Search
Close this search box.

ଗାଁ ଗାଁ ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ମନୋଜ

0
SHARES
5
VIEWS

ଆଗାମୀ ସାଧାରଣ ନିର୍ବାଚନ ପାଇଁ ସମଗ୍ର ରାଜ୍ୟ ରାଜନୀତିରେ ଉଷ୍ମତା ଜାରି ରହିଥିବା ବେଳେ ଆସିକାରେ ମଧ୍ୟ ଚାଲିଛି ରାଜନୈତିକ ଅଙ୍କକଷା। ସମସ୍ତଙ୍କ ନଜର ବିଜେଡି ଟିକଟ ଉପରେ। କିଏ ପାଇବ ବିଜେଡି ଟିକଟ। ଯଦି ବିଜେପି ବିଜେଡି ମେଣ୍ଟ ବି ହୁଏ, ତାହେଲେ ଆସିକା ନିର୍ବାଚନ ମଣ୍ଡଳୀ ବିଜେଡି ହାତରେ ରହିବା ସୁନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଆକଳନ କରିଥିବା ଜଣାପଡୁଛି। ଈତି ମଧ୍ୟରେ ଯୁବନେତା ମନୋଜ ନାହାକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଗାଁ ଗାଁରେ ବୁଲି ଆରମ୍ଭ କରିଦେଲେଣି ଲୋକସମ୍ପର୍କ ଅଭିଯାନ। ନିଜକୁ ବିଜେଡିର ଦୃଢ଼ ସମର୍ଥକ କହିବା ସହିତ ଟିକଟ ଆଶାୟୀ ଥିବା ନେଇ ମତ ପ୍ରକାଶ କରିଛନ୍ତି ମନୋଜ। ବିଜେଡି ଟିକଟ ପାଇଁ ଆଶାୟୀ ଅନେକ ଥିବା ବେଳେ କାହାକୁ ଦଳୀୟ ସୁପ୍ରିମୋ ଭରସା କରୁଛନ୍ତି ସମୟ କହିବ, କିନ୍ତୁ ଲୋକମାନଙ୍କ ପାଖକୁ ପହଂଚି ବିଜେଡି ପାଇଁ ସଂଗଠନକୁ ମଜବୁତ କରିବାରେ ଲାଗିଛନ୍ତି ମନୋଜ। ମନୋଜଙ୍କ ସମର୍ଥକ ମାନେ ବି ଆଶାବାଦୀ ଥିବା ଜଣାପଡୁଛି। ଦଳ ଯଦି ମନୋଜଙ୍କୁ ଭରସା କରି ବିଜେଡି ଟିକଟ ପ୍ରଦାନ କରେ ତାହେଲେ ଜଣେ ଯୁବ ଓ ଉଚ୍ଚ ଶିକ୍ଷିତ ବିଧାୟକ ଆସିକା ପାଇପାରିବ ବୋଲ ମନୋଜଙ୍କ ସମର୍ଥକ ମାନେ ମତ ପ୍ରକାଶ କରିଛନ୍ତି। ମଞ୍ଜୁଳା ସ୍ୱାଇଁ ନିଜ ସମର୍ଥକ ମାନଙ୍କୁ ନେଇ ଦଳୀୟ ପ୍ରଚାର କରୁଥିବା ବେଳେ ମନୋଜ ବି ଜାରି ରଖିଛନ୍ତି ପ୍ରୟାସ। ଆସିକା ଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ପାଇଁ କିଏ ହେବ ବିଜେଡି ବିଧାୟକ ପାର୍ଥି ଚା’ ଖଟିରେ ଚାଲିଛି ଚର୍ଚ୍ଚା। ଯାହାକୁ ବି ଟିକଟ ମିଳୁ ବିଜେଡିର ସୁନିଶ୍ଚିତ ବିଜୟ ହେବ ବୋଲି ଆଗଧାଡିର ରାଜନୈତିକ ସମୀକ୍ଷକ ମାନେ ମତ ରଖିଛନ୍ତି। ସେପଟେ ଯଦି ବିଜେପି ବିଜେଡି ମେଣ୍ଟ ହୁଏ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିପାରେ। ସ୍ୱାଧୀନ ପାର୍ଥିଙ୍କ ଆବିର୍ଭାବର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ସ୍ୱାଧୀନ ପାର୍ଥି ବିଜେଡିକୁ ହରଡ଼ାଘଣାରେ ପକାଇ ପାରନ୍ତି। ଅନ୍ୟପଟେ କଂଗ୍ରେସ ଯଦି ଯୁବନେତା ଦେବକାନ୍ତ ଶର୍ମାଙ୍କୁ ଟିକଟ ଦିଏ, ତାହେଲେ କଂଗ୍ରେସର ଭୋଟ ବ୍ୟାଙ୍କ ବଢ଼ି ପାରନ୍ତା ବୋଲି ଶୁଣିବାକୁ ମିଳୁଛି। ମନୋଜ ଜଣେ ଦୃଢ଼ମନା ଯୁବକ ହୋଇଥିବା ବେଳେ ବିଧାୟକ ଟିକଟ ପାଇଁ ବିଜେଡି ଶିବିରର ଦୃଷ୍ଟି ଆକର୍ଷଣ କରୁଥିବା ଦେଖିବାକୁ ମିଳୁଛି। ସମାଜସେବା ସାଙ୍ଗକୁ ରାଜନୀତି ମନୋଜଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ବେଳେ ଆଗାମୀ ନିର୍ବାଚନରେ ପାର୍ଥି ହୋଇ ଲଢ଼ିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ମନୋଜ।

    Related News

    Follow Us