ଜାଗର ପାଇଁ ଚଳଚଞ୍ଚଳ ଶୈବ ପୀଠ………..
ବାଲୁଗାଁ ଅଞ୍ଚଳର ବିଭିନ୍ନ ଶୈବ ପୀଠ. ଏହି ପରି ପ୍ରେଖିରେ ବାଲୁଗାଁର ପ୍ରସିଦ୍ଧ ଉମା ମହେଶ୍ୱର ଦେବଙ୍କ ପୀଠ ଚଳ ଚଞ୍ଚଳ ହୋଇ ଉଠିଛି।ମନ୍ଦିର ପରିବେଶ ପରିଷ୍କାର ପରିଚ୍ଛନ୍ନ କରିବା ସହ ଶ୍ରଦ୍ଧାଳୁଙ୍କ ଆଗମନ ଏବଂ ଶ୍ରୁଖଳିତ ଦର୍ଶନ ନେଇ ମନ୍ଦିର ଟ୍ରଷ୍ଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ଦିନ ତମାମ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ସାନ୍ଧ୍ୟ ରେ ବେଢ଼ା ପରିକ୍ରମା ଏବଂ ରାତ୍ର ୧୦ ଘଣ୍ଟିକା ସମୟରେ ମହାଦୀପ ଉଠିବା ନେଇ ଜଣା ପଡ଼ିଛି।ଶାନ୍ତି ଶୃଙ୍ଖଳା ଦର୍ଶନ ନିମିତ୍ତ ମନ୍ଦିର ସମ୍ମୁଖ ରେ ବ୍ୟାରି ଗେଟ ବ୍ୟବସ୍ଥା ହୋଇଥିବା ବେଳେ ପ୍ରସାସନିକ ମନ୍ଦିର କମିଟି ସଦସ୍ୟ ପ୍ରମୁଖ ତଦାରଖ ଦାୟିତ୍ଵରେ ଉପସ୍ଥିତ ରହିବେ ବୋଲି ଜଣାପଡିଛି।