Search
Close this search box.

ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0
SHARES
10
VIEWS

ଯୋଡା- କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା କାର୍ଯ୍ୟାଳୟ ସଭା ଗୃହରେ ରବିବାର ଅପରାହ୍ନ ସମୟରେ ଯୋଡା ସ୍ଥିତ ଉତ୍କଳ ଦିବସ ସମାରୋହ ସେବା ଟ୍ରଷ୍ଟ ପକ୍ଷରୁ ଉତ୍କଳ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି, ଉତ୍କଳ ଦିବସ କମିଟି ର ସଭାପତି ସିଦ୍ଧାର୍ଥ କୁମାର କର ଙ୍କ ଦ୍ଵାରା ପ୍ରସ୍ତାବିତ ଯୋଡା ପୌରପାଳିକା ର ନଗରପାଳ ଜଗଦୀଶ ପ୍ରସାଦ ସାହୁ ଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକରେ ଶ୍ରୀ କର ସଭା କାର୍ଯ୍ୟ ଆରମ୍ଭ କରିବା ସହ ପୌରପାଳିକା ର ସାହାଯ୍ଯ ସହଯୋଗ ଲୋଡିବା ସହ ଯୋଡା ସହର ର ସମସ୍ତ ଜନସାଧାରଣ ମତାମତ ଲୋଡିବା ଏବଂ ସାହାଯ୍ଯ ସହଯୋଗ କାମନା କରିଥିଲେ, ଯୋଡା ମହିଳା ମହାବିଦ୍ୟାଳୟ ର ପ୍ରାଧ୍ୟାପିକା ମୃଦୁଳା ମହାନ୍ତି ଉତ୍କଳ ଦିବସ ପାଳନ ର ପ୍ରକ୍ରିୟା ଓ ସମସ୍ତ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିବା ସହ ସମସ୍ତ ଙ୍କ ମତାମତ ଲୋଡିଥିଲେ, ଏହି ବୈଠକରେ ଆସନ୍ତା ଦିନରେ ଉତ୍କଳ ଦିବସ କେମିତି ଖୁବ୍ ଧୁମଧାମରେ ପାଳନ ହେବା ସହ ଓଡିଶା ର ସଂସ୍କୃତି, କଳା, ଏତିହ୍ଯ କୁ ପ୍ରାଧାନ୍ୟ ଦେଇ କାର୍ଯ୍ୟକ୍ରମ କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା, ସକାଳ ର ପ୍ରଭାତ ଫେରି ଠାରୁ ଆରମ୍ଭ କରି ସନ୍ଧ୍ୟା ବେଳର ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା, ଯୋଡା ବନେଇକଳା ଛକ ଠାରୁ ସହର ପରିକ୍ରମା ଆରମ୍ଭ ହୋଇ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଉପରେ ମାଲ୍ୟାର୍ପଣ କରାଯିବ , ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ଚିତ୍ରାଙ୍କନ ପ୍ରତିଯୋଗୀତା ହେବା ସହ ମହିଳା ମାନଙ୍କ ଦ୍ଵାରା ଝୋଟି ଚିତା ର ପ୍ରତିଯୋଗିତା କରାଯିବ, ସନ୍ଧ୍ୟା ସମୟରେ ଓଡିଶା ର କଳା ସଂସ୍କୃତି ଓ ଓଡିଶା ପ୍ରଦେଶ ଗଠନରେ ମୁଖ୍ୟ ପୁରୋଧା ମାନଙ୍କ ଉଦ୍ଦ୍ୟେଶରେ ଏକ ସଭା ର ଆୟୋଜନ କରାଯିବା ସହିତ ପ୍ରତିଷ୍ଠିତ କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା, ଏହି ବୈଠକରେ ଉତ୍କଳ ଦିବସ ସମାରୋହ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହିବା ସହିତ ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ର, କାଉନ୍ସିଲର ଙ୍କ ସମେତ ଯୋଡା ସହର ର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସମୁହ ଉପସ୍ଥିତ ଥିଲେ,,,

    Related News

    Follow Us