Search
Close this search box.

ଜଙ୍ଗଲ କାଟି ରାସ୍ତା ନିର୍ମାଣ କରି ଖଣିଜ ପରିବହନ

0
SHARES
105
VIEWS

ବନ ବିଭାଗ ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ
ଯୋଡା,୧୫/୦୩(ସଂଘର୍ଷ ରମେଶ)କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳରେ ଥିବା ଇଙ୍ଗ।ଣିଝରଣ ବି ସି ଦେବ ଖଣିରୁ ଖଣିଜ ପରିବହନ ପାଇଁ ଜଙ୍ଗଲ ଜମି ରେ ଗଛ କାଟି ରାସ୍ତା ନିର୍ମାଣ କରି ଥିବା ଅଭିଯୋଗ ରେ ବନ ବିଭାଗ ପକ୍ଷରୁ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।ମିଳିଥିବା ସୂଚନା ଅନୁଯାୟୀ,ଇଙ୍ଗ।ଣିଝରଣ ବିସି ଦେବ ଖଣିର ୧୧୬କୋଟି ଟଙ୍କା ଅବୈଧ ଖଣି ଖନନ ପାଇଁ ଜୋରିମାନା କରାଯାଇଛି ।ଉଚ୍ଚ ନ୍ୟାୟାଳୟ ଖଣିରେ ଗଚ୍ଛିତ ଥିବ। ଖଣିଜ କୁ ବିକ୍ରି କରି ୨୦୨୪ ଏପ୍ରିଲ ମାସ ମଧ୍ୟରେ ଜୋରିମାନା ପୈଠ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।ଏହି ନିର୍ଦ୍ଦେଶ ମୁତାବକ ଗଚ୍ଛିତ ଖଣିଜ କୁ ପରିବହନ କରିବା ପାଇଁ ବି ସି ଦେବ ଖଣି ସଂସ୍ଥା ଖଣି ବିଭାଗ ନିକଟରୁ ଖଣିଜ ପରିବହନ ର ଅନୁମୋଦନ ନେଇ ଖଣିରୁ ଗୁରୁବାର ଅପରାହ୍ନ ରୁ ଜଙ୍ଗଲ ଜମିରେ ଗଛ କାଟି ରାସ୍ତା ନିର୍ମାଣ କରି ପରିବହନ କରୁଥିବା ଖବର ପାଇ ଯୋଡା ବନ ପାଳ ତ୍ରିନାଥ ଜେନା,କେନ୍ଦୁଝର ଡି ଏଫ୍ ଓ ଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରି ଜଙ୍ଗଲ ଜମିରେ ନିର୍ମିତ ରାସ୍ତା କୁ ବନ୍ଦ୍ କରି ଦେବା ସହିତ ପରିବହନ ମଧ୍ୟ ବନ୍ଦ୍ କରି ଦେଇ ଥିଲେ । ଏ ନେଇ ଯୋଡା ବନ ପାଳ ତ୍ରିନାଥ ଜେନା କହିଛନ୍ତି ଯେ,ବିଶ୍ଵସ୍ତ ସୂତ୍ରରୁ ଖବର ପାଇବ। ପରେ ବହୁ ସଂଖ୍ୟକ ହାତୀ ରହୁଥିବା ଗୁରୁବେଡ଼ା ସ୍ଥିତ ବୈତରଣୀ ରିଜର୍ଭ ଜଙ୍ଗଲ ରେ ପେଟ୍ରୋଲିଂ କରୁଥିବା ବେଳେ ସର ଜମିନ ଯାଞ୍ଚ ରୁ ଜାଣିବାକୁ ପାଇଥିଲେ ଯେ,ଜଙ୍ଗଲ ଜମିରେ ଚଞ୍ଚକତ। କରି ରାସ୍ତା ନିର୍ମାଣ କରି ସଂପୃକ୍ତ ଖଣି କମ୍ପାନୀ ଖଣିଜ ପରିବହନ କରୁ ଥିଲା ।ଯେହେତୁ ଏହି ରାସ୍ତା ଟି ଅବୈଧ ଭାବେ ଜଙ୍ଗଲ ଜମିରେ ଗଛ କାଟି ନିର୍ମାଣ କରାଯାଇଛି ।ଏହାକୁ ସେ ତଦନ୍ତ ପରିସରଭୁକ୍ତ କରିଥିଲେ ଓ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଡା ବନ ପାଳ ଜେନା କହିଛନ୍ତି ।ତେଣେ ଖଣି ବିଭାଗ ଜଙ୍ଗଲ ଜମି ଦେଇ ପରିବହନ ହେଉଥିବା ଜାଣି ମଧ୍ୟ କିପରି ଉକ୍ତ ରୁଟ ରେ ଖଣିଜ ପରିବହନ ଅନୁମୋଦନ ଦେଲେ , ଏ ନେଇ ଯୋଡା ଖଣି ଉପ ନିର୍ଦ୍ଦେଶକ ଦିନେଶ କୁମାର ଅଗ୍ରୱାଲ ଙ୍କୁ ପଚାରିବାରୁ ସେ କହିଥିଲେ ଯେ,ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ କରି ଖଣିଜ ପରିବହନ ପାଇଁ ଅନୁମୋଦନ ଦିଆ ଯାଇ ନାହିଁ,ଉକ୍ତ ଖଣି ର ପୁରୁଣା ରାସ୍ତାରେ ଖଣିଜ ପରିବହନ ପାଇଁ ଅନୁମତି ଦିଆଯାଇଛି ।ତେବେ ସେ ଏ ବାବଦରେ ବିଭାଗୀୟ ଅଧିକାରୀ ଙ୍କ ସହ କଥା ହେବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି କହିଥିଲେ ।

    Related News

    Follow Us