ପାରୁନାହିଁ ମାଇନିଂ ବିଭାଗ। ଏକ୍ସନ ମୁଡ଼ରେ ନୀଳଗିରି ପୋଲିସ। ବାଗୁଡିରୁ ବେଆଇନ ପଥର ବୋଝେଇ ହୋଇ ନୀଳଗିରି ଆସୁଥିବା ୬ ଟି ଡ଼ମ୍ଫର କୁ ବାରାକୋଇଲି ଛକରେ ଜବଦ କଲା ନୀଳଗିରି ପୋଲିସ। ୬ ଜଣ ଡ୍ରାଇଭର ଗିରଫକୁ ଗିରଫ କରି କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠେଇ ଦିଆଯାଇଛି। ନୀଳଗିରି ରେ ମାଇନିଂ ବିଭାଗ ଅଫିସ ନଥିବାରୁ ଦିନକୁ ଦିନ ବେଆଇନ ପଥର, ବାଲି ଓ ମୋରୋମ ବ୍ୟାପକ ଚୋରା ଚାଲାଣ ହେଉଥିବା ଦେଖାଦେଇଛି। ରାଜସ୍ୱ ବିଭାଗ ନିରବ ଥିବାବେଳେ ମାଇନିଙ୍ଗ ବିଭାଗ ପାରୁନଥିବା ଯୋଗୁଁ ନୀଳଗିରି ବଢୁଛି ଚୋରା ଖଣିଜ ଦ୍ରବ୍ୟର ଲୁଟ।ନୀଳଗିରି ରୁ ବିସ୍ମୟ କୁମାର୍ ମଲ୍ଲିକ ଙ୍କ ରିପୋର୍ଟ୍ ସଂଘର୍ଷ ଟିଭି।