ଯୋଡା,୧୧/୩(ସଂଘର୍ଷ ରମେଶ)ଓଡ଼ିଶା ରାଜ୍ୟ ର ସୁଦୀର୍ଘ ପ୍ରାୟ ୩କିମି ଲମ୍ବ ଫ୍ଲାଏ ଓଭର ସୋମ ବାର ପୂର୍ବାହ୍ନ ୧୧.୩୦ମିନିଟ୍ ସମୟରେ ଯୋଡା ବନେଇ କଳା ସ୍ଥିତ ଦୁର୍ଗା ପୂଜା ପଡ଼ିଆରେ ଭରୁଚୁଆଲ ମାଧ୍ୟମରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଲୋକାର୍ପିତ ହୋଇ ଯାଇଛି ।ଏହି ଭର୍ଚୁଆଲ ଉଦ୍ଘାଟନୀ ଉତ୍ସବରେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କ ପୌରହିତ୍ୟରେ ଆରମ୍ଭ କରାଯାଇ ଥିଲା ।ଯୋଡା ରେ ହୋଇ ଥିବା ଏହି ଭର୍ଚୁଆଲ ସଭାରେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଙ୍କ ସହିତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ,ଯୋଡା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ,ଯୋଡା ପୌର ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ ,ଉପାଧ୍ୟକ୍ଷ। ସନ୍ଧ୍ୟା ପାତ୍ର ,ବଡ଼ବିଲ ପୌର ଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ,ଯୋଡା ସହର ର ବିଭିନ୍ନ ୱାର୍ଡ କାଉନସିଲର ,ବିଜେଡ଼ି ର ଯୁବ ସଂଗଠକ ତଥା ଯୋଡା ଟ୍ରକ୍ ମାଲିକ।ସଙ୍ଘ ସମ୍ପାଦକ ସୁଶାନ୍ତ କୁମାର ବାରିକ,ଯୋଡା ବ୍ଲକ ର ବିଭିନ୍ନ ପଞ୍ଚାୟତ ସରପଂଚ,ଓଡ଼ିଶା ବ୍ରିଜ କନ୍ଷ୍ଟ୍ରକ୍ସନ୍ କର୍ପୋରେଶନ ର ଚିଫ ଜେନେରାଲ ମ୍ୟାନେଜର ଅଜିତ ବାବୁ, ଓ ବି ସି ସି ର ଜେନେରାଲ ମ୍ୟାନେଜର ନରସିଂହ ମହାନ୍ତ, ଚେଭରୋକ୍ସ ଠିକା ସଂସ୍ଥା ର ମୁଖ୍ୟ ବିପୁଲ ବ।ର।ଟ,ଚେଭରୋକ୍ସ ର ଅଧ୍ୟକ୍ଷ କିଶୋର ବିରଙ୍ଗ।ମ। ଙ୍କ ସହିତ ଯୋଡା ର ବହୁ ମାନ୍ୟ ଗଣ୍ୟ ମହିଳା ଓ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ ।ଅଞ୍ଚଳ ର ଏହି ପ୍ରତିକ୍ଷିତ ଫ୍ଲାଏ ଓଭର ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ରେ ପ୍ରାୟ ଛଅ ହଜାର ରୁ ଅଧିକ ଜନ ସାଧାରଣ ଏଥିରେ ଉପସ୍ଥିତ ଥିଲେ । ବିଧାୟିକା ମିନାକ୍ଷୀ ମହାନ୍ତ ଭର୍ଚୁଆଲ ମାଧ୍ୟମରେ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେବା ସହିତ ପ୍ରଦୂଷଣ ଓ ଅନିୟନ୍ତ୍ରିତ ଟ୍ରାଫିକ ସମସ୍ୟା ରୁ ଯୋଡା ବାସୀ ଙ୍କ ର ବହୁ ଦିନର ଦାବି କୁ ରାଜ୍ୟ ସରକାର ଡି ଏମ ଏଫ୍ ଅର୍ଥ ବିନିଯୋଗ ରେ ଫ୍ଲାଏ ଓଭର ଟି ନିର୍ମାଣ କରିଥିବାରୁ ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ତତ୍ପଶ୍ଚ।ତ ସଭାରେ ଉପସ୍ଥିତ ଥିବା ସମସ୍ତ ଜନ ସାଧାରଣ ଫ୍ଲାଏ ଓଭର କୁ ଆସିଥିଲେ ।ବିଧିବଦ୍ଧ ଭାବେ ସେଠାରେ ଲଗାଯାଇ ଥିବା ଫଳକ କୁ ବିଧାୟିକା ମିନାକ୍ଷୀ ମହାନ୍ତ ଆବରଣ ଉଠାଇ ଫ୍ଲାଏ ଓଭର ରେ ଯାତାୟାତ ର ଶୁଭାରମ୍ଭ କରିଥିଲେ ।ଉତ୍ସାହ ଓ ଉଦ୍ଦୀପନାର ସହ ଯୁବ ଗୋଷ୍ଠୀ ଓ ସାଧାରଣ ଲୋକେ ଫ୍ଲାଏ ଓଭର ଉପରେ ହାଲୁକା ଯାନ ବାହାନ ଓ ଦୁଇ ଚକିଆ ଧରି ବୁଲି ଥିଲେ ।ଏପରିକି ପ୍ରାୟ ୩କିମି ଏହି ସୁଦୀର୍ଘ ଫ୍ଲାଏ ଓଭର କୁ ମହିଳା ମାନେ ଚାଲି ଚାଲି ବୁଲିଥିଲେ ।କିଛି ଅମାନିଆ ଦ୍ରୁତ ଗତି ରେ ଫ୍ଲାଏ ଓଭର ଉପରେ ବେପରୁଆ ଦୁଇ ଚକିଆ ଯାନ ବାହାନ ଚଳାଉ ଥିବାରୁ ପୋଲିସ ଏମାନଙ୍କୁ ନିୟନ୍ତ୍ରଣ କରିବାରେ ନ।କେଦମ୍ ହୋଇ ଥିଲା ।ତେବେ ଓବୀ ସି ସି ର କନିଷ୍ଠ ଯନ୍ତ୍ରୀ ସହିତ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ,କଂପ୍ରେଶିଭ ଷ୍ଟ୍ରେନ୍ଥ ଆସିବା ପରେ ଭାରିଜ।ନ ଚଳାଚଳ ପାଇଁ ଆଉ କିଛି ଦିନ ପରେ ଅନୁମତି ଦେଇ ଦିଆଯିବ ବୋଲି କହିଥିଲେ ।ତେଣେ ଫ୍ଲାଏ ଓଭର ତଳେ ସହରରେ ନିର୍ମାଣ ହୋଇଥିବା ସର୍ଭିସ ରୋଡ ଆଗାମୀ ଦୁଇ ମାସ ମଧ୍ୟ ରେ ସରିବ ବୋଲି ଚେଭରୋକ୍ସ ର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡା କହିଥିଲେ ।