିର ରହିଛି। ଏଣୁ ଏଥିପ୍ରତି ବନ ବିଭାଗ ସଜାଗ ରହିବ। ଉଚିତ୍ ବୋଲି ସାଧାରଣରେ ଚର୍ଚ୍ଚ। ହେଉଛି ।

    Related News

    Follow Us