Search
Close this search box.

ପବିତ୍ର ମହାଶିବରାତ୍ରୀରେ ଲକ୍ଷାଧିକ ସମାବେଶରେ ଚଳଚଞ୍ଚଳ ଶ୍ରୀମୀନାଝୋଲା

0
SHARES
185
VIEWS

ରାୟଗଡ଼ା/ଗୁଣୁପୁର ଉପଖଣ୍ଡ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଐତିହାସିକ ପୁରାତନ ଶୈବପୀଠ ତଥା ଭାରତର ଦ୍ଵିତୀୟ ତ୍ରିବେଣୀ ସଙ୍ଗମ, ହରିହରଙ୍କ ମିଳନକ୍ଷେତ୍ର ଶ୍ରୀମୀନାଝୋଲାରେ ବିଶାଳ ଜନସମାବେଶରେ ଜାଗରଯାତ୍ରା ପାଳିତ ହୋଇଯାଇଛି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମପଞ୍ଚାୟତ ଅବବାହିକା ତଥା ଗୁଡ଼ାରୀ ବ୍ଳକ ସୀମାନ୍ତରେ ପ୍ରବାହିତ ତିନୋଟି ନଦୀ ପଳଫଳିଆ,ଚାଉଳଦୁଆ ଓ ବଂଶଧାରା ନଦୀର ମିଶ୍ରଣ ସ୍ଥଳୀ, ପବିତ୍ର ତ୍ରିବେଣୀ ସଙ୍ଗମ , ପୁରାଣ ବର୍ଣ୍ଣିତ ହରିହରଙ୍କ ମିଳନକ୍ଷେତ୍ର,ମୀନ ଅବତାରୀ ମହାଦେବ ରୂପରେ କେଉଁ ଆବାହମାନ କାଳରୁ ଐତିହାସିକ ପୁରାତନ ଶୈବପୀଠ ଶ୍ରୀ ମୀନାଝୋଲାରେ ପୁଜାପାଇ ଆସୁଥିବା ବେଳେ ଆଜି ଲକ୍ଷାଧିକ ଭକ୍ତଙ୍କ ଜନ ସମୁଦ୍ରରେ ଜାଗରଯାତ୍ରା ପାଳିତ ହୋଇଥିବା ଦେଖିବାକୁ ମିଳିଛି । ଉକ୍ତ ଶୈବପୀଠକୁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ବିହାର, ଛତିଶଗଡ଼ରୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥିବା ବେଳେ ସନ୍ତାନ ପ୍ରାପ୍ତି, ମାନସିକ ରୋଗୀ ,ଶିକ୍ଷା , ସ୍ବାସ୍ଥ୍ୟ ନିମନ୍ତେ ମାନସିକଧାରୀ ମାନେ ମୁଣ୍ଡନ କରିବା ସହ ବୁଡ଼ ପକାଇଥାନ୍ତି, ଏଥି ସହିତ ମାନସିକଧାରୀ ମାନେ ପୀଠରେ ପାରା, ବାଛୁରୀ,ଗାଇ, ଷଣ୍ଢ,ଛାଡ଼ିବା ସହ ସୁନା ରୂପା ଓ ହଜାର ହଜାର ଟଙ୍କା ରୋହିଣୀ କୁଣ୍ଡରେ ପକାଇ ଥାନ୍ତି । ଧୂପଦୀପର କଳନା ନାହିଁ । ମହାଶିବରାତ୍ରୀ ତଥା ଜାଗରଯାତ୍ରା ଉପଲକ୍ଷେ ଗୁଡ଼ାରୀ ବାସିନ୍ଦା ସ୍ବର୍ଗତ ଜଗନ୍ନାଥ ଦେବରଚିଟିଙ୍କ ଅମଳରୁ ଆଜକୁ ପଞ୍ଚମ ପିଢ଼ି ତଥା ୧୫୦ ବର୍ଷରୁ ଉର୍ଦ୍ଧ୍ଵ ହେବ ଅନ୍ନଛତ୍ର ଦେଇ ଆସୁଥିବା ବେଳେ ପ୍ରାୟ ୨୨ ବର୍ଷ ହେବ ଟାଉନ୍ ଦୂର୍ଗାପୂଜା କମିଟି ଗୁଡ଼ାରୀ ଏବଂ ମିଳିତଭାବେ ୩ ବର୍ଷ ହେଲା ଟାଉନ୍ ଧନଲକ୍ଷ୍ମୀ ପୂଜା କମିଟି ଗୁଡ଼ାରୀ ତରଫରୁ ଅନ୍ନଛତ୍ର ଯୋଗାଇ ଆସୁଥିବା ସୂଚନା ମିଳିଥିବା ବେଳେ ଅନ୍ନଛତ୍ର ସ୍ଥାନରେ ହଜାର ହଜାର ଭକ୍ତ ପ୍ରସାଦ ସେବନ କରିବା ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ଚନ୍ଦ୍ରପୁର, ମୁନିଗୁଡା, ଅମ୍ବାଦଳା, ବିଷମକଟକ ଓ ଗୁଡ଼ାରୀରୁ ତିନି ପ୍ଳାଟୁନ ପୋଲିସ୍ ଫୋର୍ସ ମୂତୟନ ଥିବା ବେଳେ ଉପଆରକ୍ଷୀ ଅଧିକ୍ଷକ, ଆରକ୍ଷୀ ଅଧିକାରୀ , ଆରକ୍ଷୀ ଓ ଗୃହରକ୍ଷୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ବଜାୟ ରଖିଥିବା ବେଳେ ଗୁଣୁପୁର ଉପଜିଲ୍ଲାପାଳଙ୍କ ତତ୍ବାବଧାନରେ ତହସିଲଦାର, ବିଭାଗୀୟ ଅଧିକାରୀ ଓ କର୍ମୀମାନେ ଉପସ୍ଥିତ ରହି ସ୍ଥିତି ପରଖିବା ଦେଖିବାକୁ ମିଳୁଛି

    Related News

    Follow Us