ଗଡିଲା ଟ୍ରେନକେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ବାଉଁସପାଣି ଠାରୁ ପୁରୀ ରୁ ନୂଆ ଦିଲ୍ଲୀ ଆନନ୍ଦ ବିହାର କୁ ଏକ ସୁପର ଫାଷ୍ଟ ରେଳ ଗାଡ଼ି କେନ୍ଦୁଝର ଓ ଯୋଡା ବଂ।ଶ ପାଣି ଭାୟା ଦେଇ ଶନିବାର ଦିନ ଚଳାଚଳ ଆରମ୍ଭ କରିଛି ।୨୨ଟି ରେଳ ଡବା ବିଶିଷ୍ଟ ଏହି ରେଳ ଗାଡ଼ି ରେ ଶୀତ ତାପ ନିୟନ୍ତ୍ରିତ ପ୍ରଥମ।ଶ୍ରେଣୀ ଗୋଟିଏ ଡବା, ଦ୍ଵିତୀୟ ଶ୍ରେଣୀ ଦୁଇଟି ଡବା ,ତୃତୀୟ ଶ୍ରେଣୀ ୬ଟି ଡବା ଶୀତ ତାପ ନିୟନ୍ତ୍ରିତ ରହିଛି ।ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ବେଡ୍ ରୋଲ୍ ସର୍ଭିସ ପାଇଁ ୯ଜଣ,ସଫେଇ ପାଇଁ ୩ଜଣ ଓ ଜଣେ ସୁପରଭାଇଜର ରହିଛନ୍ତି ।ଅତ୍ୟାଧୁନିକ ରୋଷେଇ ଶାଳ। ବା ପ୍ୟାଣ୍ଟିରି ଡବା ମଧ୍ୟ ଏଥିରେ ସଂଯୋଗ ହୋଇ ରହିଛି ।ରେଳ ଗାଡ଼ି ଟି ପୁରୀ ରୁ ଭୋର୍ ସକାଳୁ ବାହାରି ଯୋଡା ବଂ।ଶପାଣି ଠାରେ ୧୨.୦୩ସମୟରେ ପହଂଚି ତହିଁ ପର ଦିନ ଆନନ୍ଦ ବିହାର ଷ୍ଟେସନ ଦିଲ୍ଲୀ ଠାରେ ଅପରାହ୍ନ ୧.୧୦ ମିନିଟ୍ ସମୟରେ ପହଞ୍ଚିବ ।ପୁନଃ ଅପରାହ୍ନ ୫ଟା ବେଳେ ଦିଲ୍ଲୀ ରୁ ବାହାରି ବଂ।ଶ ପାଣି ଠାରେ ଅପରାହ୍ନ ୩.୧୮ମିନିଟ୍ ରେ ପହଞ୍ଚି ପୁରୀ ଅଭିମୁଖେ ଯିବ ।ତେବେ ରେଳ ଗାଡ଼ି ଟି ୨୨ଡବା ବିଶିଷ୍ଟ ଲମ୍ବା ଟ୍ରେନ ହୋଇଥିବାରୁ ବଂ।ଶ ପାଣି ଠାରେ ଥିବା ଛୋଟ ପ୍ଲାଟଫର୍ମ ରେ ଠିଆ ହେବା ପରେ ଆଗରୁ ଏବଂ ପଛରୁ କିଛି ଡବା ପ୍ଲାଟଫର୍ମ ରୁ ବାହାରେ ରହି ଯାଇଥିଲେ ।ଏଥିପାଇଁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳିଥିଲା। ଏଥିସହିତ ଓହ୍ଲାଉ ଥିବା ଯାତ୍ରୀ ରେଳ ରୁ ଲମ୍ଫ ପ୍ରଦାନ କରୁଥିବାବେଳେ ଚଢ଼ୁ ଥିବା ଯାତ୍ରୀ ଙ୍କୁ ଅନ୍ୟ ର ସାହାଯ୍ୟ ନେବାକୁ ପଡ଼ୁଥିଲା । ଏ ନେଇ ଦେବବ୍ରତ ମିଶ୍ର,ଚର୍ଚ୍ଚିଲ ମହାକୁଡ,ମହିଳା ପ୍ରଗତି ଷଡ଼ଙ୍ଗୀ,ଯୋଡା ର ବରିଷ୍ଠ ନାଗରିକ ବି.ଡି ସାହୁ,କହିଛନ୍ତି ଯେ,ସାପ୍ତାହିକ ପରିବର୍ତ୍ତେ ସପ୍ତାହରେ ତିନି ଦିନ ଏହି ଟ୍ରେନ କୁ ଚଳାଚଳ କରା ଯାଉ ,କେନ୍ଦୁଝର ପର୍ଯ୍ୟନ୍ତ ଆସୁଥିବା ରେଳ ଗାଡ଼ି କୁ ବଂଶ ପାଣି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ,କେନ୍ଦୁଝର – ଜମସେଦ୍ ପୁର ପର୍ଯ୍ୟନ୍ତ ଏକ ନୂତନ ରେଳ ଗାଡ଼ି ଚଳାଚଳ ହେଉ