ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ମନୋଜଙ୍କୁ କରିବକି ପାର୍ଥି। ଗାଁ ଗାଁରେ ଦେଖିବାକୁ ମିଳୁଛି ମନୋଜଙ୍କ କ୍ରେଜ। କେଉଁଠି ଜଳଛତ୍ର ତ କେଉଁଠି ମାଗଣା ଚକ୍ଷୁ ଶିବିରର ନେତୃତ୍ୱ।କେତେବେଳେ ଅନାଥ ଅନ୍ନ ଦାନ କେନ୍ଦ୍ର ତ କେତେବେଳେ ଆଶ୍ରମ ବିଦ୍ୟାଳୟ ଅନ୍ତେବାସୀଙ୍କ ସୁଖ ଦୁଃଖର ସାଥି। ପିଙ୍କ କ୍ଲିନିକ ହେଉଛି ମନୋଜଙ୍କ ଆଉଏକ ସମାଜସେବାର ମାଇଲଖୁଣ୍ଟ।ଯେଉଁଠି ଦେଖିବ କେବଳ ମନୋଜ। ଆସିକା ନିର୍ବାଚନ ମଣ୍ଡଳୀରେ ମନୋଜଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା। ସେବା ଓ ସମର୍ପଣର ମନୋଭାବ ନେଇ ମନୋଜ ନାହାକଙ୍କ ପରିବାର ଆସିକା ଜନସାଧାରଣଙ୍କ ପାଖରେ ବର୍ଷ ବର୍ଷ ଧରି ଜଡିତ। ସ୍ୱାସ୍ଥ୍ୟ ସେବା ସାଙ୍ଗକୁ ଅଞ୍ଚଳର ସମସ୍ୟା ସହିତ ସବୁବେଳେ ରହି ଆସିଥିବା ଏହି ନାହାକ ପରିବାର ପ୍ରତି ଜନ ସମର୍ଥନ ରହିଛି। ବିଜୁ ଜନତା ଦଳ ଯଦି ମନୋଜଙ୍କ ପରି ଯୁବ ନେତୃତ୍ୱକୁ ଟିକଟ ଦିଏ, ତାହେଲେ ଭଲ ପ୍ରଦର୍ଶନ କରିବ ବିଜେଡି ଏଥିରେ ଦ୍ବିମତ ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ଅଭିମନ୍ୟୁ ନାହାକ। ଜଣେ ଉଚ୍ଚ ଶିକ୍ଷିତ,ଉତ୍ସାହି ଓ କଠିନ ପରିଶ୍ରମ କରିବାର ସାମର୍ଥ ରଖିଥିବା ମନୋଜ ପରିବର୍ତ୍ତନର ଅନ୍ୟ ନାମ ବୋଲି ନିଜ ସମର୍ଥକ ମାନେ ନାରା ଦେଉଥିବା ଦେଖିବାକୁ ମିଳିଛି।ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମନୋଜଙ୍କୁ ନେଇ ଏକ ଭଲ ବାତାବରଣ ସୃଷ୍ଟି ହୋଇ ସାରିଛି। ଏବେ ଦେଖିବକୁ ବାକି ରହିଲା ଦଳୀୟ ସୁପ୍ରିମୋ ଆସିକା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ପାଇଁ କିଭଳି ପାର୍ଥି ଚୟନ କରିବେ। ମନୋଜ ନାହାକ ଆଶାୟୀ ତାଲିକାରେ ଆଗରେ ଥିବାବେଳେ ଆସିକା ପାଇଁ ଅନେକ କିଛି କରିବାର ଲକ୍ଷ୍ୟରେ ଥିବା ଜଣାପଡିଛି।