କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ପାବନ କ୍ଷେତ୍ର କୋରୋ ଠାରେ ଷଷ୍ଠବାର୍ଷିକ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ରବିବାର ଉଦଯାପିତ ହୋଇଛି। ମନ୍ଦିର ପରିଚାଳନା ସମିତି ଓ ଶ୍ରୀ ଜଗନ୍ନାଥ ଚେତନା ସମିତି, କେନ୍ଦ୍ରାପଡ଼ା ଜିଲ୍ଲା ଆନୁକୂଲ୍ୟରେ ଅନୁଷ୍ଠିତ ଉଦଯାପନୀ ଆଧ୍ୟାତ୍ମିକ ସଭାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ରାଜ୍ୟ ସଭାପତି ସଞ୍ଚିତା ମହାନ୍ତି, ମୁଖ୍ୟ ଉପଦେଷ୍ଟା ପ୍ରଭାତ ନନ୍ଦ, ସମ୍ପାଦକ ଡଃ ନାରାୟଣ ମହାପାତ୍ରଙ୍କ ସମେତ ଅଜୟ ହରିଚନ୍ଦନ, ବାଳକୃଷ୍ଣ ପଣ୍ଡା, ରବିନାରାୟଣ ମିଶ୍ର, ଅଖିଳ ସାହୁ, ସୁରେନ୍ଦ୍ର ନାୟକ, ଅଚ୍ୟୁତ ପ୍ରସାଦ ବେହେରା, ନରେନ୍ଦ୍ରନାଥ ପତି ପ୍ରମୁଖ ଯୋଗଦେଇ ଶାସ୍ତ୍ରୀୟମତେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ସଭାପତି ବଳରାମ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ସମ୍ପାଦକ ଇଂ ଅକ୍ଷୟ କୁମାର ପାଣି ଅତିଥିପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରିଥିଲେ।ପ୍ରଦ୍ୟୁମ୍ନ ମିଶ୍ର ବେଦ ପାଠ କରିଥିବାବେଳେ ଉପସଭାପତି କିଶୋର ମିଶ୍ର ଧନ୍ୟବାଦ ଦେଇଥିଲେ।ମନ୍ଦିରର ମୁଖ୍ୟ ପରିଚାଳକ ବିଜୟ କୁମାର ବରାଳ ପାବନକ୍ଷେତ୍ରର ଇତିବୃତ୍ତି ଉପସ୍ଥାପନ କରିଥିଲେ।ଗତ ପାଞ୍ଚଦିନଧରି ବିଶିଷ୍ଟ ପ୍ରବଚକ ବିରଞ୍ଚି ନାରାୟଣ ଦାସ ସ୍କନ୍ଦ ପୁରାଣ ଆଧାରରେ ମହାପ୍ରଭୁଙ୍କ ଲୀଳା ଚରିତ ଉପରେ ଦିବ୍ୟ ପ୍ରବଚନ ଦେଇଥିଲେ।ଚଳିତବର୍ଷ ଉକ୍ତ ମନ୍ଦିରର ପଞ୍ଚଦଶ ବାର୍ଷିକୋତ୍ସବ ପାଳନ ହେଉଥିବାବେଳେ ପାଞ୍ଚରାତ୍ର କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ।ମନ୍ଦିର କମିଟି ସଦସ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।