ଆସିକା:୧୧/୦୨/ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଵିନେତା ସ୍ବାଇଁ ଦୁଇ ପିତୃ ମାତୃ ହରା ଝିଅଙ୍କ ବିବାହ ଉତ୍ସବ ରେ ପହଞ୍ଚି ସହଯୋଗ ହାତ ବଢାଇଲେ ଅଧ୍ୟକ୍ଷା ଵିନେତା ସ୍ବାଇଁ ଓଡ଼ିଆ ସାହି ୱାର୍ଡ ନଂ ୭ ସ୍ବର୍ଗତ ସୁବାସ ଓ ଅହଲ୍ୟା ବେହେରା ଙ୍କ କନ୍ୟା ସୁନୀତା ବେହେରା ଓ ୱାର୍ଡ ନଂ ୪ ଖମ୍ବେଶ୍ଵରୀ ପାଟଣା ସ୍ବର୍ଗତ ରାବଣା ରାଓ ଓ ଆମାଲୁ ରାଓ ଙ୍କ କନ୍ୟା ରଜନୀ ଙ୍କ ବିବାହ ଉତ୍ସବରେ ଯୋଗ ଦେଇ ଉଭୟଙ୍କୁ ଆଶୀର୍ବାଦ ଦେବା ସହ ଉଭୟଙ୍କୁ ୧୫୦୦୦/- ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଆସିକା ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। ଏଭଳି ମହାନ କାମ ପାଇଁ ଆସିକା ଅଂଚଳରେ ସତ୍ୟନାରାୟଣ ସ୍ୱାଇଁ ଓ ମ୍ୟୁନିସିପାଲିଟି ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯିବା ସହିତ ସାଧୁବାଦ ଜଣାଯାଇଛି। ଆସିକାର ବିଭିନ୍ନ ସମାଜସେବା କ୍ଷେତ୍ରରେ ଏହି ସ୍ୱାଇଁ ଦମ୍ପତି ସବୁବେଳେ ଚଳଚଂଚଳ ଥାଆନ୍ତି। ଆଜିର ଏହି ମହାନ କାର୍ଯ୍ୟରେ ଦୁଇ ଦୁଇଟି ନବ ଦମ୍ପତିଙ୍କୁ ସହାୟତା ପ୍ରଦାନ କରିବା ସହିତ ଆଶୀର୍ବାଦ ପ୍ରଦାନ କରିଛନ୍ତି।